-
ପ୍ରଶାସନ ଓ ହିତାଧିକାରୀଙ୍କ ମଧ୍ୟରେ ବାଧକ ସାଜିଛନ୍ତି କୁଜି ନେତା
-
ଅସହାୟଙ୍କ ପାଇଁ ସ୍ୱର ଉତ୍ତୋଳନ କରିବାରୁ ସାମ୍ବାଦିକଙ୍କ ଉପରେ ଆକ୍ରୋଶ
ବଡ଼ଚଣା ରୁ ପ୍ରଫୁଲ୍ଲ କୁମାର ସାହୁ :,ବଡ଼ଚଣା ବ୍ଲକ ଅନ୍ତର୍ଗତ ସିହା ପଂଚାୟତ ଅନ୍ତର୍ଗତ ଗୋଡିମାଗୁରା ଗ୍ରାମ ରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ, ଯେଉଁଠି ହାର ମାନିଛି ମଣିଷ ପଣିଆ |ଆମେ କହୁଛୁ ଏହି ଗ୍ରାମ ର ଟିକମ ପ୍ରଧାନ ଓ ଗୁରେଇ ପ୍ରଧାନ ଙ୍କ କଥା | ଉଭୟ ଦମ୍ପତି ବୟସ ର ଶେଷ ପାହାଚ ରେ ପାଦ ଥାପି ଥିବା ବେଳେ ଭରସା ମାତ୍ର ଦଶ କିଲୋ ଚାଉଳ, ଯାହା ସ୍ଥାନୀୟ ଡିଲର ଙ୍କ ଦୟାରେ ମିଳେ |ବୃଦ୍ଧା ମାଉସୀ ଙ୍କର ଦୃଷ୍ଟି ଶକ୍ତି ହ୍ରାସ ପାଇ ସାରିଥିବ ବେଳେ ବୃଦ୍ଧ ମଉସା ଙ୍କୁ ଭାଲ ଭାବରେ କାନକୁ ଶୁଭେ ନାହିଁ | କିଟି କିଟି ଅନ୍ଧାରରେ ଚଳନ୍ତି ଏହି ଅସହାୟ ଦମ୍ପତି | ସରକାର ଙ୍କ ଯୋଜନା କେବଳ କୁଜି ନେତା ଙ୍କ ସମ୍ପର୍କୀୟ ଙ୍କ ପାଇଁ ବୋଧହୁଏ | ଟିକମ ପ୍ରଧାନ ଓ ଗୁରେଇ ପ୍ରଧାନ ଙ୍କ ଘର ପାଖରେ ସେହି ୱାର୍ଡ ର ୱାର୍ଡ ମେମ୍ବର ଙ୍କ ଘର | ସେ ଆଜି କୁ ଦୀର୍ଘ ଏକ ବର୍ଷ ରୁ ଉର୍ଦ୍ଧ ହେବ ନିର୍ବାଚିତ ହୋଇ ରାତି ପାହିଲେ କରନ୍ତି ପ୍ରଚଳ କରନ୍ତି ,ହେଲେ ତାଙ୍କୁ ଜଣାପଡେନି ଏମାନଙ୍କ ଦୁଃଖ | ଏହି ଦମ୍ପତି,ସରକାର ଙ୍କ ନିୟମ ଅନୁଯାୟୀ ଷାଠିଏ ବର୍ଷ ଅତି କ୍ରମ କଲେ ବୟସ୍କ ଲୋକ ମାନଙ୍କୁ ମିଳେ ବାର୍ଧ୍ୟକ୍ୟ ଭତା | ସେଥିରୁ ଏ ଯାଏ ବଂଚିତ ଗୁରେଇ ପ୍ରଧାନ, ଏଥିପାଇଁ କିଏ ଦାୟୀ,ପ୍ରଶାସନ ଙ୍କ ପାଖରେ ଏହି ଭଳି ଅସହାୟ ଦମ୍ପତି ଙ୍କ ସମସ୍ୟା ସମ୍ପର୍କରେ ଅବଗତ କରିବାକୁ ସମୟ ନାହିଁ କୁଜି ନେତାଙ୍କର | ଲୋକଙ୍କ ସମସ୍ୟା ଦୂର ପାଇଁ ନିର୍ବାଚିତ ସରପଞ୍ଚଙ୍କ ଦାୟିତ୍ୱ ତୁଲାଇ ଆସୁଥିବା ସରପଞ୍ଚ ଙ୍କ ସ୍ୱାମୀଙ୍କୁ ଏହି ବୃଦ୍ଧା ଦମ୍ପତି ଦୁଃଖ ଦିଶେନି |
ଧନ୍ୟବାଦ ଜିଲ୍ଲା ପ୍ରଶାସନକୁ | ଆମ ପ୍ରତିନିଧିଙ୍କ ପ୍ରୟାସ ରେ ବୃଦ୍ଧ ମଉସା ଙ୍କୁ ତାଙ୍କର ବକେୟ ଭତା ପ୍ରଶାସନ ପହଂଚି ତୁରନ୍ତ ପ୍ରଦାନ କରିଛନ୍ତି | ହେଲେ ପ୍ରଶାସନର ଏ ମାନବଚିତ କାର୍ଯ୍ୟ କିଛି ଲୋକଙ୍କ ତଣ୍ଟି ରେ କଣ୍ଟା ହୋଇ ଲାଗିଛି | ଗତ ଗୁରୁବାର ସନ୍ଧ୍ୟା ରେ ଆମ ପ୍ରତିନିଧି ବୃଦ୍ଧା ଙ୍କ ପାଖକୁ ଖବର ସଂଗ୍ରହ ପାଇଁ ଯାଇ ଥିବା ବେଳେ ସେଇ ଗରମ ବୀଣା କର ବାହାଲିଆ ,ମିଞ୍ଜା ସାମଲ ଓ ୱାର୍ଡ ମେମ୍ବରଙ୍କ ଆକ୍ରୋଶ ର ଶିକାର ହୋଇଥିବା ବେଳେ, ଗ୍ରାମ ବାସୀଙ୍କ ସହାୟତା ରେ ଉଦ୍ଧାର ହୋଇଥିଲେ | ଯାହା କୁନେଇ ତାଙ୍କୁ ବଡ଼ଚଣା ଥାନାରେ ଏତେଲା ଦେବାକୁ ପଡିଥିଲା








