ମୃତକ ଙ୍କର ଆତ୍ମା ର ସଦ୍ଗତି ନିମନ୍ତେ ସାମୁହିକ ଦୀପଦାନ
ବରଗଡ଼ :- ବାଲେଶ୍ଵର ଜିଲ୍ଲା ବାହାନଗା ଠାରେ ଘଟିଥିବା ମର୍ମନ୍ଦୁତ ରେଳ ଦୁର୍ଘଟଣା କେବଳ ଭାରତ ନୁହେଁ ସମଗ୍ର ବିଶ୍ୱର ମାନବ ସମାଜକୁ ବ୍ୟଥିତ କରିଦେଇଛି । ଏହି ଦୁର୍ଘଟଣାରେ ସାରା ଦେଶରେ ବର୍ତ୍ତମାନ ଶୋକକୁଳ ଅବସ୍ଥା । ଦୁର୍ଘଟଣାରେ ମୃତ ଯାତ୍ରୀ ମାନଙ୍କ ଆତ୍ମା ର ସଦ୍ଗତି ନିମନ୍ତେ ସାରା ରାଜ୍ୟ ଓ ଦେଶର ଜନସାଧାରଣ ନିଜ ନିଜର ଆରାଧ୍ୟ ଙ୍କର ପାଖରେ ପ୍ରାର୍ଥନା କରୁଛନ୍ତି । ଏହି ମର୍ମନ୍ଦୁତ ଦୁର୍ଘଟଣା ସମସ୍ତ ଦେଶ ବାସୀଙ୍କର ଆଖିରେ ଭରିଦେଇଛି ଲୁହ ।
ଆଜି ବରଗଡ଼ ଜିଲ୍ଲାର ପାଇକମାଲ ଠାରେ , ପାଇକମାଲ ସମ୍ବାଦିକ ସଂଘର ଉଦ୍ୟମ ରେ ମୃତକ ଙ୍କର ଆତ୍ମା ର ସଦ୍ଗତି ନିମନ୍ତ୍ୱ ଏକ ଶ୍ରଦ୍ଧାଞ୍ଜଳି ସଭା ଓ ଦୀପଦାନ କାର୍ଯ୍ୟକ୍ରମ କରାଯାଇଥିଲା । ପାଇକମାଲ ମୁଖ୍ୟ ଛକ ଠାରେ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ପାଇକମାଲ ତହସିଲଦାର ଶ୍ରୀ ଅକ୍ଷୟ କୁମାର ବାଗ , ଥାନା ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ବଢ଼େଇ ଓ ତାଙ୍କର ଅନେଜ ସହକର୍ମୀ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ବିନୋଦ କାଳିଆ ଙ୍କର ସମେତ ଅନ୍ବକ ବାରିଷ୍ଟ ନାଗରିକ , ସମ୍ବାଦିକ ସଙ୍ଘ ର ସଭାପତି ଶ୍ରୀ ବଡ ସଥପଥୀ ଓ ସମସ୍ତ ସମ୍ବାଦିକ ବନ୍ଧୁ , ବଣିକ ସଙ୍ଘ ର ସଭାପତି ଶ୍ରୀ ଯୁଗଳ ମେହ୍ୱର ଓ ସମ୍ପାଦକ ଶ୍ରୀ ସୁବ୍ରତ ସାହୁ ଙ୍କର ସମେତ ବହୁ ସଂଖ୍ୟାରେ ବ୍ୟବସାୟୀ ବନ୍ଧୁ , ଶ୍ରୀ ଗୌତମ ସିଂ , ଯୁବା ମଞ୍ଚ ର ସଭାପତି ଆୟୁଷ ଅଗ୍ରୱାଲ ଓ ସମ୍ପାଦକ ବିଜି ଅଗ୍ରୱାଲ ଙ୍କର ସହିତ ଯୁବା ମଞ୍ଚ ର ଅନେକ କର୍ମକର୍ତ୍ତା , ଶିକ୍ଷକ ଦିବସ କୁମାର ସାହୁ , ମହାଦେବ ବେହେରା ଙ୍କର ସମେତ ଅନେକ ଶିକ୍ଷକ , ଅଗ୍ନିଶମ ବିଭାଗ ର ଅଧିକାରୀ ଓ ତାଙ୍କର ସହଯୋଗୀ ମନେ ଓ ବହୁ ସଂଖ୍ୟାରେ ଜନସାଧାରଣ ଯୋଗଦେଇ ମୃତକ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ତାଙ୍କର ଅମର ଆତ୍ମା ର ସଦ୍ଗତି ନିମନ୍ତେ ଦୀପଦାନ କରି ମହାପ୍ରଭୁ ଙ୍କର ନିକଟରେ ପ୍ରାର୍ଥନା କରିଥିଲେ ।











