ହେଡଲାଇନସ୍:

ନାଗପୁରରୁ ଉଦ୍ଧାର ରାଇଘର ଅଞ୍ଚଳର ନାବାଳକ ଫେରିଲା ନିଜ ଘରକୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଇଘର/ନରସିଂ ବାଘ: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ବିଗତ ୧୦ ବର୍ଷ ତଳେ ନବରଙ୍ଗପୁର ଜିଲ୍ଲାର ଉପାନ୍ତ ରାଇଘର ବ୍ଲକର ଗଞ୍ଜାପାରା ପଂଚାୟତର ରାଜପୁଟି ଗ୍ରାମର ମାତୃହୀନ ନାବାଳକ ବସନ୍ତ ବିଭାର(ବୟସ ୧୧) ନିଜ ଦାଦା ଓ ଖୁଡିଙ୍କ ସହ ସୁଦୂର ମହାରାଷ୍ଟ୍ର ରାଜ୍ୟର ନାଗପୁର ସହରକୁ ଚାଲିଯାଇଥିଲା। ସେଠାରେ ତାର ଦାଦା ଓ ଖୁଡି ଜଣେ ସାହୁକାରଙ୍କ ନିକଟରେ ଛେଳି ଚରାଳି ଭାବରେ କାମ କରୁଥିଲେ।୨୦୨୨ ମସିହା ଅକ୍ଟୋବର ମାସରେ ବସନ୍ତକୁ ନାଗପୁରର ସେହି ସାହୁକାରଙ୍କ ପାଖରେ ଛାଡି ଉଭୟ ଦାଦା ଓ ଖୁଡି ନିଜ ଗାଁ ରାଜପୁଟିକୁ ୧୫ ଦିନ ପାଇଁ ଛୁଟିରେ ଆସିଥିଲେ। ଛୁଟିରେ ଆସିଥିବା ବସନ୍ତଙ୍କ ଦାଦାଙ୍କ ନିଜ ଗାଁରେ ମୃତ୍ୟୁ ହୋଇଥିବାରୁ ସେମାନେ ଆଉ ନାଗପୁର ଫେରିଲେ ନାହିଁ।ନାଗପୁର ଠାରେ ବସନ୍ତ କୁ ଦାୟିତ୍ୱରେ ରଖିଥିବା ସାହୁକାର ଏକ ମାସ ଅପେକ୍ଷା କରିବା ପରେ ବସନ୍ତକୁ ନାଗପୁର ସିଟି ପୋଲିସର ଦାୟିତ୍ୱରେ ଛାଡି ଦେଇଥିଲେ।ପରେ ପୋଲିସ ବସନ୍ତକୁ ନାଗପୁର ଜିଲ୍ଲା ଶିଶୁ ମଙ୍ଗଳ କମିଟି ନିକଟରେ ହଜାର କରାଇବା ପରେ ଶିଶୁ ମଙ୍ଗଳ କମିଟିର ନିର୍ଦ୍ଦେଶରେ ସ୍ଥାନୀୟ ଶିଶୁ ଯତ୍ନ ଅନୁଷ୍ଠାନରେ ଦୀର୍ଘ ୮ ମାସ ରଖିବା ପରେ ବସନ୍ତକୁ ନାଗପୁର ସିଟି ପୋଲିସ ଜୁନ ୧ ତାରିଖରେ ନବରଙ୍ଗପୁର ଆଣି ଜିଲ୍ଲା ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରାଇଥିଲେ।

ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ଅଜନ୍ତା ଶୁଭଦର୍ଶିନୀ,ସଦସ୍ୟ ସନ୍ତୋଷ ଷଡଙ୍ଗୀ ଓ ରବୀନ୍ଦ୍ର ପଧାନ, ସଦସ୍ୟା ଅନିତା ହୋତା ଓ ବିଜୟଲକ୍ଷ୍ମୀ ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକଙ୍କ ତ୍ୱରିତ ପଦକ୍ଷେପ ନେଇ ବସନ୍ତକୁ ତାର ନିଜ ଗ୍ରାମ ରାଜପୁଟି ପଠାଇବାର ବ୍ୟବସ୍ଥା କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପ୍ରଭାସିନୀ ପଟ୍ଟନାୟକ ଓ ଚାଇଲଡ଼ ଲାଇନର କର୍ମକର୍ତା ଡମ୍ବରୁ ମାଝୀ ବସନ୍ତକୁ ନିଜ ଦାୟିତ୍ବରେ ନେଇ ରାଜପୁଟି ଯାଇ ବସନ୍ତଙ୍କ ପିତା ଲକ୍ଷଣ ବିଭାରଙ୍କ ଦାୟିତ୍ୱରେ ହସ୍ତାନ୍ତର କରିଛନ୍ତି।ବସନ୍ତକୁ ଦୀର୍ଘ ଦିନ ପରେ ତାର ପିତା, ଚାରି ଭାଇ ଭଉଣୀ ଓ ଗ୍ରାମବାସୀ ପାଇ ବହୁତ ଖୁସି ହୋଇଛନ୍ତି। ଜିଲ୍ଲା ଶିଶୁ ମଙ୍ଗଳ କମିଟି କୁ ଧନ୍ୟବାଦ ଜଣାଇଛନ୍ତି |

0
0
0
s2sdefault