ହେଡଲାଇନସ୍:

ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଗଣଶିକ୍ଷା ମନ୍ତ୍ରୀଙ୍କ ଅଭିନନ୍ଦନ

  •  ବିଜ୍ଞାନ ସ୍ରୋତର ପାସହାର ୮୪.୯୩%

  •  ବାଣିଜ୍ୟ ସ୍ରୋତର ପାସ ହାର ୮୧.୧୨%

ଭୁବନେଶ୍ୱର:ଆଜି ପୂର୍ବାହ୍ନ ୧୦ଘ.୩୦ ମିନିଟ୍ ସମୟରେ ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆନୁଷ୍ଠାନିକ ଭାବେ ବାର୍ଷିକ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷାଫଳ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡିଙ୍କ ଦ୍ୱାରା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ମୁଖ୍ୟ କାର୍ଯ୍ୟାଳୟଠାରେ ପ୍ରକାଶିତ ହୋଇଯାଇଛି । ପରୀକ୍ଷାର୍ଥୀମାନେ ସାମସ୍ ଇ-ସ୍ପେସ୍ରୁ ପରୀକ୍ଷା ଫଳ ଜାଣିପାରିବେ ଏବଂ ହେଲପ୍ଲାଇନ୍ ନଂ-06742300914ରୁ ଆବଶ୍ୟକୀୟ ସୂଚନା ପାଇପାରିବୋ ପରୀକ୍ଷାର୍ଥୀମାନେ www.orissaresults.nic.in ୱେବସାଇଟରୁ ନିଜର ଫଳ ଜାଣିପାରିବେ ଏବଂ ନିଜର ମାର୍କସିଟ୍ ଡାଉନ୍ଲୋଡ୍ କରିପାରିବୋ
ଚଳିତ ବର୍ଷ ରାଜ୍ୟରେ ବିଜ୍ଞାନ ସ୍ରୋତରେ ୯୨ ହଜାର ୯୫୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲାବେଳେ ୭୮ ହଜାର ୯୩୮ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏହି ପରୀକ୍ଷାରେ ପାସହାର ୮୪.୯୩ ପ୍ରତିଶତ ରହିଛି । ବିଜ୍ଞାନ ସ୍ରୋତରେ ପ୍ରଥମ ଶ୍ରେଣୀରେ ୩୯ ହଜାର ୫୭୩ ଜଣ, ଦ୍ୱିତୀୟ ଶ୍ରେଣୀରେ ୨୪ ହଜାର ୨୫୭ ଜଣ, ତୃତୀୟ ଶ୍ରେଣୀରେ ୧୪ ହଜାର ୮୫୨ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ରାଜ୍ୟରେ ୯୦ ପ୍ରତିଶତରୁ ଉର୍ଧ୍ଵ ମାର୍କ ରଖି ୩୫୮ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ନୟାଗଡ଼ ଜିଲ୍ଲାରେ ପାସହାର ସର୍ବାଧିକ ୯୬.୪୧ ପ୍ରତିଶତ ହୋଇଛି ।
ସେହିପରି ଚଳିତବର୍ଷ ରାଜ୍ୟରେ ବାଣିଜ୍ୟ ପରୀକ୍ଷାରେ ୨୪ ହଜାର ୮୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୧୯ ଜହାର ୫୩୬ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏହି ପରୀକ୍ଷାରେ ପାସହାର ୮୧.୧୨ ପ୍ରତିଶତ ରହିଛି । ବାଣିଜ୍ୟ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ୭ ହଜାର ୪୧୦ ଜଣ, ଦ୍ୱିତୀୟ ଶ୍ରେଣୀରେ ୪ ହଜାର ୫୪୩ ଜଣ ଏବଂ ତୃତୀୟ ଶ୍ରେଣୀରେ ୭ ହଜାର ୪୯୨ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ରାଜ୍ୟରେ ନୟାଗଡ଼ ଜିଲ୍ଲାର ପାସହାର ୯୩.୯% ସର୍ବାଧିକ ହୋଇଛି । ରାଜ୍ୟରେ ୯୦ ପ୍ରତିଶତରୁ ଉର୍ଧ୍ଵ ମାର୍କ ରଖି ୧୦୨ ଜଣ ବାଣିଜ୍ୟ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ରିଆଡିସନ୍ ଅଫ୍ ମାର୍କ ନିମନ୍ତେ କଳା ଓ ଧନ୍ଦାମୂଳକ ପାଠ୍ୟକ୍ରମର ଫଳ ବାହାରିବା ପରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରୁ ସୂଚନା ଦିଆଯାଇଛିା
ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ୱଥୀ. ଏସ୍., ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଶ୍ରୀ ଅଶ୍ୱିନୀ କୁମାର ମିଶ୍ର, ପରୀକ୍ଷା ନିୟନ୍ତ୍ରକ ଶ୍ରୀ ଅଶୋକ କୁମାର ନାୟକଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

0
0
0
s2sdefault