ହେଡଲାଇନସ୍:

ବୁଡେନ ପୋଲିସ କୁ ବଡ ସଫଳତା : ଧରା ପଡିଲେ ୭ ବାଇକ୍ ଚୋର, ଉଦ୍ଧାର ହେଲା ୧୫ ମୋଟରସାଇକେଲ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ବରଗଡ଼ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ବୁଡେନ ପୋଲିସ ବାଇକ୍ ଚୋର ରାକେଟ ଦଳକୁ ଧରିବାକୁ ସକ୍ଷମ ହୋଇଛି l ବରଗଡ଼, ବଲାଙ୍ଗିର ଓ ପଡୋଶୀ ରାଜ୍ୟ ଛତିଶଗଡ ଅଞ୍ଚଳରୁ ଚୋରି ହୋଇଥିବା ୧୫ ଗୋଟି ବାଇକ୍ ଉଦ୍ଧାର କରିବା ସହିତ ସମ୍ପୃକ୍ତ ୭ ଜଣ ଚୋରଙ୍କୁ ଗିରଫ୍ କରିଛି l ଗିରଫ୍ ଚୋର ମାନେ ହେଲେ ବୁଡେନ ଥାନା ଅନ୍ତର୍ଗତ ଦର୍ଲିଗୁଡାର ମୀନକେତନ ପଧାନ, ଅଖିଲ ନାଗ, ବଲାଙ୍ଗିର ଜିଲ୍ଲା ଲୁହାସିଙ୍ଗାର ଚୁନୁଲାଲ ଅଗ୍ରୱାଲ, ଜୁରିଆ ର ବିଜୁ ଭୁଏ, ଦିଲୀପ ବାଗ, ଦୀପକ ବାଗ ଓ ଶୁଭେନ୍ଦୁ ମେହେର l
ଭାରତୀୟ ପିଙ୍ଗଳ କୋଡ୍ ଧାରା ୩୭୯/୪୧୧/୪୬୫/୪୬୬/୪୮୨/୩୪ ଅନୁଯାୟୀ ଗିରଫ୍ କରି କୋର୍ଟ ଚାଲାଣ କରାଯାଇଛି l

0
0
0
s2sdefault