ହେଡଲାଇନସ୍:

ବିଭିନ୍ନ ଷ୍ଟେସନରେ ଭିନ୍ନ ଭିନ୍ନ ଟ୍ରେନ୍ ପାଇଁ ପରୀକ୍ଷାମୂଳକ ରହଣି ବ୍ୟବସ୍ଥା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

● 07 ଷ୍ଟେସନରେ 19 ଟି ଟ୍ରେନ୍ ପାଇଁ ଅତିରିକ୍ତ ରହଣି |

● 03 ଯୋଡ଼ା ଟ୍ରେନ୍ କୋଟପାଡ଼ ରୋଡ୍ ଷ୍ଟେସନରେ ରହଣି କରିବ |

● 02 ଯୋଡ଼ା ଟ୍ରେନ୍ ସାକ୍ଷୀଗୋପାଳ ଷ୍ଟେସନରେ ରହଣି କରିବ |

● କାଳୁପଡାଘାଟ, ଅତ୍ତାବିରା ଏବଂ ଲାଞ୍ଜିଗଡ଼ ରୋଡ ଷ୍ଟେସନରେ ପ୍ରତ୍ୟେକ ଏକ ଯୋଡି ଟ୍ରେନ ରହଣି କରିବ |

● 02 ଟ୍ରେନ ସୋରୋ ଷ୍ଟେସନରେ ରହଣି କରିବ |

● ବୈଦ୍ୟନାଥଧାମ ଏକ୍ସପ୍ରେସ ବିଦ୍ୟାସାଗର ଷ୍ଟେସନରେ ରହଣି କରିବ |

ଭୁବନେଶ୍ୱର : ଯାତ୍ରୀମାନଙ୍କ ସୁବିଧା ପାଇଁ ଏବଂ ଯାତ୍ରୀମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପରୀକ୍ଷାମୂଳକ ଭିତ୍ତିରେ 07 ଷ୍ଟେସନରେ 19 ଟି ଟ୍ରେନର ଅତିରିକ୍ତ ରହଣି ପାଇଁ ରେଳମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି |

A. 18107/18108 ରାଉରକେଲା-ଜଗଦଳପୁର-ରାଉରକେଲା ଏକ୍ସପ୍ରେସ ରାଉରକେଲା ଠାରୁ ଜୁନ ପହିଲା ଠାରୁ ଏବଂ ଜଗଦଳପୁରରୁ ଜୁନ ୨ ତାରିଖ ଠାରୁ କୋଟପାଡ଼ ରୋଡ୍ ଷ୍ଟେସନ ଠାରେ ରହଣି କରିବ | ରାଉରକେଲାରୁ ଏହି ଟ୍ରେନ୍ କୋଟପାଡ଼ ରୋଡ୍ ଷ୍ଟେସନ ଠାରେ ପୂର୍ବାହ୍ନ 8ଘ.45ମି.ରେ ପହଞ୍ଚି ପୂର୍ବାହ୍ନ 8ଘ.47ମି.ରେ ଛାଡିବ | ଫେରିବା ମାର୍ଗରେ ଜଗଦଳପୁରରୁ ଏହି ଟ୍ରେନ୍ ଅପରାହ୍ନ 2ଘ.43ମି.ରେ ପହଞ୍ଚି ଅପରାହ୍ନ 2ଘ.45ମି.ରେ ଛାଡିବ |
B. 18447/18448 ଭୁବନେଶ୍ୱର-ଜଗଦଳପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସ ଉଭୟ ପାର୍ଶ୍ୱରୁ ଜୁନ ପହିଲା ଠାରୁ କୋଟପାଡ଼ ରୋଡ୍ ଷ୍ଟେସନ ଠାରେ ରହଣି କରିବ | ଭୁବନେଶ୍ୱରରୁ ଏହି ଟ୍ରେନ୍ କୋଟପାଡ଼ ରୋଡ୍ ଷ୍ଟେସନ ଠାରେ ପୂର୍ବାହ୍ନ 9ଘ.55ମି.ରେ ପହଞ୍ଚି ପୂର୍ବାହ୍ନ 9ଘ.57ମି.ରେ ଛାଡିବ | ଫେରିବା ମାର୍ଗରେ ଜଗଦଳପୁରରୁ ଏହି ଟ୍ରେନ୍ କୋଟପାଡ଼ ରୋଡ୍ ଷ୍ଟେସନ ଠାରେ ସନ୍ଧ୍ୟା 5ଘ.03ମି.ରେ ପହଞ୍ଚି ସନ୍ଧ୍ୟା 5ଘ.05ମି.ରେ ଛାଡିବ |
C. 18514/18513 ବିଶାଖାପାଟନମ୍-କିରାଣ୍ଡୁଲ୍-ବିଶାଖାପାଟନମ୍ ଏକ୍ସପ୍ରେସ୍ ବିଶାଖାପାଟନମ୍ ଠାରୁ ଜୁନ ପହିଲା ଠାରୁ ଏବଂ କିରାଣ୍ଡୁଲ୍ ଠାରୁ ଜୁନ 2 ତାରିଖ ଠାରୁ କୋଟପାଡ଼ ରୋଡ୍ ଷ୍ଟେସନ ଠାରେ ରହଣି କରିବ | ବିଶାଖାପାଟନମରୁ ଏହି ଟ୍ରେନ୍ କୋଟପାଡ଼ ରୋଡ୍ ଷ୍ଟେସନ ଠାରେ ଭୋର 4ଘ.13ମି.ରେ ପହଞ୍ଚି ଭୋର 4ଘ.15ମି.ରେ ଛାଡିବ | ଫେରିବା ମାର୍ଗରେ କିରାଣ୍ଡୁଲରୁ ଏହି ଟ୍ରେନ୍ କୋଟପାଡ଼ ରୋଡ୍ ଷ୍ଟେସନ ଠାରେ ସନ୍ଧ୍ୟା 7 ଘଟିକାରେ ପହଞ୍ଚି ସନ୍ଧ୍ୟା 7ଘ.02ମି. ଛାଡିବ |
D. 18117/18118 ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରଣୀ ଏକ୍ସପ୍ରେସ ରାଉରକେଲାରୁ ଜୁନ 4 ତାରିଖ ଠାରୁ ଏବଂ ଗୁଣୁପୁରରୁ ଜୁନ 5 ତାରିଖ ଠାରୁ କାଳୁପଡାଘାଟ ଷ୍ଟେସନରେ ରହଣି କରିବ | ରାଉରକେଲା ଠାରୁ ଏହି ଟ୍ରେନ୍ କାଳୁପଡାଘାଟ ଷ୍ଟେସନରେ ସକାଳ 7ଘ.13ମି.ରେ ପହଞ୍ଚି 7ଘ.15ମି.ରେ ଛାଡିବ | ଫେରିବା ମାର୍ଗରେ ଗୁଣୁପୁରରୁ ଏହି ଟ୍ରେନ୍ କାଳୁପଡାଘାଟ ଷ୍ଟେସନରେ ରାତ୍ରି 8ଘ.46ମି.ରେ ପହଞ୍ଚି ରାତ୍ରି 8ଘ.48ମି.ରେ ଛାଡିବ |
E. 12843/12844 ପୁରୀ-ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ ପୁରୀରୁ 6 ଜୁନ୍ ଠାରୁ ଏବଂ ଅହମ୍ମଦାବାଦରୁ 5 ଜୁନ୍ ଠାରୁ ସାକ୍ଷୀଗୋପାଳ ଷ୍ଟେସନରେ ରହଣି କରିବ | ପୁରୀରୁ ଏହି ଟ୍ରେନ୍ ସାକ୍ଷୀଗୋପାଳ ଷ୍ଟେସନରେ ସନ୍ଧ୍ୟା 5ଘ.47ମି.ରେ ପହଞ୍ଚିବ ଏବଂ ସନ୍ଧ୍ୟା 5ଘ.49ମି.ରେ ଛାଡିବ | ଫେରିବା ମାର୍ଗରେ ଅହମ୍ମଦାବାଦରୁ ଏହି ଟ୍ରେନ୍ ସାକ୍ଷୀଗୋପାଳ ଷ୍ଟେସନରେ ସକାଳ 7ଘ.30ମି.ରେ ପହଞ୍ଚି ଏବଂ ସକାଳ 7ଘ.32ମି.ରେ ଛାଡିବ |
F. 12822/12821 ପୁରୀ-ଶାଲୀମାର-ପୁରୀ ଧଉଳି ଏକ୍ସପ୍ରେସ 6 ଜୁନ୍ ଠାରୁ ଉଭୟ ପାର୍ଶ୍ୱରୁ ସାକ୍ଷୀଗୋପାଳ ଷ୍ଟେସନରେ ରହଣି କରିବ | ପୁରୀରୁ ଏହି ଟ୍ରେନ୍ ସାକ୍ଷୀଗୋପାଳ ଷ୍ଟେସନରେ ପୂର୍ବାହ୍ନ 10ଘ.41ମି.ରେ ପହଞ୍ଚି ଏବଂ ପୂର୍ବାହ୍ନ 10ଘ.43ମି.ରେ ଛାଡିବ | ଫେରିବା ମାର୍ଗରେ ଶାଲୀମାରରୁ ଏହି ଟ୍ରେନ୍ ସାକ୍ଷୀଗୋପାଳ ଷ୍ଟେସନରେ ସନ୍ଧ୍ୟା 5ଘ.15ମି.ରେ ପହଞ୍ଚିବ ଏବଂ ସନ୍ଧ୍ୟା 5ଘ.17ମି.ରେ ଛାଡିବ |
G. 20809/20810 ସମ୍ବଲପୁର-ନନ୍ଦେଡ-ସମ୍ବଲପୁର ଏକ୍ସପ୍ରେସ ଉଭୟ ଦିଗରୁ ଜୁନ୍ ପହିଲା ଠାରୁ ଅତ୍ତାବିରା ଷ୍ଟେସନରେ ରହଣି କରିବ | ସମ୍ବଲପୁରରୁ ଏହି ଟ୍ରେନ୍ ଅତ୍ତାବିରା ଷ୍ଟେସନରେ ପୂର୍ବାହ୍ନ 11ଘ.13ମି.ରେ ପହଞ୍ଚି ପୂର୍ବାହ୍ନ 11ଘ.15ମି.ରେଛାଡିବ | ଫେରିବା ମାର୍ଗରେ ନନ୍ଦେଡରୁ ଏହି ଟ୍ରେନ୍ ଅତ୍ତାବିରା ଷ୍ଟେସନରେ ସନ୍ଧ୍ୟା 5ଘ.38ମି.ରେ ପହଞ୍ଚି ସନ୍ଧ୍ୟା 5ଘ.40ମି.ରେ ଛାଡିବ |
H. 20837/20838 ଭୁବନେଶ୍ୱର-ଜୁନାଗଡ଼ ରୋଡ୍-ଭୁବନେଶ୍ୱର ଏକ୍ସପ୍ରେସ ଭୁବନେଶ୍ୱରରୁ ଜୁନ୍ 3 ତାରିଖରୁ ଏବଂ ଜୁନାଗଡ ରୋଡରୁ 4 ଜୁନ୍ ଠାରୁ ଲାଞ୍ଜିଗଡ଼ ରୋଡରେ ରହଣି କରିବ | ଭୁବନେଶ୍ୱରରୁ ଏହି ଟ୍ରେନ୍ ଲାଞ୍ଜିଗଡ଼ ରୋଡରେ ସକାଳ 7ଘ.20ମି.ରେ ପହଞ୍ଚି 7ଘ.22ମି.ରେ ଛାଡିବ | ଫେରିବା ମାର୍ଗରେ ଜୁନାଗଡ ରୋଡରୁ ଏହି ଟ୍ରେନ୍ ଲାଞ୍ଜିଗଡ଼ ରୋଡରେ ସନ୍ଧ୍ୟା 6ଘ.45ମି.ରେ ପହଞ୍ଚି ସନ୍ଧ୍ୟା 6ଘ.47ମି.ରେ ଛାଡିବ |
I. 18410 ପୁରୀ-ଶାଲୀମାର ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ପୁରୀରୁ 30 ମଇ 2023 ଠାରୁ ସୋରୋ ଷ୍ଟେସନରେ ରହଣି କରୁଛି | ପୁରୀରୁ ଏହି ଟ୍ରେନ୍ ସୋରୋ ଷ୍ଟେସନରେ ଭୋର 3ଘ.02ମି.ରେ ପହଞ୍ଚି ଭୋର 3ଘ.03ମି.ରେ ଛାଡିବ |
J. 18477 ପୁରୀ-ଯୋଗ ନଗରୀ ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ପୁରୀରୁ 30 ମଇ 2023 ଠାରୁ ସୋରୋ ଷ୍ଟେସନରେ ରହଣି କରୁଛି | ପୁରୀରୁ ଏହି ଟ୍ରେନ୍ ସୋରୋ ଷ୍ଟେସନରେ ରାତ୍ରି 1ଘ.02ମି.ରେ ପହଞ୍ଚି ରାତ୍ରି 1ଘ.03ମି.ରେ ଛାଡିବ |
K. 18449 ପୁରୀ-ପାଟନା ବୈଦ୍ୟନାଥଧାମ ପୁରୀରୁ 5 ଜୁନ୍ 2023 ଠାରୁ ବିଦ୍ୟାସାଗରରେ ରହଣି କରିବ | ପୁରୀରୁ ଏହି ଟ୍ରେନ୍ ବିଦ୍ୟାସାଗରରେ ଭୋର 3ଘ.14ମି.ରେ ପହଞ୍ଚି ଭୋର 3ଘ.16ମି.ରେ ଛାଡିବ |

0
0
0
s2sdefault