ହେଡଲାଇନସ୍:

ରଥ, ପଥ ପ୍ରସ୍ତୁତ; ଅପେକ୍ଷା ଆଜ୍ଞାମାଳକୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  ନବଯୌବନ ଦର୍ଶନର ଦିବ୍ୟ ଆନନ୍ଦ ନେବାକୁ ସିଂହଦ୍ୱାର ଠାରୁ ମାର୍କେଟ ଛକ ଯାଏଁ ଲମ୍ବା ଧାଡ଼ିରେ ଶ୍ରଦ୍ଧାଳୁ 

ପୁରୀ (ଅନିମେଶ ପଟ୍ଟନାୟକ): ମଙ୍ଗଳବାର ଘୋଷଯାତ୍ରା । ସେଥିପାଇଁ ରଥ ପ୍ରସ୍ତୁତ ଓ ପଥ ବି ପ୍ରସ୍ତୁତ। ଅଣସରରେ ଥିବା ତିନି ଠାକୁରଙ୍କ ନବଯୌବନ ଦର୍ଶନ ଅଜି । ଦର୍ଶନର ସମୟ ସକାଳ ୯.୩୦ ମିନିଟ ଥିବା ବେଳେ କାହିଁ କୋଉ ସକାଳୁ ଦେଖିବାକୁ ମିଳିଥିଲା ଭକ୍ତଙ୍କ ଲମ୍ବା ଧାଡ଼ି । ସିଂହଦ୍ୱାର ଠାରୁ ମାର୍କେଟ ଛକ ଯାଏଁ ଲମ୍ବା ଧାଡ଼ିରେ ଭକ୍ତମାନେ ନବଯୌବନର ଆନନ୍ଦ ନେଉଛନ୍ତି । ୧୫ ଦିନର ବ୍ୟବଧାନ ପରେ ମହାପ୍ରଭୁଙ୍କ ଦର୍ଶନ ମିଳିବ ତାହା ପୁଣି କିଛି ସମୟ ପାଇଁ । ସେଥିପାଇଁ ଭକ୍ତଙ୍କ ବ୍ୟାକୁଳତା ବେଶ୍ ବାରି ହୋଇପଡୁଛି । ବର୍ତ୍ତମାନ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଚାଲୁ ରହିଛି । ଆଉ କିଛି ସମୟ ପରେ ଦର୍ଶନ ବନ୍ଦ କରାଯାଇ ମହାପ୍ରଭୁଙ୍କ ଅନ୍ଯାନ୍ଯ ନୀତି ସବୁ କରାଯିବ ।

ସେପଟେ ତିନି ରଥ ପ୍ରସ୍ତୁତ। ଅପେକ୍ଷା ମହାପ୍ରଭୁଙ୍କ ଆଜ୍ଞାମାଳକୁ । ବିଧି ମୁତାବକ ନେତ୍ରୋତ୍ସବ ଦିନ ତିନି ରଥକୁ ଦକ୍ଷିଣୀ ମୋଡ କରାଯାଏ । ଅର୍ଥାତ ତିନି ରଥକୁ ସିଂହଦ୍ୱାର ନିକଟକୁ ଟଣା ଯାଏ । ଚଳିତଥର ଏହି କାର୍ଯ୍ୟକ୍ରମକୁ ଅପରାହ୍ନ ୪.୩୦ ମିନିଟରେ କରାଯିବାକୁ ଧାର୍ଯ୍ଯ କରାଯାଇଛି । ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କର ଆଜ୍ଞାମାଳ ରଥଖଳାକୁ ଆସିଲା ପରେ ରଥରେ ଦଉଡ଼ି ଲଗାଯାଇ ରଥକୁ ସିଂହଦ୍ୱାର ଯାଏଁ ଟଣାଯିବ ।

0
0
0
s2sdefault