ହେଡଲାଇନସ୍:

ଷ୍ଟାଇଲିସ୍ଟ ଷ୍ଟାର୍ ରାତ୍ରୀକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଉଦଘାଟନ କଲେ ଯୁବନେତା ଭୋଜରାଜ ସିଂ ବରିହା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜମଲା ରେ ଏକ ରାତ୍ରୀକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ହାଇସ୍କୁଲ ପଡିଆରେ ଉଦ୍ଘାଟିତ ହୋଇଯାଇଛି l ଷ୍ଟାଇଲିସ୍ଟ ଷ୍ଟାର୍ କ୍ରିକେଟ କ୍ଲବ ଆନୁକୂଲ୍ଯରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ କୁ ଯୁବନେତା ଭୋଜରାଜ ସିଂ ବରିହା ମୁଖ୍ୟ ଅତିଥି, Rwss କନିଷ୍ଠ ଯନ୍ତ୍ରୀ ପି ପଟ୍ଟନାୟକ ଓ ବିଜୁ ଜନତା ବ୍ଲକ୍ ସଭାପତି ମନୋରଞ୍ଜନ ପୁରୋହିତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ l ୧୬ ଗୋଟି ଦଳ ଅଂଶ ଗ୍ରହଣ କରୁଥିବା ଏହି ଟୁର୍ଣ୍ଣାମେଣ୍ଟରେ ବିଜେତା ଦଳକୁ ନଗଦ ୧୨୦୦୦ ଟଙ୍କା ସହ ଏକ ଟ୍ରଫି ଓ ଉପ ବିଜେତା ଦଳକୁ ନଗଦ ୮୦୦୦ ଟଙ୍କା ଓ ଟ୍ରଫି ପ୍ରଦାନ କରାଯିବ ବୋଲି କ୍ଲବ ପକ୍ଷରୁ ଉମେଶ ଶ୍ରୀଚନ୍ଦନ ସୂଚନା ଦେଇଛନ୍ତି l ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀ ବରିହା କ୍ରୀଡା ଉପରେ ନିଜର ବକ୍ତବ୍ଯ ପ୍ରଦାନ କରିବା ସହିତ ସଫଳତାର ସହିତ ଆୟୋଜନ ପାଇଁ ଆୟୋଜକ କମିଟି କୁ ଧନ୍ୟବାଦ ଅର୍ପଣ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ନେହେରୁ ବେହେରା, ବିନୋଦ ବେହେରା, ଅମୃତଲାଲ ମେହେର, ବସୁ ବରିହା, ଶୁକ୍ଳ ବାବୁ ପ୍ରମୁଖ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମକୁ ବାଲାକ୍ରିଷ୍ଣ ମହାନନ୍ଦ ରାଜା ମହାଲିଙ୍ଗ ପରିଚାଳନା କରିଥିବା ବେଲେ କ୍ଲବ ର ସମସ୍ତ ସଦସ୍ଯ ସହଯୋଗ କରିଥିଲେ l

0
0
0
s2sdefault