ହେଡଲାଇନସ୍:

ଓଡ଼ିଆ ଉପନ୍ୟାସ ‘ଅଭିପ୍ରେତ କାଳ’ ‘ବ୍ୟାଙ୍କ ଅଫ୍ ବରୋଦା’ ରାଷ୍ଟ୍ରଭାଷା ସମ୍ମାନ’ ପୁରସ୍କାର ପାଇଁ ମନୋନୀତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଏହି ପୁରସ୍କାର ଭାରତୀୟ ଭାଷାରେ ସାହିତ୍ୟ କୃତି ଓ ଏହାର ହିନ୍ଦୀ ଅନୁବାଦକୁ ସ୍ୱୀକୃତି ପ୍ରଦାନ କରୁଛି, ଏବଂ ଏହାକୁ ଉଭୟ ମୂଳ ଲେଖକ ଓ ଅନୁବାଦକଙ୍କୁ ପ୍ରଦାନ କରାଯିବ

  • ପ୍ରସିଦ୍ଧ ଲେଖକ ଓ ବୁକର ପୁରସ୍କାର ବିଜେତା ମିସ୍ ଗୀତାଞ୍ଜଳୀ ଶ୍ରୀ ଏହି ୫ ଜଣିଆ ବିଚାରକମଣ୍ଡଳୀର ସଦସ୍ୟ ଅଛନ୍ତି


ଭୁବନେଶ୍ୱର : ବ୍ୟାଙ୍କ ଅଫ୍ ବରୋଦା (ବ୍ୟାଙ୍କ), ଭାରତର ଏକ ଅଗ୍ରଣୀ ପବ୍ଲିକ ସେକ୍ଟର ବ୍ୟାଙ୍କ, ଏହାର ‘ବ୍ୟାଙ୍କ ଅଫ୍ ବରୋଦା’ ରାଷ୍ଟ୍ରଭାଷା ସମ୍ମାନ’ ପୁରସ୍କାର ୨୦୨୩ ର ପ୍ରଥମ ସଂସ୍କରଣର ୧୨ ଟି ନୋମିନେସନର ତାଲିକାକୁ ୨୪.୦୫.୨୦୨୩ ରେ ଘୋଷଣା କରିଛନ୍ତି । ଓଡ଼ିଆ ଉପନ୍ୟାସ ‘ଅଭିପ୍ରେତ କାଳ’ ପୁରସ୍କାର ପାଇଁ ମନୋନୀତ ହୋଇଥିବା ୧୨ ଟି ଉପନ୍ୟାସ ମଧ୍ୟରୁ ଅନ୍ୟତମ । ଏହି ସ୍ୱତନ୍ତ୍ର ପୁରସ୍କାରକୁ ବିଭିନ୍ନ ଭାରତୀୟ ଭାଷାରେ (ସମ୍ବିଧାନର ୮ମ ସୂଚୀରେ ଅନ୍ତର୍ଗତ) ସାହିତ୍ୟ କୃତିକୁ ସ୍ୱୀକୃତି ଦେବା ଉଦେ୍ଧଶ୍ୟରେ ସ୍ଥାପନା କରାଯାଇଛି । ଏହା ସହିତ ଏହା ମାଧ୍ୟମରେ ବିଭିନ୍ନ ଭାଷାର ଉକ୍ରୃଷ୍ଟ ସାହିତ୍ୟ ଗୁଡ଼ିକ ହିନ୍ଦୀ ଭାଷାରେ ପାଠକମାନଙ୍କ ପାଇଁ ଉପଲବ୍ଧ ହୋଇପାରିବ, ଏହା ସହିତ ଏହାର ପରିସର ବ୍ୟାପକ ହୋଇପାରିବ ଓ ଏହିସବୁ ଉପନ୍ୟାସ ଗୁଡ଼ିକୁ ବହୁସଂଖ୍ୟକ ପାଠକମାନେ ପଢ଼ିପାରିବେ ।
‘ବ୍ୟାଙ୍କ ଅଫ୍ ବରୋଦା’ ରାଷ୍ଟ୍ରଭାଷା ସମ୍ମାନ’ ପୁରସ୍କାରକୁ ଉଭୟ ମୂଳ ଲେଖକ ଓ ଏହି ପୁସ୍ତକର ହିନ୍ଦୀ ଅନୁବାଦକଙ୍କୁ ପ୍ରଦାନ କରାଯିବ । ପୁରସ୍କାର ପ୍ରାପ୍ତ ମୂଳ ପୁସ୍ତକର ଅନୁବାଦକ ଓ ଏହାର ହିନ୍ଦୀ ଅନୁବାଦକ ଯଥାକ୍ରମେ ଟ.୨୧.୦୦ ଲକ୍ଷ ଟ.୧୫.୦୦ ଲକ୍ଷ ପ୍ରାପ୍ତ କରିବେ । ଅନ୍ୟପକ୍ଷରେ, ଏହାର ପରବର୍ତୀ ବଛା ଯାଇଥିବା ପାଂଚଟି ପୁସ୍ତକର ମୂଳ ଲେଖକ ଓ ହିନ୍ଦୀ ଅନୁବାଦକ ଯଥାକ୍ରମେ ଟ.୩.୦୦ ଲକ୍ଷ ଓ ଟ.୨.୦୦ ଲକ୍ଷ ପାଇବେ ।
ଆଜି ଭୁବନେଶ୍ୱରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ, ଶ୍ରୀମତୀ ପାରମିତା ଶତପଥୀ, ମୂଳ ଲେଖକ ଓ ଶ୍ରୀ ଅଜୟ କୁମାର ପଟ୍ଟନାୟକ, ଏହି ମନୋନୀତ ପୁସ୍ତକ ‘ଅଭିପ୍ରେତ କାଳ’ ର ଅନୁବାଦକ ଏକ ପ୍ୟାନେଲ୍ ଆଲୋଚନାରେ ଶ୍ରୀ ଦେବଦତ ଚାନ୍ଦ, ଏକ୍ଜିକୁ୍ୟଟିଭ୍ ଡାଇରେକ୍ଟର, ବ୍ୟାଙ୍କ ଅଫ୍ ବରୋଦାଙ୍କ ସହିତ ଅଂଶଗ୍ରହଣ କରିଥିଲେ । ଏହି ଦୁଇ ଜଣ ଲେଖକ ଭାରତୀୟ ସାହିତ୍ୟ ପରିସର ଉପରେ ବ୍ୟାପକ ଆଲୋଚନା କରିଥିଲେ ଓ ସାରା ଭାରତର ସାହିତି୍ୟକ ମାନଙ୍କ ପାଇଁ ରାଷ୍ଟ୍ରଭାଷା ସମ୍ମାନର ଗୁରୁତ୍ୱ ବିଷୟରେ ମତାମତ ପ୍ରଦାନ କରିଥିଲେ ।
‘ଅଭିପ୍ରେତ କାଳ’, ସେହି ସବୁ ଜଣା ଓ ଅଜଣା ଲୋକମାନଙ୍କର କାହାଣୀ ଯେଉଁମାନେ ଭାରତର ସ୍ୱାଧୀନତା ସଂଗ୍ରାମକୁ ସେମାନଙ୍କର ନିଜସ୍ୱ ଉପାୟରେ ସଶକ୍ତ କରିଥିଲେ । ଏହି ଉପନ୍ୟାସରେ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମର ବିଷୟକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହାର ଲେଖକ ସେହି ସମୟର ଐତିହାସିକ ଘଟଣାକୁ କାଳ୍ପନିକ ଚରିତ୍ର ମାଧ୍ୟମରେ ବର୍ଣ୍ଣନା କରିଛନ୍ତି ଯାହାକି ଲୋକମାନଙ୍କର ବଳିଦାନ ବିଷୟରେ ବିବରଣୀ ପ୍ରଦାନ କରିବା ସହିତ ଗାନ୍ଧୀ ଦର୍ଶନର ମାର୍ଗକୁ ମଧ୍ୟ ଉପସ୍ଥାପିତ କରିଛି ।
ଏହି ଅବସରରେ ସୂଚନା ପ୍ରଦାନ କରି, ଶ୍ରୀ ଦେବଦତ ଚାନ୍ଦ, ଏକ୍ଜିକୁ୍ୟଟିଭ୍ ଡାଇରେକ୍ଟର, ବ୍ୟାଙ୍କ ଅଫ୍ ବରୋଦା କହିଛନ୍ତି ଯେ, “‘ବ୍ୟାଙ୍କ ଅଫ୍ ବରୋଦା’ ରାଷ୍ଟ୍ରଭାଷା ସମ୍ମାନ’ ବ୍ୟାଙ୍କ ଦ୍ୱାରା ଆରମ୍ଭ କରାଯାଇଛି । ଏହା ମାଧ୍ୟମରେ ବିଭିନ୍ନ ଭାରତୀୟ ଭାଷାର ସର୍ବୋକ୍ରୃଷ୍ଟ ଉପନ୍ୟାସ ଓ ତାହାର ହିନ୍ଦୀ ଅନୁବାଦକୁ ସ୍ୱୀକୃତି ଓ ସମ୍ମାନ ପ୍ରଦାନ କରାଯାଉଛି । ଏହି ପୁରସ୍କାର ଭାରତୀୟ ଭାଷା ସାହିତ୍ୟକୁ ନିଶ୍ଚିତ ଭାବରେ ପ୍ରୋତ୍ସାହନ ପ୍ରଦାନ କରିବ ଓ ଆଂଚଳିକ ଭାଷାର ନୋଭେଲକୁ ଜାତୀୟ ସ୍ୱୀକୃତି ପ୍ରଦାନ କରାଯାଇପାରିବ । ଏହି ପୁରସ୍କାର ଭାରତୀୟ ସଂସ୍କୃତିକୁ ଗୁରୁତ୍ୱ ପ୍ରଦାନ କରିବା ସହିତ ଭାଷାଗତ ବିବିଧତାକୁ ସମ୍ମାନ ପ୍ରଦାନ କରୁଛି ଓ ଆମ ଦେଶର ଭାଷା ଗୁଡ଼ିକୁ ସମୃଦ୍ଧ କରୁଛି ।”
ପାଂଚ ଜଣ ସଦସ୍ୟ ଥିବା ବିଚାରକମଣ୍ଡଳୀରେ ମୁଖ୍ୟ ଭାବରେ ରହିଛନ୍ତି ପ୍ରସିଦ୍ଧ ଲେଖକ ଓ ବୁକର ପୁରସ୍କାର ବିଜେତା ମିସ୍ ଗୀତାଞ୍ଜଳି ଶ୍ରୀ । ଅନ୍ୟ ଚାରି ଜଣ ବିଚାରକମାନେ ହେଉଛନ୍ତି ଶ୍ରୀ ଅରୁଣ କମଲ, ଜଣେ ଭାରତୀୟ କବି, ଶ୍ରୀ ପୁଷ୍ପେଶ ପନ୍ତ, ଜଣେ ଶିକ୍ଷାବିତ୍ ଓ ଖାଦ୍ୟ ସମାଲୋଚକ, ମିସ୍ ଅନାମିକା, ସମସାମୟିକ ଭାରତୀୟ କବି ଓ ଔପନ୍ୟାସିକ ଓ ଶ୍ରୀ ପ୍ରଭାତ ରଞ୍ଜନ, ହିନ୍ଦୀ କାଳ୍ପନିକ ଲେଖକ ଓ ଅନୁବାଦକ ।
ବ୍ୟାଙ୍କ ଏହି ନାମାଙ୍କନ ଗ୍ରହଣ ପ୍ରକ୍ରିୟାକୁ ମାର୍ଚ୍ଚ-ଏପ୍ରିଲ୍ ୨୦୨୩ ମଧ୍ୟରେ ଆମନ୍ତ୍ରଣ କରିଥିଲା ଓ ବିଭିନ୍ନ ଭାରତୀୟ ଭାଷାରେ ଅନେକ ଗୁଡ଼ିଏ ଲେଖାକୁ ଗ୍ରହଣ କରାଯାଇଥିଲା । ଏଥିମଧ୍ୟରୁ ବିଚାରକମଣ୍ଡଳୀ ୧୨ ପୁସ୍ତକର ଏକ ତାଲିକାକୁ ପ୍ରସ୍ତୁତ କରିଛନ୍ତି ।
‘ବ୍ୟାଙ୍କ ଅଫ୍ ବରୋଦା’ ରାଷ୍ଟ୍ରଭାଷା ସମ୍ମାନ’ ପୁରସ୍କାରର ବିଜେତାଙ୍କ ନାମକୁ ଦିଲ୍ଲୀ ଠାରେ ୧୧ ଜୁନ୍ ୨୦୨୩ ରେ ଘୋଷଣା କରାଯିବ ।

0
0
0
s2sdefault