-
ସମ୍ବଲପୁର ସିଟି ଷ୍ଟେସନ ମାର୍ଗ ଦେଇ ପୁରୀରୁ ଉଧନା (ସୁରଟ) ଜନ ସାଧାରଣ ସ୍ୱତନ୍ତ୍ର ଟ୍ରେନ୍ |
-
ବିଶାଖାପାଟନମ୍ ଠାରୁ ରଙ୍ଗପଡା ନର୍ଥ (ଆସାମ)କୁ ଜନ ସାଧାରଣ ସ୍ୱତନ୍ତ୍ର ଟ୍ରେନ୍ |
-
ପୂର୍ବତଟ ରେଳପଥରୁ ଛାଡୁଥିବା କିମ୍ବା କୁ ଆସୁଥିବା ଟ୍ରେନ୍ ପାଇଁ ଅତିରିକ୍ତ ରହଣି |
ଭୁବନେଶ୍ୱର : ଜନସାଧାରଣଙ୍କ ଟ୍ରେନ ଯାତ୍ରାର ଚାହିଦାକୁ ଦୃଷ୍ଟିରେ ରଖି ଏବଂ ନିୟମିତ ଟ୍ରେନରେ ଅତିରିକ୍ତ ଯାତ୍ରୀ ଭିଡ଼ ଏଡ଼ାଇବା ପାଇଁ ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରୁ ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ/ରୁ ଯାତାୟାତ ପାଇଁ ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଥିବାବେଳେ ପୂର୍ବରୁ ଚଳାଚଳ କରୁଥିବା କେତେକ ସ୍ୱତନ୍ତ୍ର ଟ୍ରେନ ସେବାକୁ ମଧ୍ୟ ବୃଦ୍ଧି କରାଯାଇଅଛି |
ପୁରୀ-ଉଧନା (ସୁରଟ) ଜନ ସାଧାରଣ ସାପ୍ତାହିକ ଅଣ ସଂରକ୍ଷିତ ବିଶେଷ ଟ୍ରେନ |
08465 ପୁରୀ-ଉଧନା (ସୁରଟ) ଜନ ସାଧାରଣ ସାପ୍ତାହିକ ଅଣ ସଂରକ୍ଷିତ ବିଶେଷ ଟ୍ରେନ 12 ଜୁଲାଇରୁ 2 ଅଗଷ୍ଟ 2023 ମଧ୍ୟରେ ପ୍ରତ୍ୟେକ ବୁଧବାର ଦିନ ପୁରୀରୁ ଅପରାହ୍ନ 2ଘ.55ମି.ରେ ଛାଡୁଥିବାବେଳେ ଫେରିବା ମାର୍ଗରେ 08466 ଉଧନା-ପୁରୀ ଜନ ସାଧାରଣ ସାପ୍ତାହିକ ଅଣ ସଂରକ୍ଷିତ ବିଶେଷ ଟ୍ରେନ ଜୁଲାଇ 13 ରୁ 3 ଅଗଷ୍ଟ 2023 ମଧ୍ୟରେ ପ୍ରତ୍ୟେକ ଗୁରୁବାର ରାତ୍ରି 11 ଘଟିକାରେ ଉଧନାରୁ ଛାଡିବ | ଏହି ଟ୍ରେନ ପୁରୀ ଓ ଉଧନା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବାକୁ ଥିବାବେଳେ ଅତି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଯଥା ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, ଢେଙ୍କାନାଳ, ତାଳଚେର ରୋଡ଼, ଅନୁଗୁଳ, ରେଢ଼ାଖୋଲ, ସମ୍ବଲପୁର ସିଟି, ଝାରସୁଗୁଡା ରୋଡ଼, ଇବ, ବିଳାସପୁର, ରାଇପୁର, ନାଗପୁର, ୱାର୍ଧା ଓ ଭୁସାବଲ୍ ଇତ୍ୟାଦି ଷ୍ଟେସନ ମାନଙ୍କରେ ରହଣି କରିବା | ଏହି ଟ୍ରେନ ରେ ୧୭ ଟି ଅଣ ସଂରକ୍ଷିତ ଦ୍ଵିତୀୟ ଶ୍ରେଣୀ ସିଟିଙ୍ଗ ଓ ଦୁଇଟି ଗାର୍ଡ, ଲଗେଜ ତଥା ଦ୍ଵିତୀୟ ଶ୍ରେଣୀ ସିଟିଙ୍ଗ କୋଚ ଉପଲବ୍ଧ ଅଛି |
ବିଶାଖାପାଟନମ୍-ରଙ୍ଗପଡା ଉତ୍ତର (ଆସାମ) ଜନ ସାଧାରଣ ସାପ୍ତାହିକ ଅଣ ସଂରକ୍ଷିତ ବିଶେଷ ଟ୍ରେନ |
08562 ବିଶାଖାପାଟନମ୍-ରଙ୍ଗପଡା ଉତ୍ତର ସ୍ପେଶାଲ୍ ବିଶାଖାପାଟନମ୍ ଠାରୁ 30 ଅଗଷ୍ଟ 2023 ପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର ଦିନ (ଶନିବାର ଦିନ ରାତ୍ରି 12ଘ.10ମି ) ବିଶାଖାପାଟନମ୍ ଠାରୁ ଛାଡି ସୋମବାର ଦିନ ପୂର୍ବାହ୍ନ 10 ଘଟିକାରେ ରଙ୍ଗପଡା ଉତ୍ତରରେ ପହଞ୍ଚିବ | ପ୍ରଫେରିବା ମାର୍ଗରେ 08561 ରଙ୍ଗପଡା ଉତ୍ତର-ବିଶାଖାପାଟନମ୍ ସ୍ପେଶାଲ୍ ରଙ୍ଗପଡା ଉତ୍ତର ଠାରୁ 31 ଅଗଷ୍ଟ 2023 ପର୍ଯ୍ୟନ୍ତ ପ୍ରତ୍ୟେକ ମଙ୍ଗଳବାର ଦିନ ଭୋର 05ଘ.15ମି. ରେ ଛାଡି ବୁଧବାର ଦିନ ଅପରାହ୍ନ 03ଘ.35ମି.ରେ ବିଶାଖାପାଟନମ୍ ଠାରେ ପହଞ୍ଚିବ | ଏହି ଟ୍ରେନରେ ଉଭୟ ଦିଗରୁ ବିଶାଖାପାଟନମ୍ ଏବଂ ରଙ୍ଗପଡା ଉତ୍ତର ଷ୍ଟେସନ୍ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ରହଣି କରିବାକୁ ଥିବାବେଳେ ଏଥିରେ ସାତୋଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଅଛି |
କେତେକ ବିଶେଷ ଟ୍ରେନ ଚଳାଚଳର ସେବା ବୃଦ୍ଧି |
A: ସାନ୍ତ୍ରାଗଛି-ପୁରୀ-ସାନ୍ତ୍ରାଗଛି ବିଶେଷ ଟ୍ରେନ |
ପ୍ରତି ଶୁକ୍ରବାର ଦିନ ସାନ୍ତ୍ରାଗଛି ଛାଡୁଥିବା ଏବଂ ପ୍ରତ୍ୟେକ ଶନିବାର ଦିନ ପୁରୀ ଛାଡୁଥିବା 02837/02838 ସାନ୍ତ୍ରାଗଛି-ପୁରୀ-ସାନ୍ତ୍ରାଗଛି ବିଶେଷ ଟ୍ରେନ ସେବାକୁ 26 ଅଗଷ୍ଟ 2023 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି |
B. ଭଞ୍ଜପୁର (ବାରିପଦା) -ପୁରୀ-ଭଞ୍ଜପୁର ବିଶେଷ ଟ୍ରେନ |
ପ୍ରତ୍ୟେକ ଗୁରୁବାର ଏବଂ ଶନିବାର ଦିନ ଭଞ୍ଜପୁର ଛାଡୁଥିବା ପ୍ରତ୍ୟେକ ଶୁକ୍ରବାର ଏବଂ ରବିବାର ଦିନ ପୁରୀ ଛାଡୁଥିବା 08011/08012 ଭଞ୍ଜପୁର (ବାରିପଦା) -ପୁରୀ- ଭଞ୍ଜପୁର ସ୍ପେଶାଲ ସେବାକୁ 1 ସେପ୍ଟେମ୍ବର 2023 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି |
C. ବିଶାଖାପାଟନମ୍-ବନାରସ-ବିଶାଖାପାଟନମ୍ ବିଶେଷ ଟ୍ରେନ |
08588 ବିଶାଖାପାଟନମ୍-ବନାରସ ସ୍ପେଶାଲ ଏକ୍ସପ୍ରେସ ପ୍ରତ୍ୟେକ ବୁଧବାର ଦିନ ବିଶାଖାପାଟନମରୁ 30 ଅଗଷ୍ଟ 2023 ପର୍ଯ୍ୟନ୍ତ ଚଳାଚଳ କରିବ | ଫେରିବା ମାର୍ଗରେ 08587 ବନାରସ-ବିଶାଖାପାଟନମ ସ୍ପେଶାଲ ବନାରସ ଠାରୁ 31 ଅଗଷ୍ଟ 2023 ପର୍ଯ୍ୟନ୍ତ ଚଳାଚଳ କରିବ |
D. ପୂର୍ବରୁ ଘୋଷଣା କରାଯାଇଥିବା ଅନ୍ୟାନ୍ୟ ସ୍ୱତନ୍ତ୍ର ଟ୍ରେନ୍ |
ଗୁରୁତ୍ୱପୂର୍ଣ୍ଣ ଗନ୍ତବ୍ୟସ୍ଥଳ ମଧ୍ୟରେ ସେବା ଜାରି ରଖିଥିବା ପୂର୍ବରୁ ଘୋଷିତ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକ ହେଉଛି ପୁରୀ-ପାଟନା-ପୁରୀ ସ୍ପେଶାଲ୍, ପାଟନା-ପୁରୀ-ପାଟନା ସ୍ପେଶାଲ୍ ଏକ୍ସପ୍ରେସ୍, ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ସ୍ପେଶାଲ୍, ବିଶାଖାପାଟନମ୍-ସିକନ୍ଦରାବାଦ ସ୍ପେଶାଲ୍ ଏକ୍ସପ୍ରେସ, ବିଶାଖାପାଟନମ୍-ତିରୁପତି ସ୍ୱତନ୍ତ୍ର ଏକ୍ସପ୍ରେସ, ବିଶାଖାପାଟନମ୍ - ମେହବୁବ ନଗର ସ୍ପେଶାଲ୍ ଏକ୍ସପ୍ରେସ, ବିଶାଖାପାଟନମ୍-ବେଙ୍ଗାଲୁରୁ କ୍ୟାଣ୍ଟ ସ୍ପେଶାଲ ଏକ୍ସପ୍ରେସ ଏବଂ ସମ୍ବଲପୁର-ଏରୋଡ ସ୍ପେଶାଲ ଏକ୍ସପ୍ରେସ |
ଟ୍ରେନର ପରୀକ୍ଷାମୂଳକ ରହଣି |
ବିଭିନ୍ନ ଷ୍ଟେସନରେ ନିମ୍ନରେ ଉଲ୍ଲେଖ କରାଯାଇଥିବା ଟ୍ରେନ୍ ଗୁଡିକର ପରୀକ୍ଷାମୂଳକ ରହଣି ବ୍ୟବସ୍ଥା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଅଛି | ଏହି ଟ୍ରେନ ଗୁଡିକ ହେଉଛି ...
15 ଜୁଲାଇ, 2023 ଠାରୁ 18423/18424 ଭୁବନେଶ୍ୱର-ନୟାଗଡ଼ ଟାଉନ-ଭୁବନେଶ୍ୱର ସେବା ଏକ୍ସପ୍ରେସ ଟ୍ରେନ କୁ ଲିଙ୍ଗରାଜ ଟେମ୍ପଲ ରୋଡ ଷ୍ଟେସନ ଠାରେ ରହଣି ବ୍ୟବସ୍ଥା ପ୍ରଦାନ କରାଯାଇଅଛି |
ଭୁବନେଶ୍ୱରରୁ 28 ଜୁନ୍ 2023 ଠାରୁ ଛାଡିବାକୁ ଥିବା 17015 ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ କୁ ସତ୍ତେନାପଲ୍ଲୀ,ପିଡୁଗୁରୁଲା ଏବଂ ନାଡିକୁଡେ ଷ୍ଟେସନରେ ରହଣି ବ୍ୟବସ୍ଥା ପ୍ରଦାନ କରାଯାଇଅଛି |
ଭୁବନେଶ୍ୱରରୁ 5 ଜୁଲାଇ 2023 ଠାରୁ ଛାଡିବାକୁ ଥିବା 17015 ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ କୁ ମିରିୟାଲାଗୁଡା ଏବଂ ନାଲଗୋଣ୍ଡା ଷ୍ଟେସନରେ ରହଣି ବ୍ୟବସ୍ଥା ପ୍ରଦାନ କରାଯାଇଅଛି |
ପୁରୀ ଠାରୁ 5 ଜୁଲାଇ 2023 ଠାରୁ ଛାଡିବାକୁ ଥିବା 17479 ପୁରୀ-ତିରୁପତି ଏକ୍ସପ୍ରେସ କୁ ଚିନ୍ନା ଗଞ୍ଜାମ ଷ୍ଟେସନରେ ରହଣି ବ୍ୟବସ୍ଥା ପ୍ରଦାନ କରାଯାଇଅଛି |
ବିଶାଖାପାଟନମ୍ ଠାରୁ 5 ଜୁଲାଇ 2023 ଠାରୁ ଛାଡିବାକୁ ଥିବା 12861 ବିଶାଖାପାଟନମ୍-ମେହବୁବନଗର ଏକ୍ସପ୍ରେସ କୁ ମଧୀରା ଷ୍ଟେସନରେ ରହଣି ବ୍ୟବସ୍ଥା ପ୍ରଦାନ କରାଯାଇଅଛି |








