ହେଡଲାଇନସ୍:

ବିଶ୍ଵ ପରିବେଶ ଦିବସ: ଟାଟା ଷ୍ଟିଲ ପକ୍ଷରୁ ସୁନା ନଦୀ କୂଳ ପରିଷ୍କାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଜୁନ ମାସରେ 4 ହଜାର ରୁ ଉର୍ଦ୍ଧ୍ୱ ଚାରା ରୋପଣ ଲକ୍ଷ୍ୟ

ଯୋଡା: (ପାର୍ଥ ସାରଥି ଷଡ଼ଙ୍ଗୀ)ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ଟାଟା ଷ୍ଟିଲ ପକ୍ଷରୁ ସୁନା ନଦୀ ର କୁନ୍ଦୁରୁନଳା କୂଳ କୁ ପରିଷ୍କାର କରାଯାଇଛି I ଏହି ଅଭିଯାନ ରେ କମ୍ପାନୀ ର ପ୍ରାୟ 50 ଜଣ ସ୍ଵେଚ୍ଛାସେବୀ ଯୋଗଦେଇ ନଦୀକୂଳ କୁ ପରିଷ୍କାର କରିଥିଲେ I ଏହା ପରେ, ଏହି ଆବର୍ଜନା କୁ ଯୋଡା ମୁନିସିପାଲିଟି ଡମ୍ପୟାଡ କୁ ପଠାଯାଇଥିଲା I ରାଜେଶ କୁମାର, ମୁଖ୍ୟ, ଟାଟା ଷ୍ଟିଲ, ଯୋଡା ମେଡିସିନାଲ ପାର୍କ ଠାରେ, କମ୍ପାନୀ ର କର୍ମଚାରୀ ମାନଙ୍କ ଉପସ୍ଥିତିରେ ଏକ ଚାରା ରୋପଣ କାର୍ଯ୍ୟକ୍ରମ ର ଉଦଘାଟନ କରିଥିଲେ I

ଚଳିତ ବର୍ଷ ର ବିଷୟବସ୍ତୁ, "ବିଟ ପ୍ଲାଷ୍ଟିକ ପଲ୍ୟୁସନ" ଉପରେ ସମସ୍ତ ଉପସ୍ଥିତ ଲୋକ ମାନଙ୍କୁ, ସମାଜ ଉପରେ ପ୍ଲାଷ୍ଟିକ ର କୁପ୍ରଭାବ ଉପରେ ସଚେତନ କରାଯାଇଥିଲା I ସମସ୍ତେ ପରିବେଶ ସୁରକ୍ଷା ଉପରେ ଏକ ଶପଥ ପାଠ ମଧ୍ୟ କରିଥିଲେ I ଏହି କାର୍ଯ୍ୟକ୍ରମରେ, ପୂର୍ବରୁ ବିଭିନ୍ନ ପ୍ରତିଯୋଗୀତା ରେ କୃତିତ୍ଵ ଅର୍ଜନ କରିଥିବା କର୍ମଚାରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା I

ଏହା ପୂର୍ବରୁ ବିଭିନ୍ନ ସ୍କୁଲ ର ପିଲାମାନଙ୍କ ମଧ୍ୟରେ ଆୟୋଜିତ ପ୍ରତିଯୋଗୀତା ର କୃତି ଛାତ୍ରଛାତ୍ରୀ ଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା I ଜୁନ ମାସ ବ୍ୟାପୀ ପାଳନ ହେବାକୁ ଥିବା ସସ୍ଟେନେବିଲିଟି କାର୍ଯ୍ୟକ୍ରମରେ, ଟାଟା ଷ୍ଟିଲ ପକ୍ଷରୁ, ଯୋଡା ଏବଂ ଏହାର ଆଖପାଖ ଅଞ୍ଚଳରେ ଚାରି ହଜାର ରୁ ଉର୍ଦ୍ଧ୍ବ ଚାରା ରୋପଣ କରିବା ର ଯୋଜନା କରାଯାଇଛି I

0
0
0
s2sdefault