ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହେଲେ ୧୧ ଜଣ ଏସଏଚଜି ପ୍ରତିନିଧି
ଭୁବନେଶ୍ୱର: ଆସନ୍ତାକାଲି ସିଙ୍ଗାପୁରଠାରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଆ ଉତ୍ସବରେ ଯୋଗଦେବା ପାଇଁ ଭୁବନେଶ୍ୱର ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ଆଜିଠାରୁ ଆରମ୍ଭ ହେଉଥିବା ସିଧାସଳଖ ବିମାନ ସେବାରେ ଓଡିଶାରୁ ବିଭିନ୍ନ ବର୍ଗରୁ ପ୍ରତିନିଧିମାନେ ସିଙ୍ଗାପୁର ଗସ୍ତ କରିଛନ୍ତିା
ଯୋଗଦେଉଥିବା ପ୍ରତିନିଧିଙ୍କ ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୧୧ ଜଣ ମିଶନ ଶକ୍ତି ଜିଲ୍ଲା ସ୍ତରୀୟ ମହାସଂଘର ଲିଡର ସାମିଲ ଅଛନ୍ତିା ସେମାନେ ସିଙ୍ଗାପୁରର ହୋଟେଲ ଫେୟାରମାଉଣ୍ଟ ଠାରେ ଓଡିଶା ପର୍ଯ୍ୟଟନ ବିଭାଗ ଅନୁକୁଲ୍ୟରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବା ସହ ସିଙ୍ଗାପୁରର ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛିାଆଜି ମିଶନ ଶକ୍ତି ବିଭାଗ ତରଫରୁ ଏହି ଉପଲକ୍ଷେ କଳିଙ୍ଗ ଷ୍ଟାଡିୟମଠାରେ ସିଙ୍ଗାପୁର ଯାତ୍ରା କରୁଥିବା ପ୍ରତିନିଧିଙ୍କ ପାଇଁ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛିା ଏଥିରେ ମହିଳା ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ଯୋଗଦେଇ ପ୍ରତିନିଧିଙ୍କ ସହ ଦେଖା ସାକ୍ଷାତ କରିଥିଲେ ଏବଂ ଦୁବାଇ ପରେ ମା'ମାନେ ସିଙ୍ଗାପୁର ଯିବାର ସୁଯୋଗ ପାଇବା ଏକ ଗୌରବମୟ ଉପଲବ୍ଧି ବୋଲି ମନ୍ତବ୍ୟ ରଖିଥିଲୋ ଏହି ୧୧ ଜଣ ପ୍ରତିନିଧି ପ୍ରଥମଥର ପାଇଁ ଆନ୍ତର୍ଜାତୀୟ ବିମାନ ଯାତ୍ରା କରିବା ସହ ସିଙ୍ଗାପୁରଠାରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଆ ଉତ୍ସବରେ ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କର ପ୍ରତିନିଧିି କରିବୋ
ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ଆର. କାର୍ତ୍ତିକେୟନ୍ ଏହି ସିଙ୍ଗାପୁର ଯାତ୍ରାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଆମ ରାଜ୍ୟର ବିକାଶ ଏବଂ ପ୍ରଗତି ମହିଳାଙ୍କ ସହିତ ଜଡିତା ବିଗତ ବର୍ଷମାନଙ୍କରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଏସ.ଏଚ.ଜି ଲିଡରଙ୍କ ଅବଦାନକୁ ସମ୍ମାନ ଜଣାଇ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରାକାର ସେମାନଙ୍କୁ ସାମିଲ କରିଛନ୍ତିା ଏହା ସହିତ ଆଗାମୀ ଦିନରେ କିପରି ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରସ୍ତୁତ ସାମଗ୍ରୀ ବିଦେଶ ବଜାରରେ ସ୍ଥାନ ପାଇବ ସେଥି ପାଇଁ ପଦକ୍ଷେପ ନିଆଯିବା ଏହି ଅବସରରେ ମିଶନ ଶକ୍ତି ବିଭାର ଉପଦେଷ୍ଟା ଡ. ଲୋପାମୁଦ୍ରା ବକ୍ସିପାତ୍ର ଏବଂ ଶ୍ରୀମତୀ ଗୀତାଞ୍ଜଳି ବସ୍ତିଆ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ଦୂରଦୃଷ୍ଟି ଏବଂ ମିଶନ ଶକ୍ତି ପାଇଁ ଆଗାମୀ ଦିନମାନଙ୍କରେ ପ୍ରଚଳିତ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ଧନ୍ୟବାଦ ଜଣାଇଥିଲୋ
ଏହି ୧୧ ଜଣିଆ ଜିଲ୍ଲାସ୍ତରୀୟ ମହାସଂଘ ପ୍ରତିନିଧିଙ୍କ ଦଳରେ ସୁବର୍ଣ୍ଣପୁର ଜିଲ୍ଲାର ମମତା ସାହୁ, ସୁନ୍ଦରଗଡର ସାବିତ୍ରୀ ମାହାତୋ, ନବରଙ୍ଗପୁର ଜିଲ୍ଲାର ରୁକ୍ମିଣୀ ହରିଜନ, ଗଞ୍ଜାମର ଶୈଳବାଳା ରଥ, ବରଗଡ଼ ଜିଲ୍ଲାର ଝରଣା ଦାସ, ଗଜପତିରେ କାଞ୍ଚନ କୁମାରୀ ନାୟକ, ଖୋର୍ଦ୍ଧାର ପଦ୍ମିନୀ ଦାସ, କେଉଁଝର ଜିଲ୍ଲାର ସୁରତି ଘଣା, କନ୍ଧମାଳର କୁମୁଦୁନି ଦିଗାଳ, ଭଦ୍ରକ ଜିଲ୍ଲାର କଲ୍ୟାଣୀ ଦାସ ଏବଂ ଜଗତସିଂହପୁର ଜିଲ୍ଲାର ସରୋଜିନୀ ବେହେରା ବିଦେଶ ଯାତ୍ରା ନିମନ୍ତେ ସାମିଲ ହୋଇଛନ୍ତିାପ୍ରତିନିଧିମାନଙ୍କୁ ଉତ୍ତରୀୟ ଏବଂ ସମ୍ବଲପୁରୀ ଶାଢ଼ି ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲାା ସମ୍ବର୍ଦ୍ଧନା ସଭାରେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନେ ଏହି ସୁଯୋଗ ପାଇଥିବାରୁ ସେମାନେ ଅତ୍ୟନ୍ତ ଆନନ୍ଦିତ ବୋଲି ଜଣାଇବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲୋ ରାଜ୍ୟ ସରକାରଙ୍କର "ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଉଦ୍ୟୋଗୀ ଭାବେ ଗଢି ତୋଳିବା' ଲକ୍ଷ୍ୟ ଅନ୍ତର୍ଗତ ମହାସଂଘ ଲିଡରମାନଙ୍କୁ ବିଦେଶୀ ବଜାର ସହିତ ସୁପରିଚିତ କରାଇ ଏସଏଚଜି ବ୍ୟବସାୟକୁ ପ୍ରୋତ୍ସାହିତ କରୁଥିବାରୁ ଏହି ପ୍ରତିନିଧିମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲୋ
ଦୁବାଇ ପରେ ରାଜ୍ୟ ସରକାରଙ୍କର ଦ୍ୱାରା ପ୍ରାୟୋଜିତ ସିଙ୍ଗାପୁରକୁ ଏହି ଆନ୍ତର୍ଜାତୀୟ ବିମାନ ଯାତ୍ରାରେ ସାମିଲ ହୋଇଥିବା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ପାଇଁ "ମିଶନ ଶକ୍ତି - ହାଣ୍ଡିଶାଳରୁ ଦେଶ ବିଦେଶ' ଶୀର୍ଷକ ଭିଡିଓ ପ୍ରଦର୍ଶିତ ହୋଇଥିଲାା
ଏହି କାର୍ଯ୍ୟକ୍ରମ ପୂର୍ବରୁ ଅପରାହ୍ନରେ ଏହି ୧୧ ଜଣିଆ ପ୍ରତିନିଧି ଦଳ ବିମାନଯାତ୍ରା ପୂର୍ବରୁ ନବୀନ ନିବାସରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ସେମାନଙ୍କ ପ୍ରଥମ ବିଦେଶ ଯାତ୍ରା ସୁଖପ୍ରଦ ହେଉ ବୋଲି କାମନା କରିଥିଲୋ