-
ଚାରି ଅଧକାରୀ ଙ୍କର ନିକଟରୁ 3ଲକ୍ଷ 70 ହଜାର ଟଙ୍କାର ରିକଭରି ଆଦେଶ
-
ଦୁଇ ଜଣ ଙ୍କର ନାମରେ ଥାନାରେ ମାମଲା
ବରଗଡ :- ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗ ର ବରଗଡ଼ ଅଫିସ ଓ ଏହାର ଅଧୀନରେ ଥିବା ଅନେକ ବ୍ଲକ ସ୍ତରୀୟ ଅଧିକାରୀ ମାନଙ୍କ ଦ୍ୱାରା କରାଯାଉଥିବା ଆର୍ଥିକ ଅନିୟମିତତା ଓ କାର୍ଯରେ ଅବହେଳାର ବାରମ୍ବାର ଅଭିଯୋଗ ହେଉଥିଲେ ସୁଦ୍ଧା ଏହି ବିଭାଗ ର ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କର ଅକ୍ଷମତା ବା ଅପାରଗତା ବା ଦୁର୍ନୀତିରେ ସିଧା ସଳଖ ସମ୍ପୃକ୍ତି କାରଣରୁ ଦୋଷୀ ଅଧିକାରୀ ଓ କର୍ମଚାରୀ ମାନଙ୍କ ବିରୋଧରେ କୋଣସି ପଦକ୍ଷେପ ଗ୍ରହଣ କରାନଯିବା କାରଣରୁ ଧୀରେ ଧୀରେ ଏହି ବିଭାଗ ର ଅଧିକାରୀ ଓ କର୍ମଚାରୀ ମାନେ ସର୍ଵଗିଲା ପାଲଟି ଗଲେଣି । ଏହି ବିଭାଗ ଦ୍ଵାରା ସମ୍ପାଦନ କରାଯାଇଥିବା ପ୍ରାୟ ସମସ୍ତ ପ୍ରକଳ୍ପ ଓ ଅଧିକାରୀ ମାନେ ବର୍ତ୍ତମାନ ସନ୍ଦେହ ଘେରରେ । ପରିସ୍ଥିତି ଏମିତି ହେଲାଣି ଯେ ଲୋକଙ୍କ ଜୀବନଜୀବିକା ର ମାନ ବୃଦ୍ଧି କରିବା ନିମନ୍ତେ ସରକାର ଙ୍କର ତରଫରୁ ପ୍ରଦାନ କରାଯାଉଥିବା ଅର୍ଥର ସିଂହଭାଗ କୋଣସି କାମ ନ କରି ସିଧାସଳଖ ଫେକ ବିଲ ଭାଉଚର ଦେଖାଇ ବାବୁ ମାନଙ୍କର ପକେଟ କୁ ଯାଉଛି , ଯାହାଫଳରେ ତୃଣମୂଳ ସ୍ତରରେ ଲୋକେ ସରକାରୀ ସୁବିଧା ର ଲାଭ ପାଇବାରେ ବଞ୍ଚିତ ହେଉଛନ୍ତି ।
ଗରିବ ଲୋକଙ୍କୁ ନିଜ ଘର , ନିଜ ଗାଁ ପାଖରେ କାମ ଯୋଗାଇ ଦେଇ ଆତ୍ମସମ୍ମାନ ର ସହିତ ବଞ୍ଚିବା ସୁଯୋଗ ପ୍ରଦାନ କରୁଥିବା ଏକ ଯୋଜନା ହେଉଛି ମନରେଗା । କୋବିଡ଼ ର ବିକଟାଳ ପରିସ୍ଥିତି ସମୟରେ ଏହି ଯୋଜନା ଅନେକ ଲୋକଙ୍କର ଜୀବିକା ନିର୍ବାହନ କରିବାର ମୁଖ୍ୟ ସାଧନ ଥିଲା । ରାଜ୍ୟରୁ ଶ୍ରମିକ ପଳାୟନ ରୋକିବା ପାଇଁ ଏହି ଯୋଜନା ଏକ ଅତି ମହତ୍ତ୍ୱପୂର୍ଣ୍ଣ ଯୋଜନା । ଓଡ଼ିଶା ର ସର୍ବାଧିକ ଶ୍ରମିକ ପଳାୟନ କରୁଥିବା 20 ଗୋଟି ବ୍ଲକ ମଧ୍ୟରୁ ବରଗଡ଼ ଜିଲ୍ଲାର ରହିଥିବା 4 ଗୋଟି ବ୍ଲକ କେବଳ ପଦ୍ମପୁର ଉପାଖଣ୍ଡ ରେ ରହିଛି । ଝାରବନ୍ଧ , ପାଇକମାଲ, ପଦ୍ମପୁର ଓ ଗାଇସିଲେଟ । ଏହି ବ୍ଲକ ଗୁଡିକ ରୁ ଶ୍ରମିକ ଶ୍ରେଣୀର ଲୋକଙ୍କ ପଳାୟନ ରୋକିବା ପାଇଁ ସରକାର ସ୍ୱତନ୍ତ୍ର ଭାବରେ ମନରେଗା ମାଧ୍ୟମରେ ଅନ୍ୟ ବ୍ଲକ ତୁଳନାରେ ଅଧିକ କାର୍ୟ୍ଯ ଦିବସ ଯୋଗାଇ ଦେଇଥାନ୍ତି । ମନରେଗା ରେ ହେଉଥିବା କାମକୁ ଯଦି ଏହି ଚାରି ଗୋଟି ବ୍ଲକ ରେ ଅନୁଧ୍ୟାନ କଲେ ଗୋଟେ କଥା ସ୍ପଷ୍ଟ ହୋଇଯିବ ଯେ ସିଧାସଳଖ ପଞ୍ଚାୟତ ଦ୍ୱାରା କରାଯାଉଥିବା କାମ କିଛି ମାତ୍ରାରେ ଠିକ ହେଉଛି କିନ୍ତୁ ଅନ୍ୟ ବିଭାଗ ଦ୍ଵାରା ହେଉଥିବା କାମ ଗୁଡିକ ସବୁବେଳେ ସନ୍ଦେହ ଘେରରେ ରହୁଛି । ଉଦାହରଣ ସ୍ୱରୂପ , ଗତ 31/05/2023 ତାରିଖ ଦିନ ଗାଇସିଲେଟ ବିଡ଼ିଓ ଙ୍କର ଚିଠି ନମ୍ବର 1877 ଦ୍ୱାରା ଗାଇସିଲେଟ ଥାନା ଅଧିକାରୀ ଙ୍କର ନିକଟରେ କରାଯାଇଥିବା ଅଭିଯୋଗ । ଅଭିଯୋଗ ଅନୁସାରେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗ ଦ୍ଵାରା ପ୍ରେମକିଶୋର ସାହୁ ନାମକ ଜଣେ ହିତାଧିକାରୀ ( wc2414008/if/10641593) ଙ୍କର ନାମରେ ଆସିଥିବା ଫାର୍ମ ପଣ୍ଡ କାମ ଶ୍ରମିକ ଙ୍କର ପରିବର୍ତେ ମେସିନ ଦ୍ୱାରା କରାଯାଇ ଅର୍ଥ ଆତ୍ମସାତ କରାଯାଇଛି , ସେହିଭଳି ସୁଲପାଣି ସାହୁ ( wc 2414008/if/10615741) ଙ୍କର ନାମରେ ଆସିଥୁବ ଫାର୍ମ ପଣ୍ଡ କାମ ମଧ୍ୟ ମେସିନ ଦ୍ୱାରା କରାଯାଇଛି ଏହା ସହିତ ସୁଲପାଣି ଙ୍କର ଫାର୍ମ ପଣ୍ଡ ଟି ସରକାରୀ ଜାଗାରେ ଖୋଲା ଯାଇଛି ଯାହାକି ସମ୍ପୂର୍ଣ୍ଣ ଭାବରେ ବେଆଇନ । ଜିଲ୍ଳା ପ୍ରଶାସନ ର ଚିଠି ନମ୍ବର 2972 ତାରିଖ 26 / 05/2023 କୁ ଆଧାର କରି ବିଡ଼ିଓ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ର ବରପାଲି ବ୍ଲକ Kainsir ନିଵାସୀ ବିଶ୍ୱରଂଜନ ସେଠ , ଯିଏ କି ଗାଇସିଲେଟ ବ୍ଲକ ରେ ପ୍ରୋଜେକ୍ଟ ଆସିସିଏଟସ ଭାବରେ କାର୍ଯରତ ଓ ତୁଷାରକାନ୍ତ ସାହୁ ଯିଏ କି ଗାଇସିଲେଟ ବ୍ଲକ ରେ ପି ଏଇ ଏ ଭାବରେ କାର୍ଯରତ ଙ୍କର ବିରୋଧରେ ଗାଇସିଲେଟ ଥାନାରେ କେଶ ନମ୍ବର
95/23 ଧାରା 420 , 34 ipc ରେ ମାମଲା ରୁଜୁ ହୋଇଛି । ମାମଲା ରୁଜୁ ହେବା ପରେ ଉଭୟ ଅଧିକାରୀ ଫେରାର ଅଛନ୍ତି ।
ଅନ୍ୟପଟେ ଜିଲ୍ଲା ପରିଷଦ ବରଗଡ଼ , ମନରେଗା ସେଲ ର ଚିଠି ନମ୍ବର 2970 ଅନୁସାରେ ଉକ ବେନିୟମ କାରବାର ରେ ଚାରି ଜଣ ଅଧିକାରୀ ଙ୍କୁ ଦୋଷୀ ସାବ୍ୟସ୍ତ କରଯାଇଛି । ସେମାନେ ହେଲେ ବିଶ୍ୱରଂଜନ ସେଠ ପି ଏ , ରମଣୀ ରଞ୍ଜନ ପ୍ରଧାନ ଏ ଏ ଇ ଗାଇସିଲେଟ ବ୍ଲକ , ତୁଷାରକାନ୍ତ ସାହୁ ପି ଆଇ ଏ ଗାଇସିଲେଟ ବ୍ଲକ ଓ ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ସୁଷେନ ମିର୍ଧା ବରଗଡ଼ । ଜିଲ୍ଲା ପ୍ରଶାସନ ର ଚିଠି ଅନୁସାରେ ଏହି ଚାରି ଜଣଙ୍କ ନିକଟରୁ ଯଥାକ୍ରମେ ଏକ ଲକ୍ଷ ସତାଅସି ହଜାର ସାତ ଶହ ବତୀଶ ଓ ଏକ ଲକ୍ଷ ତେସଠି ହଜାର ଟଙ୍କାର ରିକଭରି ଅସୁଲି ପାଇଁ ଆଦେଶ ରହିଛି ।
ଏଠାରେ ଗୋଟିଏ ପ୍ରଶ୍ନ ଉଠୁଛି ଯେ ବିଶ୍ୱରଂଜନ ଜଣେ ଆଉଟ ସୋରସିଂ କର୍ମଚାରୀ , ସେ ହେଲେ କାର୍ୟ୍ଯ ତଦାରଖ କରିବାର ଲୋକ , ରମଣୀ ରଞ୍ଜନ ଜଣେ ଟେକନିକାଲ ପାର୍ଶନ ତୁଷାରକାନ୍ତ ହେଲ ଫାଷ୍ଟ ସିଗନେଟୋରି ଓ ଓ ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ସୁଷେନ ମିର୍ଧା ହେଲେ ସେକେଣ୍ଡ ସିଗନେଟୋରି । ଏହି ଚାରି ଜଣ ଓ ଏହି ବିଭାଗ ର ଅନ୍ୟ କିଛି ଅଧିକାରୀ ମାନଙ୍କ ପ୍ରତକ୍ଷ ତତ୍ୱବାଧାନ ରେ ଏହି ଦୁର୍ନୀତି ହୋଇଛି । ଜିଲ୍ଲା ପ୍ରଶାସନ ଏହି ଚାରି ଜଣଙ୍କ ପାଖରୁ ଟଙ୍କା ରିକଭରି କରିବାର ଆଦେଶ ଦେଉଛି ଅଥଚ ବିଡ଼ିଓ କେବଳ ଦୁଇ ଜଣଙ୍କର ନାମରେ ଥାନାରେ ମାମଲା ରୁଜୁ କରିଛନ୍ତି ଯାହାକି ଆଶ୍ଚର୍ଯ୍ୟ ଲାଗୁଛି । ଏଠାରେ ଆହୁରି ଗୋଟିଏ କଥା ଯେ ବିଡ଼ିଓ ହେଉଛନ୍ତି ମନରେଗା ର ନୋଡ଼ାଲ ଅଫିସର । ଏହା ସହିତ ଏହି ଦୁର୍ନୀତି ରେ ମନରେଗା କର୍ମଚାରୀ ମାନଙ୍କ ସମ୍ପୃକ୍ତି ର ମଧ୍ୟ ଯାଞ୍ଚ ହେବା ଆବଶ୍ୟକ ।
କେବଳ ଏହି ଦୁଇ ଗୋଟି ନୁହେଁ , ଏହି ବିଭାଗ ର ଆହୁରି ଅନେକ ଆର୍ଥିକ ଅନିୟମିତତା ଓ ଅଧିକାରୀ ମାନଙ୍କ ଦ୍ୱାରା ଟଙ୍କା ହଡପ ର ଅଭିଯୋଗ ରହିଛି । ଦେଖିବାକୁ ବାକି ରହିଲା ଅଭିଯୁକ୍ତ ଅଧିକାରୀ ମାନଙ୍କ ନିକଟରୁ କେବେ ଟଙ୍କା ଅସୁଲି କରିବାରେ ସରକାର ସଫଳ ହେବ ଓ ଏହା ପରେ ଏହି ବାବୁ ମାନଙ୍କର ଉପରେ କଣ ପଦକ୍ଷେପ ଗ୍ରହଣ କରିବେ ।
ଏଠାରେ ସୂଚନାଯୋଗ୍ୟ ଯେ ଗାଇସିଲେଟ ଥାନାରେ କେଶ ହେବା ପରେ ଲୁଚି ବୁଲୁଥିବା ବିଶ୍ୱରଞ୍ଜନ ନାମକ ଆଉଟ ସୋରସିଂ କର୍ମଚାରୀ , ଝାରବନ୍ଧ ରେ କାର୍ଯରତ ଥିବା ସମୟରେ ତତ୍କାଳୀନ ଝାରବନ୍ଧ ପି ଆଇ ଏ ଙ୍କର ସହିତ ବହୁ ଟଙ୍କା ର ଘୋଟଲା କରିଥିଲେ । ଜିଲ୍ଲାପାଳ ଙ୍କର ଅଭିଯୋଗ ଶୁଣାଣି ଶିବିର ରେ ଅଭିଯୋଗ ହେବା ପରେ , ଏହି ଅଧିକାରୀ ମାନଙ୍କୁ ସିଧାସଳଖ ପୋଲିସ କୁ ହସ୍ତାନ୍ତର କରାଯାଇଥିଲା । ପୋଲିସ ଥାନାରେ ଏହି ମହାନୁଭବ ମାନେ ଲୋକଙ୍କ ଟଙ୍କା ଫେରସ୍ତ କରି ମୁକୁଳି ଥିଲେ । ଏହାପରେ ବିଶ୍ୱରଞ୍ଜନ କୁ ସୁରକ୍ଷା ପ୍ରଦାନ କରିବା ପାଇଁ ବିଭାଗୀୟ ପି ଡ଼ି ତାଙ୍କୁ ଗାଇସିଲେଟ କୁ ବଦଳି କରିଥିଲେ । ବାଇସିଲେଟ ରେ ବି ବାବୁ ନିଜର ପ୍ରକୃତି ଦେଖାଇବା ପାଇଁ ଭୁଲି ନ ଥିଲେ । ଦେଖିବାକୁ ବାକି ରହିଲା , ଏଥର ତ ଥାନାରେ ମାମଲା ପଞ୍ଜିକୃତ ହୋଇ ସାରିଛି , ବିଭାଗୀୟ ପି ଡ଼ି ଏହି ଅଧିକାରୀ ମାନଙ୍କ ବିରୋଧରେ କଣ ପଦକ୍ଷେପ ଗ୍ରହଣ କରିବେ ନା ପୁଣି ସୁରକ୍ଷା ପ୍ରଦାନ କରିବେ ।








