ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ, ପୂର୍ବତନ ମନ୍ତ୍ରୀ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଏବଂ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଙ୍କ ନିର୍ଦେଶ କ୍ରମେ 277 ଜଣ ବ୍ଲକ ବିଜେଡି କର୍ମକର୍ତ୍ତା ମାନଙ୍କ ନାମ ଘୋଷଣା l
(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ) - ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ରେ ବିଜେଡି କୁ ରେକର୍ଡ ସଂଖ୍ୟକ ଭୋଟରେ ଜିତାଇ ମିଶନ 2024 ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ହାତମୁଠାକୁ ଟାଣ କରିବା ପାଇଁ ପ୍ରସ୍ତୁତ ହେଲା ବିଜେଡି ବ୍ଲକ କମିଟି କାର୍ଯ୍ୟକର୍ତ୍ତା ଙ୍କ ନାମ l କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ, ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଏବଂ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଙ୍କ ନିର୍ଦେଶ କ୍ରମେ ମିଶନ 2024 ନର୍ବାଚନ ପାଇଁ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ବ୍ଲକ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବେ ଏକ ନୂତନ ତାଲିକା ପୁର୍ନଗଠନ କରାଯାଇଛି l ଏହି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀ ନିଶ୍ଚିନ୍ତକୋଇଲି ବିଜେଡି ଦଳ ତରଫରୁ ଶୁକରପଡା ଡ଼ାକବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି l
ଏହି କାର୍ଯ୍ୟକ୍ରମ ରେ ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ବ୍ଲକ ଉପାଧକ୍ଷ ଅଶୋକ କୁମାର ଓଝା, ପ୍ରାକ୍ତନ ଅଧକ୍ଷ ଗିରିଶରଞ୍ଜନ ମହାପାତ୍ର, ଜିଲ୍ଲା ପରିଷଦ ବିପ୍ଳବ କାପ, ବିଜେଡି ନେତା ଜ୍ୟୋତିପ୍ରକାଶ ସ୍ୱାଇଁ, ବିନୋଦ ସାମଲ ଙ୍କ ସମେତ ବହୁ ବିଜେଡି ନେତୃବୃନ୍ଦ ଯୋଗଦାନ କରି ନୂତନ ପୁନର୍ଗଠନ ବ୍ଲକ ବିଜେଡି କର୍ମକର୍ତା ଙ୍କ ନାମକୁ ବିଧିବଦ୍ଧ ଭାବେ ଘୋଷଣା କରିଥିଲେ l ଏହି ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ଜନତା ଦଳ ନୂତନ କମିଟିରେ 277 ଜଣଙ୍କ ନାମ ଘୋଷଣା କରାଯାଇଛି l ସେଥି ମଧ୍ୟରୁ ବ୍ଲକ ସଭାପତି , କାର୍ଯ୍ୟକାରୀ ସଭାପତି, ସମ୍ପାଦକ, ଜୋନ ସଭାପତି, ପର୍ଯ୍ୟବେକ୍ଷକ କମିଟି ରେ ନୂତନ କର୍ମକର୍ତ୍ତା ଙ୍କ ନାମ ଘୋଷଣା ହୋଇଯାଇଛି l ସେହିପରି ଭାବେ ଅନ୍ୟ ପଦ ପଦବୀ ଓ ବ୍ଲକ କମିଟି ଉପଦେଷ୍ଟା ମଣ୍ଡଳୀରେ ବହୁ ବିଜେଡି କର୍ମକର୍ତ୍ତା ଙ୍କ ନାମକୁ ଅବସ୍ଥାପିତ କରାଯାଇଅଛି। ଆଗକୁ ନିର୍ବାଚନ ରହିଥିବା ହେତୁ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକରେ ତୃଣମୂଳ ସ୍ତରରେ ସଂଗଠନ କୁ ମଝବୁତ କରାଯାଇ ବିଜେଡି କୁ ବୃହତ ବିଜୟ କରିବା ପାଇଁ ଏହି ନୂତନ ତାଲିକା ପ୍ରସ୍ତୁତ ହୋଇଛି ବୋଲି ବ୍ଲକ ବିଜେଡି କର୍ମକର୍ତା ମାନେ ପ୍ରକାଶ କରିଥିଲେ l











