ହର୍ଷ ଉଲ୍ଲାସର ସହିତ ସମାପ୍ତ ହେଲା ତୃତୀୟ ଆର ଆଇ ଫ୍ଲଡ଼ ଲାଇଟ କ୍ରିକେଟ ଟୁର୍ଣ୍ଣାମେଂଟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁର କୁ ହରାଇ ଭୁବନେଶ୍ୱର ବିଜୟୀ

ବରଗଡ :- କେବଳ ଭାରତ ନୁହେଁ ସାରା ବିଶ୍ୱର ଖେଳ ପ୍ରେମୀ ଙ୍କୁ ବର୍ତ୍ତମାନ ଆଇ ପି ଏଲ ର ନିଶା ଘାରିଛି । ଠିକ ଆଇ ପି ଏଲ ଢାଞ୍ଚାରେ ବରଗଡ଼ ଜିଲ୍ଲା ପାଇକମାଲ ଠାରେ ଗତ ତିନିଦିନ ଧରି ଅୟୋଜିତ ହୋଇ ଆସୁଛି ମର୍ଯାଦା ସଂପନ୍ନ ଆର ଆଇ ଫ୍ଲଡ଼ ଲାଇଟ କ୍ରିକେଟ ଟୁର୍ଣ୍ଣାମେଂଟ । ଟୁର୍ଣ୍ଣାମେଂଟ କୁ ଆଇପିଏଲ ଢାଞ୍ଚାରେ କରିବା ପାଇଁ ପ୍ରତ୍ୟେକ ଦିଗ ଉପରେ ଅୟୋଜକ ମାନଙ୍କ ତରଫରୁ ସ୍ୱତନ୍ତ୍ର ଭାବରେ ଧ୍ୟାନ ଦିଆ ଯାଇଥିଲା । ଚଳିତ ବର୍ଷ ଏହି ଟୁର୍ଣ୍ଣାମେଂଟ ର ତୃତୀୟ ସଂସ୍କରଣ ରହିଥିଲା। ଚଳିତ ବର୍ଷ ଏହି ଟୁର୍ଣ୍ଣାମେଂଟ ରେ ରାଜ୍ୟ ଓ ରାଜ୍ୟ ବାହାରୁ ଷୋହଳ ଗୋଟିଦକ ଅଂଶ ଗ୍ରହଣ କରିଥିବା ବେକେ ଏହି ଟୁର୍ଣ୍ଣାମେଂଟ ରେ ମୋଟ ଆଠ ଗୋଟି ଲିଗ ମେଚ , ଚାରି ଗୋଟି କ୍ୱାଟର ଫାଇନାଲ ଓ ଦୁଇଗୋଟି ସେମି ଫାଇନାଲ ଖେଳା ଯାଇଥିଲା । ମଧ୍ୟ ରାତ୍ରି ପରେ ଅୟୋଜିତ ଏକ ସଂଘର୍ଷ ପୂର୍ଣ ଫାଇନାଲ ମେଚରେ ଏମ ଏମ ସି ସି ସମ୍ବଲପୁର କୁ ହରାଇ ଶାନ ଇଲେଭେନ ଭୁବନେଶ୍ୱର ବିଜୟ ଲାଭ କରିଥିଲା ।
ଫାଇନାଲ ମେଚ ରେ ମୁଁଷ ଅତିଥି ଭାବରେ ବିଜୟାନନ୍ଦ ପଟ୍ଟନାୟକ , ମୁଜାଫର ହୁସେନ , ମୌସୁମୀ ସାହୁ ଓ ମହେନ୍ଦ୍ର ଖୁଣ୍ଟିଆ ପ୍ରମୁଖ ଯୋଗଦେଇ ବିଜେତା, ଉପ ବିଜେତା , ଦଳ ତଥା ପୁରା ଟୁର୍ଣ୍ଣାମେଂଟରେ ଉଚ୍ଚ ମାନର ପ୍ରଦର୍ଶନ କରିଥିବା ଖେଳଡ଼ି ମାନଙ୍କୁ ନଗଦ ରାଶି ତଥା ଟ୍ରଫି ଦେଇ ପୁରସ୍କୃତ କରିଥିବା ବେଳେ ଚାଲିର ବର୍ଷ ଅୟୋଜକ ମାନଙ୍କ ତରଫରୁ ଏହି ଟୁର୍ଣ୍ଣାମେଂଟ ର ବିଜେତା ଦଳକୁ 55 ହଜାର ଇ ଉପବିଜେତା ଦଳ କୁ 33 ହଜାର ଟଙ୍କାର ନଗଦ ରାଶି ପ୍ରଦାନ କରାଯାଇଥିଲା ।
ମର୍ଯ୍ୟାଦା ଜନକ ଏହି ଟୁର୍ଣ୍ଣାମେଂଟ ର ଅୟୋଜକ କମିଟି ର ସଭାପତି ଆକାଶ ପାଣିଗ୍ରାହୀ, ସମ୍ପାଦକ ସୁରଜ ପଣ୍ଡା , ଓ କୋଷାଧ୍ୟକ୍ଷ ରୋହିତ ରଣା ଙ୍କର ପ୍ରତକ୍ଷ ତତ୍ୱବାଧାନ ରେ ଆଇ ପି ଏଲ ଢାଞ୍ଚାରେ ଅୟୋଜିତ ଏହି ଟୁର୍ଣ୍ଣାମେଂଟ ରେ ଅନ ଲାଇନ ସ୍କୋରର ଭାବରେ ନିରଜ ପ୍ରଧାନ , ଅଫ ଲାଇନ ସ୍କୋରର ଭାବରେ ଅଜିତ ନାୟକ , କେମେରା ମେନ ଭାବରେ ପପ୍ପୁ, ତଥା ଧାରା ବିବରଣୀ ବାଚକ ଭାବରେ ବୁଦ୍ଧଦେବ ଓ ତାଙ୍କର ସହଯୋଗୀ ମାନଙ୍କ କାମ ପ୍ରଶଂସନୀୟ ଥିଲା । ଚଳିତ ବର୍ଷ ଏହି ଟୁର୍ଣ୍ଣାମେଂଟ ଅତ୍ୟନ୍ତ ସନ୍ତୋଷ ଜନକ ରହିଥିବା ବେଳେ ଆସନ୍ତା ବର୍ଷ ଏହି ଟୁର୍ଣ୍ଣାମେଂଟ କୁ ଆହୁରି ଆକର୍ଷଣୀୟ କରାଯିବ ବୋଲି ଅୟୋଜକ କମିଟିର ସଭାପତି ଆକାଶ ପାଣିଗ୍ରାହୀ କହିଛନ୍ତି ।।

0
0
0
s2sdefault