ହେଡଲାଇନସ୍:

ରାସ୍ତା ମରାମତି ପାଇଁ ପ୍ରଶାସନକୁ ଗ୍ରାମବାସୀଙ୍କ ଦାବି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ୧୯ ନଂ କେନାଲ ଦେଇଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ମରାମତି ପାଇଁ ଟେଣ୍ଡର ହୋଇଥିଲା l ଏହି କାମଟିକୁ ନେଇଥିବା କଣ୍ଟ୍ରାକ୍ଟର ଓ ସରକାରୀ ବାବୁଙ୍କର ମଧୁଚନ୍ଦ୍ରିକାରେ କାମଟିକୁ ସମ୍ପୂର୍ଣ୍ଣ ଭାବରେ ନିମ୍ନମାନର କରି ସରକାରୀ ଅର୍ଥର ଆତ୍ମସାତ୍ତ କରିଛନ୍ତି l କାମଟିର କୌଣସି ଫଳକ ଲଗାଯାଇନାହିଁ l ପିଚୁ ରାସ୍ତା କାମଟି ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ ମରାମତି ହୋଇଥିବା ସତ୍ତ୍ୱେ ବହୁ ସ୍ଥାନରେ ରାସ୍ତାଟି ଫାଟିଯାଇଛି ଓ ବହୁତ ଜାଗାରେ ପିଚୁ ଉଠିଯାଇଛି l ଏହି ରାସ୍ତା ଉପରେ ଗମନାଗମନ ପାଇଁ ହଜାର ହଜାର ଲୋକ ନିର୍ଭର କରନ୍ତି l ଶାଳଜଙ୍ଗ ପଞ୍ଚାୟତର ଅଧିବାସୀମାନେ ଏହି ବିଷୟରେ ଆର. ଡି ଡିପାର୍ଟମେଣ୍ଟର ଜେ.ଇ ଙ୍କୁ ଏହି ବିଷୟରେ ଜଣାଇଥିଲେ l ଲୋକମାନଙ୍କ କହିବା ଅନୁଯାୟୀ ପିଚୁ ରାସ୍ତା ମରାମତି ୧୦ ଦିନ ହୋଇନାହିଁ ଗାଁ ରାସ୍ତା ଖରାପ ହୋଇଗଲାଣି l ଆଗକୁ ବର୍ଷା ଦିନ ଆସୁଅଛି ଏହି ରାସ୍ତାର କାମ ସମ୍ପୂର୍ଣ୍ଣ ଖରାପ ହୋଇଥିବାରୁ ରାସ୍ତାଟି ସଂକଟପୂର୍ଣ୍ଣ ଅବସ୍ଥାରେ ରହିଅଛି l ତେଣୁ ପ୍ରଶାସନର ସୁଦୃଷ୍ଟି ରାସ୍ତା ଉପରେ ପଡନ୍ତା ତେବେ ଗ୍ରାମବାସୀ ଉପକୃତ ହୋଇପାରନ୍ତେ l

0
0
0
s2sdefault