ହେଡଲାଇନସ୍:

5T ଯୋଜନାରେ ବିଧାୟକ ପ୍ରତାପ ଜେନା ଙ୍କ ଉଦ୍ୟମ କ୍ରମେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ର 4 ର୍ଥ ପର୍ଯ୍ୟାୟ ରେ 20 ଟି ଉଚ୍ଚ ବିଦ୍ୟାଳୟ ସ୍ଥାନ ପାଇଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ମୁଖ୍ୟମନ୍ତ୍ରୀ, 5T ସଚିବ, ବିଧାୟକ ଏବଂ ଜିଲ୍ଲା ଅଧିକାରୀ ଙ୍କୁ କୃତଜ୍ଞତା ଜଣାଇଲେ ମାହାଙ୍ଗାବାସୀ l 

 (ମାହାଙ୍ଗା -ଦେବେନ୍ଦ୍ର ଷଡ଼ଙ୍ଗୀ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ 5T ଯୋଜନା ରେ 4 ର୍ଥ ପର୍ଯ୍ୟାୟ ରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର 20 ଟି ଉଚ୍ଚ ବିଦ୍ୟାଳୟ କୁ ଅନ୍ତର୍ଭୁକ୍ତ କରାଯାଇଅଛି l ଏହି ବିଦ୍ୟାଳୟ ର ନାମ ଗୁଡିକ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଯୋଗଦାନ କରିପାରିନଥିଲେ l କିନ୍ତୁ ବିଧାୟକ ପ୍ରତାପ ଜେନା ଙ୍କ ଉଦ୍ୟମ ପାଇଁ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ ସମ୍ଭବ ହୋଇପାରୁଛି ବୋଲି ବହୁ ବୁଦ୍ଧିଜୀବୀ ମାନେ ମତପ୍ରକାଶ କରିଥିଲେ l

ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ କଟକ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅମ୍ବର କୁମାର କର, ଉପଜିଲ୍ଲାପାଳ ଆଠଗଡ଼ ହେମନ୍ତ କୁମାର ସ୍ୱାଇଁ, ବିଡ଼ିଓ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ବ୍ଲକ ଅଧକ୍ଷା ଦୀପା ମଲିକ, ଉପାଧକ୍ଷ ଅଶୋକ କୁମାର ଓଝା, ସତ୍ୟନାରାୟଣ ମହାନ୍ତି, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ରାଜକିଶୋର ଜେନା, ପ୍ରାକ୍ତନ ଅଧକ୍ଷ ଗିରିଶରଞ୍ଜନ ମହାପାତ୍ର, ସରତ ନାୟକ, ବ୍ଲକ ଶିକ୍ଷାଧିକାରୀ ଚକ୍ରଧର ବେହେରା, ବିଧାୟକ ଙ୍କ ବ୍ୟକ୍ତିଗତ ସହଯୋଗୀ ଉମାଶଙ୍କର ବିଶ୍ୱାଳ, କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ସମେତ ସମସ୍ତ ବିଦ୍ୟାଳୟ ର ପ୍ରଧାନଶିକ୍ଷକ, ଶିକ୍ଷକ ମାନେ ଉପସ୍ଥିତ ରହି 20 ଟି ବିଦ୍ୟାଳୟ ର ରୂପାନ୍ତରିତ କାର୍ଯ୍ୟ କୁ କିଭଳି ଭାବେ ଉନ୍ନତମାନର କରାଯିବା ସହିତ ଖୁବ ଶ୍ରୀଘ୍ର କରାଯିବ ସେ ନେଇ ବିଶେଷ ଭାବେ ଆଲୋଚନା କରାଯାଇଥିଲା l ବିଧାୟକ ପ୍ରତାପ ଜେନା ଆସିନପାରିଲେ ମଧ୍ୟ ଏହି କାର୍ଯ୍ୟକୁ ଅକ୍ଟୋବର ସୁଦ୍ଧା ସାରିବା ପାଇଁ ବ୍ଲକ ସ୍ତରୀୟ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ l ତେବେ ଏହି କାର୍ଯ୍ୟ ସଫଳ ହେବାକୁ ଯାଉଥିବାରୁ ବିଦ୍ୟାଳୟ ପ୍ରଧାନଶିକ୍ଷକ, ଶିକ୍ଷକ, ଅଭିଭାବକ, ଛାତ୍ର, ଛାତ୍ରୀ, ମାହାଙ୍ଗା ଅଞ୍ଚଳର ବୁଦ୍ଧିଜୀବୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5T ସଚିବ, ବିଧାୟକ ପ୍ରତାପ ଜେନା ଏବଂ କଟକ ଜିଲ୍ଲା ର ଉଚ୍ଚପଦସ୍ତ ଅଧିକାରୀ ମାନଙ୍କୁ କୃତଜ୍ଞତା ଓ ଅଭିନନ୍ଦନ ଜଣାଇଛନ୍ତି l

0
0
0
s2sdefault