ହେଡଲାଇନସ୍:

ରେଳ ଦୁର୍ଘଟଣା ଦୁର୍ଗତଙ୍କୁ ସହାୟତାର ହାତ ବଢ଼ାଇଲେ ଏନ୍.ଏସ୍.ଏସ୍. ଏବଂ ଯୁବ ରେଡ଼କ୍ରସ ସ୍ଵେଛାସେବୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର, (ଶାସକ ପ୍ରଶାସକ): ବାଲେଶ୍ୱରର ବାହାନଗାଠାରେ ସଂଘଠିତ ଭୟଙ୍କର ରେଳ ଦୁର୍ଘଟଣାରେ ଦୁର୍ଗତମାନଙ୍କୁ ସହାୟତା କରିବା ପାଇଁ ଏବଂ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟୟନରତ ୧୦୦୦ରୁ ଅଧିକ ଏନ୍.ଏସ୍.ଏସ୍. ଏବଂ ଯୁବ ରେଡ଼କ୍ରସ ସ୍ଵେଛାସେବୀମାନେ ସ୍ୱତଃସପୂର୍ତ୍ତ ଭାବରେ ଆଗେଇ ଆସିଥିଲେ । ଉଚ୍ଚଶିକ୍ଷା ବିଭାଗର କାର୍ଯ୍ୟଧାରା ଆରମ୍ଭ ହେବାକ୍ଷଣି ବିଭିନ୍ନ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଗେଇ ଆସି ଉଦ୍ଧାର କାର୍ଯ୍ୟରେ ସହାୟତା କରିବା ସହିତ ବାଲେଶ୍ୱର, ବାହାନଗା, ସୋର, ଭଦ୍ରକ ଏବଂ କଟକଠାରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଦୁର୍ଗତମାନଙ୍କୁ ଖାଦ୍ୟପୁଡ଼ିଆ, ବିସ୍କୁଟ, ପାଣିବୋତଲ, ଓ.ଆର.ଏସ୍. ପ୍ୟାକେଟ୍ ଆଦି ବିତରଣ କରିଥିଲେ ।

ଏଥିସହିତ ଛାତ୍ର ସେ୍ୱଚ୍ଛାସେବୀମାନେ ସେମାନଙ୍କର ସ୍ଥାନୀୟ ମେଡ଼ିକାଲ ସେଣ୍ଟର ଏବଂ ଆର୍.ଆଇ.ସି.ଏସ୍. ରକ୍ତ କେନ୍ଦ୍ରଠାରେ ପ୍ରାୟ ୭୦୦ୟୁନିଟ୍ ରକ୍ତଦାନ କରିଥିଲେ । ଏହି ସମସ୍ତ ସେବାମୂଳକ କାର୍ଯ୍ୟରେ ଯୋଗଦେଇଥିବା ବାଲେଶ୍ୱର ଜିଲ୍ଲାର କେ.କେ.ସେ୍. ମହିଳା ମହାବିଦ୍ୟାୟ, ନୀଳମଣି ଡିଗ୍ରୀ କଲେଜ୍, ବାବା ପଞ୍ଚଲିଙ୍ଗେଶ୍ୱର ମହାବିଦ୍ୟାଳୟ,ୟୁ.ଏନ୍. କଲେଜ୍, ସୋର ମହିଳା ମହାବିଦ୍ୟାଳୟ, ନୀଳକଣ୍ଠେଶ୍ଵର ଡିଗ୍ରୀ କଲେଜ୍, ସାରସ୍ୱତ ମହାବିଦ୍ୟାଳୟ, ଅନନ୍ତପୁର, ଡଃ ଜେ.ଏନ୍.ମହାବିଦ୍ୟାଳୟ, ବାଲିଖଣ୍ଡ ଡିଗ୍ରୀ କଲେଜ୍, ରେମୁଣା ଡିଗ୍ରୀ କଲେଜ୍, ଭଦ୍ରକ ଜିଲ୍ଲାର ଘଣ୍ଟେଶ୍ୱର ଡିଗ୍ରୀ କଲେଜ୍, ବାସୁଦେବପୁର ମହାବିଦ୍ୟାଳୟ, ପଞ୍ଚାୟତ ଡିଗ୍ରୀ କଲେଜ୍, କଟକ ଜିଲ୍ଲାର ସାଲେପୁର ସ୍ୱୟଂ ଶାସିତ ମହାବିଦ୍ୟାଳୟ, ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ, ଷ୍ଟୁଆର୍ଟ ସାଇନ୍ସ କଲେଜ୍, ରେଭେନ୍ସା ବିଶ୍ୱବିଦ୍ୟାଳୟ ଏବଂ ଖୋର୍ଦ୍ଧା ଜିଲ୍ଲାର ବି.ଜେ.ବି. ସ୍ୱୟଂଶାସିତ ମହାବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, କିଟ୍ ବିଶ୍ୱବିଦ୍ୟାଳୟ, କମଳାନେହେରୁ ମହିଳା ମହାବିଦ୍ୟାଳୟର ଏନ୍.ଏସ୍.ଏସ୍. ଏବଂ ଯୁବ ରେଡ୍କ୍ରସ୍ ସେ୍ୱଚ୍ଛାସେବୀମାନଙ୍କର କାର୍ଯ୍ୟକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଉଚ୍ଚ ପ୍ରଶଂସା କରାଯାଇଛି ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ପ୍ରକାଶ କରିଛନ୍ତି ।

ଏତଦ୍ବ୍ୟତୀତ ଅନ୍ୟାନ୍ୟ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟର ସେ୍ୱଚ୍ଛାସେବୀମାନେ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରିବାର ଦେଖାଯାଇଛିା

0
0
0
s2sdefault