ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲା ସମୂହ ସଂଗଠନ ଦ୍ବାରା ମେଧା ସମ୍ମାନ କାର୍ଯ୍ୟକ୍ରମ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ପ୍ରଧାନ, ବିଡିଓ ପଦ୍ମଲୋଚନ ସାହୁ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ୟକ୍ଷ ଗୁରୁ ପ୍ରସାଦ ଜେନା, ଜିଲ୍ଲା ପରିଷଦ ସଦସ୍ୟ କ୍ଷୀରୋଦ ମହାପାତ୍ର, ସରୋଜ ରଣସିଂହ,ଆଶିଷ ଅଗ୍ରୱାଲ, ସୁବାଷ କଅଁର ପ୍ରମୁଖ ଉପସ୍ଥିତ ରହିଥିଲେ। ମୁଖ୍ୟ ଅତିଥି ଡ. ସାହୁ ତାଙ୍କ ବକ୍ତବ୍ୟରେ, ମା ଆର୍ଶୀବାଦ ରହିଲେ ଜୀବନରେ କେବେ ହେଲେ ହାରିବନି, କେବଳ ଜିତିବ ବୋଲି କହିଥିଲେ। ମା ହେଉଛି ପୃଥିବୀର ସବୁଠାରୁ ସୋନ୍ଦର୍ଯ୍ୟମୟୀ। ପାଠ ବହି ସହ ଅନ୍ୟ ବହି ପଢ଼ିବା ପାଇଁ ଉପଦେଶ ଦେଇଥିଲେ। ମେଧା ସମ୍ମାନକୁ ବଜାୟ ରଖିବାକୁ ବିଧାୟକ ଆହ୍ବାନ ଦେଇଥିଲେ। ଯେଉଁ ମାନେ ମା ଓ ବାପାଙ୍କୁ ନିଜ ମୁଣ୍ଡରୁ ବାହାର କରି ଦିଅନ୍ତି, ସେମାନେ ଅବାଟକୁ ଚାଲି ଯାଆନ୍ତି। କୃତିତ୍ୱ ପ୍ରତି ନିଷ୍ଠା ରହିଲେ ମେଧା ସମ୍ମାନ ସଫଳ ହେବ। ଜିଲ୍ଲାପାଳ ଶ୍ରୀଯୁକ୍ତ ସାହୁ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଜୀବନର ନିର୍ଦ୍ଦିଷ୍ଟ ଲକ୍ଷ ରଖି ପ୍ରଚେଷ୍ଟା କରିବା ଆବଶ୍ୟକ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବିଏସଇ,ସିବିଏସଇ ଏବଂ ଆଇସିଏସଇ ପରୀକ୍ଷାରେ କୃତିତ୍ବ ହାସଲ କରିଥିବା ୧୧ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଓ ୯ ଜଣ ଓଇଏସ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।












