ପଦ୍ମପୁର: ସ୍ଥାନୀୟ ମାରୱାଡି ଧର୍ମଶାଳା ଠାରେ ମାରୱାଡି ଯୁବାମଞ୍ଚ ଓ ଶୀତଳ ଷଷ୍ଠୀ କମିଟୀ ପକ୍ଷରୁ ମିଳିତ ଆଜି ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରକୁ ବିଧାୟିକା ବର୍ଷା ସିଂ ବରିହା ଓ ପଦ୍ମପୁର ଉପଜିଲ୍ଲାପାଳ ସଦାକର କୁମ୍ଭାର ଯୋଗଦେଇ ଉଦଘାଟନ କରିଥିଲେ । ସର୍ବପ୍ରଥମେ ବିଧାୟିକା ଅଗ୍ରପୂଜ୍ୟ ଶ୍ରୀ ଗଣେଷ ଭଗବାନଙ୍କ ଠାରେ ଦୀପ ପ୍ରଜ୍ଜଳନ କରି ଶିବିରରେ ରକ୍ତ ଦାନର ମହତ୍ତ୍ବ ସଂପର୍କରେ କହିଥିଲେ ।
ଏହି ରକ୍ତଦାନ ଶିବିରରୁ ମୋଟ ୧୦୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ପ୍ରବଳ ଖରାରେ ମଧ୍ୟ ଏପରି ଏକ ସାମାଜିକ କାର୍ଯ୍ୟକ୍ରମ କରିଥିବାରୁ ସମସ୍ତ ରକ୍ତଦାତା ତଥା ଆୟୋଜନ କମିଟିକୁ ବିଭିନ୍ନ ମହଳରୁ ପ୍ରଶଂସା ମିଳିଛି ।








