ହେଡଲାଇନସ୍:

ବିଧାୟକ ପ୍ରତାପ ଜେନା ଙ୍କ ଦ୍ୱାରା ଦେବସ୍ନାନ ପୂର୍ଣ୍ଣିମା ଅବସରରେ 18 କୋଟି 35 ଲକ୍ଷ ଅଟକଳ ମୂଲ୍ୟର ବିଜୁ ସେତୁ ଉଦଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପର୍ଯ୍ୟଟନ ସ୍ଥଳୀ ଓଡିଶା ପ୍ରସିଦ୍ଧ ନେମାଳ ପଦ୍ମବନ ପୀଠ ସର୍ବୋପରି ଲୁଣା-ଚିତ୍ରୋତୋଳା ଦ୍ବୀପାଞ୍ଚଳ ଅଞ୍ଚଳବାସୀଙ୍କ ଗମନାଗମନ କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ 

 (ନିଶ୍ଚିନ୍ତକୋଇଲି -ଦେବେନ୍ଦ୍ର ଷଡ଼ଙ୍ଗୀ ) ବହୁ ଦିନର ପ୍ରତୀକ୍ଷା, ଜନସାଧାରଣ ଙ୍କ ଦାବି ଆଜି ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ପାଇଁ ସଫଳ ହୋଇପାରିଛି l ଯାହାଦ୍ୱାରା ଲୁଣା ଚିତ୍ରୋତୋଳା ଦ୍ବିପାଞ୍ଚଳ ବାସୀଙ୍କ ସମେତ ହଜାର ହଜାର ସଂଖ୍ୟାକ ଶ୍ରଦ୍ଧାଳୁ ଭକ୍ତମାନେ ଏହି ବିଜୁ ସେତୁ ଦେଇ ଓଡିଶା  ପ୍ରସିଦ୍ଧ ନେମାଳ ସ୍ଥିତ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ମହାପୁରୁଷ ଙ୍କ ପୀଠ କୁ ଗମନାଗମନ କରିବା ପାଇଁ ବହୁତ କମ ସମୟ ଲାଗିବ ଯାହାପାଇଁ ସ୍ଥାନୀୟ ଅଞ୍ଚଳବାସୀ ବିଧାୟକ ଶ୍ରୀ ଜେନାଙ୍କୁ କୃତଜ୍ଞତା ଜଣାଇବା ସହିତ ସମ୍ବର୍ଦ୍ଧିତ କରିଥିଲେ l ରବିବାର ଦିନ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ଚିତ୍ରୋତୋଳା ନଦୀ ଉପରିସ୍ତ ବରକୋଳିଆ-ନଗସପୁର ରାସ୍ତା ରେ ନୂତନ ବିଜୁ ସେତୁର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ପ୍ରସିଦ୍ଧ ନେମାଳ ପଦ୍ମମନ ପୀଠ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ନିର୍ବିକଳ୍ପ ଶୂନ୍ୟ ସମାଧି ଦିବସ ଉପଲକ୍ଷେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ମୁଖ୍ୟଅତିଥି ଭାବେ ଯୋଗଦାନ କରି ଲୁଣା-ଚିତ୍ରୋତୋଳା ଅଂଚଳବାସୀଙ୍କ ଗମନାଗମନ ସୁବିଧା ପାଇଁ ବିଜୁ ସେତୁ ଉଦଘାଟନ କରିଥିଲେ l ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ୧୮କୋଟି ୩୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନବନିର୍ମିତ ବହୁ ପ୍ରତିକ୍ଷିତ ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ନଗସପୁର  ଚାରିରକବା ବିଜୁ ସେତୁର ଶୁଭ ଲୋକାର୍ପଣ ଉତ୍ସବ ହଜାର ହଜାର ଜନସମାଗମ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମ ରେ ବିଧାୟକ ଶ୍ରୀ ଜେନା ଙ୍କ ସହ ବ୍ଲକ ଅଧକ୍ଷା ରୋଜି ସେଠୀ, ଉପାଧକ୍ଷ ଅଶୋକ କୁମାର ଓଝା, ବିଜେଡି ସଭାପତି ରମାକାନ୍ତ ମହାନ୍ତି, ପୂର୍ବତନ ଅଧକ୍ଷ ଗିରିଶରଞ୍ଜନ ମହାପାତ୍ର, ବରିଷ୍ଟ ମୁରଵୀ ନଗେନ୍ଦ୍ର ଷଡ଼ଙ୍ଗୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ହିମାଂଶୁଶେଖର ମହାନ୍ତି, ସମାଜସେବୀ ବ୍ରଜମୋହନ ପଣ୍ଡା, ଅନିଲ ଭୂୟାଁ, ଜ୍ଞାନରଞ୍ଜନ ରାଉତ, ଙ୍କ ସମେତ ଜିଲ୍ଲା ପରିଷଦ, ବହୁ ବିଜୁ ଜନତା ଦଳ କର୍ମୀ, ସରପଞ୍ଚ, ସମିତିସଭ୍ୟ, ସ୍ଥାନୀୟ ଅଞ୍ଚଳବାସୀ ଯୋଗଦାନ କରି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ l ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା

ବିଧାୟକ ଶ୍ରୀ ଜେନା ପ୍ରକାଶ କରିଥିଲେ କି ଏହି ବିଜୁ ସେତୁ ଲୁଣା ଚିତ୍ରୋତୋଳା ଦ୍ବିପାଞ୍ଚଳ ବାସୀଙ୍କ ଆଶୀର୍ବାଦ ପାଇଁ ସମ୍ଭବ ହୋଇପାରିଛି, ଏହି ସେତୁ ସମେତ ଖୁବ ଶ୍ରୀଘ୍ର ସିରଲୋ ଠାରେ ଏକ ସେତୁ, ଦାଉଦପୁର ନଇଁଗୁଆଁ ଠାରେ ଏକ ସେତୁ, ଅସୁରେଶ୍ୱର ଠାରେ ଏକ ସେତୁ ଏହିଭଳି ପ୍ରାୟ 3 ରୁ ଉର୍ଧ୍ଵ ସେତୁ ଲୁଣା ଚିତ୍ରୋତୋଳା - ମହାନଦୀ କୁ ସଂଯୋଗ କରିବା ପାଇଁ ନିର୍ମାଣ କରାଯିବ, ଯାହାଦ୍ୱାରା ଖୁବ କମ ସମୟରେ ଜନସାଧାରଣ ମାନେ ଗମନାଗମନ କ୍ଷେତ୍ରରେ ସୁବିଧା ପାଇପାରିବେ ବୋଲି ପ୍ରକାଶ କରିଥିଲେ l

0
0
0
s2sdefault