ହେଡଲାଇନସ୍:

ଭିନ୍ନକ୍ଷମ ମାନଙ୍କ ପାଇଁ ସପ୍ତାହବ୍ୟାପି ସଚେତନତା କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାନ୍ୟବର ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ , କଟକ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ଯକ୍ଷ- ତଥା-ଜିଲ୍ଲା ଦୌରାଜଜ୍ ଶ୍ରୀ ପ୍ରଣବ କୁମାର ରାଉତରାୟଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସପ୍ତାହ ବ୍ୟାପି ଯଥା ୨୨.୦୫.୨୦୨୩ ରୁ ୨୯.୦୫.୨୦୨୩ ପର୍ଯ୍ୟନ୍ତ ଭିନ୍ନ କ୍ଷମ ମାନଙ୍କ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଚାଲୁଅଛି । ଏହି ସପ୍ତାହବ୍ୟାପି ସଚେତନତା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା କିପରି ଭିନ୍ନକ୍ଷମ ବ୍ୟକ୍ତିମାନେ ତ୍ଵରିତ ନ୍ୟାୟ ପାଇପାରିବେ ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରହିଥ‌ିବା ବିଭିନ୍ନ ଯୋଜନା ଯେପରି ଇନ୍ଦିରା ଗାନ୍ଧି ଜାତୀୟ ବାର୍ଦ୍ଧକ୍ୟ ଭତ୍ତା , ଇନ୍ଦିରା ଗାନ୍ଧି ଜାତୀୟ ଭିନକ୍ଷମ ଭତ୍ତା , ମଧୁବାବୁ ପେନସନ ଯୋଜନା , ବାଣୀଶ୍ରୀ ବୃତ୍ତି , ବିବାହ ପ୍ରୋତ୍ସାହନ , ଚାକିରି ଓ ଦକ୍ଷତା ବୃଦ୍ଧି ପାଇଁ ଥ‌ିବା ଯୋଜନା , ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ , ବିଜୁ ପକ୍କା ଘର ଯୋଜନା , ଜନନୀ ସୁରକ୍ଷା ଯୋଜନା , ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଭୁକ୍ତ ହୋଇ ଲାଭବାନ ହୋଇପାରିବେ।
ଏହି ପରିପ୍ରେକ୍ଷୀରେ ତା ୨୯.୦୫.୨୦୨୩ ରିଖରେ କାଶୀନଗର ବ୍ଳକର ଅଧିନସ୍ଥ ରାଣିପେଣ୍ଠ ପଞ୍ଚାୟର କାର୍ଯ୍ୟାଳୟ ପରିସରରେ ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀ ରବି ନାରାୟଣ ବେହେରା , ଗୋଷ୍ଠୀ ଉନ୍ନୟନ ଅଧିକାରୀ , କାଶୀନଗର , ଶ୍ରୀ କପିଳେଶ୍ବର ତାଣ୍ଡି , ସରପଞ୍ଚ , ରାଣିପେଣ୍ଠ ପିନତି ଅରୁଣଆ , ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ , କାଶୀନଗର ବ୍ଳକ ଶ୍ରୀ କେ. ସିତାରାମ ଯୋଗଦେଇ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା ବିଷୟରେ ସଚେତନତା କରାଇବା ସହିତ ରାଣିପେଣ୍ଠ ପଞ୍ଚାୟତରେ ବାସ କରୁଥିବା ଭିନ୍ନକ୍ଷମ ମାନଙ୍କ ଘର କୁ ଘର ବୁଲି ସମସ୍ୟା ପଚାରି ବୁଝୁଥ‌ିବା ବେଳେ କିପରି ତ୍ଵରିତ ପଦକ୍ଷେପ ନିଆଯାଇପାରିବ ସେ ବିଷୟରେ ଉଚିତ ପଦକ୍ଷେପ ନିଆଯାଇଥିଲା।
ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ତିନୋଟି ହ୍ବିଲ୍ ଚ୍ୟାର , ଗୋଟିଏ ତିନି ଚକିଆ ଗାଡି , ଗୋଟିଏ ଆଶା ବାଡି , ଦୁଇଟି ଶ୍ରବଣ ଯନ୍ତ୍ର ଓ ଦୁଇଟି ସ୍ମାର୍ଟ କେନ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରାଧିକରଣର ସଚିବ ଶ୍ରୀ ବେହେରା ଉପସ୍ଥିତ ରହି ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ପାଇଁ ରହିଥ‌ିବା ମାଗଣା ଆଇନ ସେବା କିପରି ପାଇପାରିବେ ସଚେତନତା କରାଇବା ସହିତ ଉପସ୍ଥିତ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କର ରହିଥ‌ିବା ବିଭିନ୍ନ ଆଇନଗତ ସମସ୍ୟା ସମାଧାନ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣର ଓ ଜିଲ୍ଲା ପ୍ରଶାସନର କର୍ମଚାରୀମାନେ ପରିଚାଳନା କରିଥିଲେ।

0
0
0
s2sdefault