ହେଡଲାଇନସ୍:

ନିଯୁକ୍ତି ପାଇବେ ୧୬୦ ଓଡ଼ିଶା ଶିକ୍ଷା ସେବା ଅଧିକାରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ, ଜୁନ୍ ୧୯ରେ ମୁଖ୍ୟମନ୍ତ୍ରୀ ପ୍ରଦାନ କରିବେ ନିଯୁକ୍ତି ପତ୍ର

ଭୁବନେଶ୍ୱର:ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ନିଯୁକ୍ତି ପାଇବେ ୧୬୦ ଜଣ ଓଡ଼ିଶା ଶିକ୍ଷା ସେବା ଅଧିକାରୀା ଏହି ଅବସରରେ ଭୁବନେଶ୍ୱରସ୍ଥିତ କୃଷିଭବନ ସମ୍ମିଳନୀ କକ୍ଷରେ ରବିବାର ଦିନ ଏକ କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓପିଏସ୍ସି ଦ୍ୱାରା ମନୋନୀତ ୧୬୦ ଜଣଙ୍କ ମଧ୍ୟରୁ ୧୫୮ଜଣ କାଉନସେଲିଂ ପ୍ରକ୍ରିୟାରେ ଯୋଗଦେଇଥିଲୋ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ କାଉନସେଲିଂ ପ୍ରକ୍ରିୟା ସମ୍ବନ୍ଧୀୟ ସମସ୍ତ ବିବରଣୀ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆୟର ପ୍ରଦାନ କରିଥିଲୋ ଏହାପରେ ନବନିଯୁକ୍ତ ଅଧିକାରୀମାନଙ୍କୁ ସେମାନଙ୍କ ନିଯୁକ୍ତି ସମ୍ପର୍କରେ ସମସ୍ତ ସୂଚନା ପ୍ରଦାନ କରାଯାଇଥିଲାା କେଉଁ ଅଧିକାରୀ କେଉଁ ସ୍ଥାନରେ କେଉଁ ପଦବୀରେ ଯୋଗଦେବେ ତାହା ସେମାନଙ୍କୁ ଜଣାଇ ଦିଆଯାଇଥିଲାା କାର୍ଯ୍ୟକ୍ରମର ଚୂଡାନ୍ତ ପର୍ଯ୍ୟାୟରେ ନବନିଯୁକ୍ତ ଅଧିକାରୀମାନେ ସେମାନଙ୍କ ସମସ୍ତ ଦ୍ୱନ୍ଦ ପଚାରି ବୁଝିଥିଲୋ ନିଯୁକ୍ତି ପାଇବାକୁ ଥିବା ଏହି ଅଧିକାରୀମାନଙ୍କ ନିମନ୍ତେ ସମସ୍ତ ବ୍ୟବସ୍ଥା ବିଭାଗ ପକ୍ଷରୁ ଆୟୋଜିନ କରାଯାଇଥିଲାା
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଷ୍ଟେଟ୍ କନଭେନସନ୍ ସେଣ୍ଟରଠାରେ ଏହି ନବନିଯୁକ୍ତ ଅଧିକାରୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛିା ଓଡ଼ିଶା ରାଜ୍ୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ଶାହା ସମସ୍ତ ଶିକ୍ଷା ସେବା ଅଧିକାରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସେମାନଙ୍କୁ ନିଜ କର୍ତ୍ତବ୍ୟ ଓ ଦାୟିତ୍ୱ ପ୍ରତି ଦୃଢପ୍ରତିଜ୍ଞ ହେବା ପାଇଁ ପରାମର୍ଶ ଦେଇଥିଲୋ ଶିକ୍ଷାର ବିକାଶ ପାଇଁ ସେମାନଙ୍କୁ ଯେଉଁ ସୁଯୋଗ ମିଳିଛି ସମସ୍ତେ ନିଶ୍ଚିତ ଭାବେ ତାହାର ସଦୁପଯୋଗ କରିବେ ବୋଲି ଶ୍ରୀ ସାହା ଆଶାବ୍ୟକ୍ତ କରିଥିଲୋ ଏହି ନବନିଯୁକ୍ତ ଅଧିକାରୀମାନଙ୍କୁ "ମୋ ସରକାର'ର ଜନାଦେଶ ଉପରେ ମଧ୍ୟ ସମ୍ୟକ୍ ଧାରଣା ପ୍ରଦାନ କରାଯାଇଥିଲାା କାଉନସେଲିଂ କାର୍ଯ୍ୟକ୍ରମରେ ଯୋଗଦେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ କୁମାର ଦାଶ କହିଥିଲେ, ଲୋକମାନଙ୍କଠାରୁ ମତାମତ ଗ୍ରହଣ କରି ଏହା ଉପରେ କାର୍ଯ୍ୟ କରିବା ଦ୍ୱାରା ସରକାରଙ୍କ ଉପରେ ଲୋକଙ୍କ ଭରସା ଓ ବିଶ୍ୱାସ ବଢ଼ିବା ଯୁବ ଅଧିକାରୀମାନେ ରାଜ୍ୟର ସ୍ୱପ୍ନକୁ ପୂରଣ କରିବା ପାଇଁ କଠନ ପରିଶ୍ରମ କରନ୍ତୁା ସେହିପରି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିର୍ଦ୍ଦେଶକ ଶ୍ରୀ ଦୁର୍ଗାପ୍ରସାଦ ମହାପାତ୍ର ଏହି ନବନିଯୁକ୍ତ ଅଧିକାରୀମାନଙ୍କୁ ସାହାଯ୍ୟ, ସହଯୋଗ ମାଧ୍ୟମରେ ଶିକ୍ଷା ବିଭାଗକୁ ବିକାଶ ପଥରେ ଆଗେଇ ନେବା ପାଇଁ ଆହ୍ୱାନ ଦେଇଥିଲୋ ଏହା ସହ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ଜ୍ୟୋତିରଞ୍ଜନ ମିଶ୍ର ବିଦ୍ୟାଳୟ, ବ୍ଲକ୍ ଓ ଜିଲ୍ଲାର ତୃଣମୂଳ ସ୍ତରକୁ ଯାଇ ପିଲାମାନଙ୍କ ଶୈକ୍ଷିକ ବିକାଶ ପାଇଁ ନୂତନ କାର୍ଯ୍ୟପନ୍ଥା ଆପଣେଇବାକୁ ପାଇଁ ପରାମର୍ଶ ଦିଇଥିଲୋ ଏହାସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଯୁଗୋପଯୋଗୀ କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ ପାଇଁ ଅଧିକ ଦାୟିତ୍ୱବାନ ଓ ଯନିବାନ ହେବା ପାଇଁ ପ୍ରେରଣା ଦେଇଥିଲାା
ଏହି କାଉନସେଲିଂ କାର୍ଯ୍ୟକ୍ରମରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ଶାହା, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆୟର, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ କୁମାର ଦାଶ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ଜ୍ୟୋତିପ୍ରକାଶ ମିଶ୍ର ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିର୍ଦ୍ଦେଶକ ଶ୍ରୀ ଦୁର୍ଗାପ୍ରସାଦ ମହାପାତ୍ରଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଯୋଗଦେଇଥିଲୋ

0
0
0
s2sdefault