ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବା ପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରତିବଦ୍ଧ । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲାରେ ୨ ଟି ବୃହତ୍ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ୩୭୯ କୋଟି ୧୮ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି ।
ଏଥିପାଇଁ ଜିଲ୍ଲା ବିଜୁ ଜନତା ଦଳ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶେଷ ଧନ୍ୟବାଦ ଜଣାଇବ ସହ ତାଙ୍କ ଠାରେ ଆମେ ଚୀର ରୁଣି ବୋଲି ପାରଳାଖେମୁଣ୍ଡି ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଜିଲ୍ଲା ବିଜେଡ଼ି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।
ଗଜପତି ଜିଲ୍ଲାରେ ୨ ଟି ବ୍ଳକ ଅଧୀନରେ ଥିବା ୩୭ ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୩୪୬ ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୧ ଲକ୍ଷ ୩୧ହଜାର ୭୩୩ ଜନସାଧାରଣଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ।
ତନ୍ମଧ୍ୟରୁ ଗୁମ୍ମା ବ୍ଳକ ଅଧୀନରେ ଥିବା ୧୬ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୧୫୬ ଟି ଗ୍ରାମର ପ୍ରାୟ ୫୮ହଜାର ୯୭୭ ଜଣ ଓ ରାୟଗଡ ବ୍ଳକ ଅଧୀନରେ ଥିବା ୨୧ ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୧୯୦ ଟି ଗ୍ରାମର ପ୍ରାୟ ୭୨ହଜାର ୭୫୬ ଜଣ ଲୋକ ଏହି ପାନୀୟ ଜଳ ପ୍ରକଳ୍ପ ଦ୍ବାରା ଉପକୃତ ହେବେ।
ଏହି ପ୍ରକଳ୍ପ ଦୁଇଟି ଆସନ୍ତା ୨୪ ମାସ ମଧ୍ୟରେ କାର୍ଯ୍ୟ ସମ୍ପନ୍ନ କରି ଜନସାଧାରଣଙ୍କ ସେବା ଉଦ୍ଦେଶ୍ୟରେ କାର୍ଯ୍ୟକ୍ଷମ କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଥିଲେ।
ଏହି ସାମ୍ବାଦିକ ସମ୍ମିଳନୀରେ ଗଜପତି ଜିଲ୍ଲା ପରିଷଦ ସଭାପତି ଜି. ତିରୁପତି ରାଓ , ବରିଷ୍ଠ ବିଜେଡି ନେତା ଡ଼. ତିରୁପତି ପାଣିଗ୍ରାହୀ , ଜିଲ୍ଲା ଉପ ସଭାପତି ଲକ୍ଷ୍ମୀକାନ୍ତ ପରିଚ୍ଛା , ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ତଥା ରାୟଗଡ଼ା ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ , ବରିଷ୍ଠ ବିଜେଡି ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ , ଗୁମ୍ମା ବ୍ଳକ ଅଧ୍ୟକ୍ଷା ସୁନେମି ମଣ୍ଡଳ , କାଶୀନଗର ବ୍ଳକ ଅଧ୍ୟକ୍ଷା ସାୟାମ୍ମା , ଯୁବ ସଭାପତି ଏସ୍. ଲିଙ୍ଗରାଜ , ପ୍ରଦୀପ ନାୟକ , ବସନ୍ତ ଦାସ , ଜିଲ୍ଲା ପରିଷଦ ସଭ୍ୟ ଏସ୍. ବାଲ୍ ରାଜୁ , ସୁଧୀ ରଞ୍ଜନ ମହାପାତ୍ର , ଗୋଷାଣୀ ବ୍ଳକ ଅଧ୍ୟକ୍ଷ ଏନ ବୀର ରାଜୁ ପ୍ରମୁଖଙ୍କ ସମେତ ବହୁ ବିଜେଡ଼ି ନେତା ଓ କର୍ମୀ ଉପସ୍ଥିତ ଥିଲେ।
ରାଜ୍ୟ
ଜିଲ୍ଲା ପାଇଁ ୩୭୯ କୋଟି ୧୮ଲକ୍ଷ ଟଙ୍କାର ଯୋଜନା ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ
- Hits: 260











