ହେଡଲାଇନସ୍:

ଶ୍ରେଷ୍ଠ ବିଧାୟଙ୍କର ଶ୍ରେଷ୍ଠତମ କାର୍ଯ୍ୟ : ମାତୃ ନିକେତନକୁ ଦେଲେ ପୁରସ୍କାର ବାବଦ ଅର୍ଥ ୫୦୦୦୦ ଟଙ୍କା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବରଗଡ/ଗୌରାଙ୍ଗ ଚରଣ ଦାଶ:- ପଦ୍ମପୁର ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତଙ୍କୁ ରାଜ୍ୟ ସରକାର 2016 ପାଇଁ ଶ୍ରେଷ୍ଠ ବିଧାୟକ ଭାବରେ ସମ୍ମାନିତ କରିଥିଲେ । ଆଜି ମାନ୍ୟବର ବିଧାୟକ ସେ ବାସ୍ତବରେ ଜଣେ ଶ୍ରେଷ୍ଠ ମଣିଷ ଏହା ପ୍ରମାଣ କରିଦେଇଛନ୍ତି । ମାନ୍ୟବର ବିଧାୟକଙ୍କୁ ମିଳିଥିବା ନଗଦ ପୁରସ୍କାର ରାଶି ୫୦୦୦୦ଟଙ୍କାକୁ ଆଜି ପବିତ୍ର ନୂଆଖାଇ ଅବସର ରେ ସେ କସ୍ତୁରବା ଗାନ୍ଧୀ ମାତୃନିକେତନ ର ଅନ୍ତେବାସୀ ମାନଙ୍କର ନିମନ୍ତେ ପ୍ରଦାନ କରିଛନ୍ତି। ମାତୃନିକେତନ ର ସମସ୍ତ ଅନ୍ତେବାସୀ ଓ କର୍ମକର୍ତା ମାନଙ୍କର ଉପସ୍ଥିରେ ବିଧାୟକ ଏହି ପୁରସ୍କାର ରାଶିକୁ ପରିଚାଲିକା ମନୋରମା ମହାପାତ୍ର ଙ୍କୁ ପ୍ରଦାନ କରିଥିଲେ । ବିଧାୟଙ୍କର ଏହି ମହତ କାର୍ଯକୁ ଅଞ୍ଚଳ ବସି ଖୁବ ପ୍ରଶଂସା କରିଛନ୍ତି ।

 

 

 

0
0
0
s2sdefault