ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦ୍ୱିତୀୟ ଦିନରେ ଜିଲ୍ଲା ସ୍ତରୀୟ ଅମଲାଙ୍କ ସମୂହ ଛୁଟି ଓ ଶାନ୍ତି ପୂର୍ଣ୍ଣ ଭାବେ ଧାରଣାରେ ବସିଥିବାର ଦେଖିବାକୁ ମିଳିଛି। ଓଡ଼ିଶା ସରକାରଙ୍କ ବୈମାତୃକ ମନଭାବ ଟାଳଟୁଳ ଓ କାଳକ୍ଷେପଣ ନିତୀ ପ୍ରତିବାଦରେ ଜୁନ ମାସ ୧ ତାରିଖ ଠାରୁ ଦାବି ପୂରଣ ନ ହେବା ଯାଏଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ ଅମଲାଙ୍କ ସମୂହ ଛୁଟି ଓ ଶାନ୍ତି ପୂର୍ଣ୍ଣ ଧାରଣା ଜାରୀ ରହିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେମାନଙ୍କ ଦାବି ହେଲା ପ୍ରବେଶିକା ଶିକ୍ଷା ଗତ ଯୋଗ୍ୟତା ସ୍ନାତକ ସହ କମ୍ପ୍ୟୁଟର ଜ୍ଞାନ ଭିତ୍ତିରେ କନିଷ୍ଠ ଅମଲାଙ୍କ ମୂଳ ଦରମାରେ ଗ୍ରେଡପେ- ୧୯୦୦ (ଲେବଲ-୪ ) ରୁ ଗ୍ରେଡପେ- ୪୨୦୦ (ଲେବଲ -୯ ) କୁ ବୃଦ୍ଧି ନିମନ୍ତେ ଦାବୀ ରହିଛି।












