ହେଡଲାଇନସ୍:

ଅମର ଆତ୍ମାର ସଦଗତି ପାଇଁ ବିଜେଡ଼ି ପକ୍ଷରୁ କ୍ୟ।ଣ୍ଡଲ ଶୋଭାଯାତ୍ରା ଓ ନୀରବ ପ୍ରାଥନା।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବାସୁଦେବପୁର - ବାହାନଗା ଟ୍ରେନ ଦୁର୍ଘଟଣା ରେ ନୀରବ ହୋଇ ଯାଇଛି ସାରା ଦୁନିଆ। ସହଜ ରେ ଗ୍ରହଣ ହୋଇ ପାରୁ ନାହିଁ ଲୌହ ଦାନବ ର ଏ ତାଣ୍ଡବ ଲୀଳା। ଭଦ୍ରକ ଜିଲ୍ଲାର ବାସୁଦେବପୁର ରେ ମଧ୍ୟ ଦେଖାଯାଉଛି ଜନ ସାଧାରଣ ଙ୍କ ମନରେ ଗଭୀର ଶ୍ରଦ୍ଧାଂଜଳି ଓ ଶୋକ ପାଳନ। ରବିବାର ସଂଧ୍ୟା ସମୟ ରେ ବାସୁଦେବପୁର ବିଜେଡ଼ି ପକ୍ଷରୁ କେଣ୍ଡଲ ଶୋଭାଯାତ୍ରା ବାସୁଦେବପୁର ବଜାର ରେ କରିବା ସହ ସ୍ଥାନୀୟ ପ୍ରସନ୍ନ ଦେବ ଙ୍କ ମନ୍ଦିର ପୀଠ କୁ ଯାଇଥିଲା। ସେଠାରେ ଉପସ୍ଥିତ କର୍ମୀ ମାନେ ଅମର ଆତ୍ମାର ସଦଗଟି ପାଇଁ ଦୀପ ଦାନ କରି ନୀରବ ପ୍ର।ଥନା କରିଥିଲେ। ବାସୁଦେବପୁର ବ୍ଲକ ବିଜେଡ଼ି ସଭାପତି ଦିନ ବନ୍ଧୁ ଦାସ, ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ, ବିଧାୟକ ଙ୍କ ପ୍ରତିନିଧି ଅସିତ୍ ଦାସ, ମାନସ ରଞ୍ଜନ ସାହୁ, କାଳନ୍ଦୀ ସାହୁ, ରଶ୍ମିତା ନାୟକ, ଚିନ୍ମୟ ବାରିକ୍ ସୌଭାଗ୍ୟ ବିଶ୍ଵାଳ ଙ୍କ ସହ ଅନେକ ବିଜେଡ଼ି କର୍ମ କର୍ତ୍ତା ଉପସ୍ଥିତ ଥିଲେ।

0
0
0
s2sdefault