ନୟାଗଡ଼,(ଲକ୍ଷ୍ମୀଧର ସାହୁ):ନୟାଗଡ଼ ଜିଲ୍ଲା ପରିଷଦ ପକ୍ଷରୁ ଆଜି ସୃଜନୀ ସଭା ଗୃହରେ ମାଟ୍ରିକ ଟପ୍ପର ଓ ଓଇଏସ ପାଇଥିବା ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଏହା ସହିତ ଜିଲ୍ଲାରେ ଓଇଏସ ପାଇଥିବା ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ସୁବାଷ ଚନ୍ଦ୍ର ରାୟ, ଜିଲ୍ଲା ଶିକ୍ଷା ଅଧିକାରୀ ଅକୃର ବାରିକ ପ୍ରମୁଖ ଉପସ୍ଥିତ ରହି ସମ୍ବଦ୍ଧିତ କରିଥିଲେ। ନୟାଗଡ଼ ଜିଲ୍ଲାରୁ ଜିଲ୍ଲା ସ୍ତରରେ ଟପ୍ପର ହୋଇଥିବା ଶିଖରପୁର ଦଧି ବାମନ ଉଚ୍ଚ ବିଦ୍ୟାଳୟ ଛାତ୍ର କେଶବ ଚନ୍ଦ୍ର ପରିଡ଼ା, ଗଣିଆ ବ୍ଲକ ଟପ୍ପର କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ଛାତ୍ରୀ ସୁଜାତା ସାହୁ, ନୟାଗଡ଼ ବ୍ଲକ ଟପ୍ପର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରୀ ସୃଷ୍ଟି ଶର୍ମିଷ୍ଠା ସାହୁ, ରଣପୁର ବ୍ଲକରୁ ଯୁଗ୍ମ ଟପ୍ପର ହୋଇଥିବା ରଘୁନାଥ ନୋଡଲ ଉଚ୍ଚ ବିଦ୍ୟାଳୟ ଛାତ୍ର ଅନୀଲ କୁମାର ସାହୁ, ବୃନ୍ଦାବନପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ପ୍ରତୀକ୍ଷା ନାୟକ, ଖଣ୍ଡପଡ଼ା ବ୍ଲକ ଟପ୍ପର ସିଂଘାପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ର ଆଶୁତୋଷ ରାଉତ, ଭାପୁର ବ୍ଲକ ଟପ୍ପର ବାଲୁଙ୍କେଶ୍ବର ଦେବ ବିଦ୍ୟାପୀଠ ଛାତ୍ର ଆଶିଷ କୁମାର ସାହୁ ଓ ବିଜିପୁର ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସ୍ମୃତି ସରିତା ମହାପାତ୍ର, ଦଶପଲ୍ଲା ମଧ୍ୟଖଣ୍ଡ ନୋଡାଲ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ସୁଚିସ୍ମିତା ବେହେରା, ନୂଆଗାଁ ବ୍ଲକ ଟପ୍ପର ସୁଧାଂଶୁବାଳା ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ସେହିଭଳି ଭାବେ ଓଇଏସ ପାଇଥିବା ଲିପ୍ସା ନନ୍ଦ, ଅମ୍ରିତା ସାହୁ, ଭକ୍ତି ବିନୋଦ ସାଲା, ଯାଜ୍ଞସେନୀ ସାହୁ, ମଧୁସ୍ମିତା ପୃଷ୍ଟି, ମୋନାଲିସା ରଥ, ମୁନରାଣୀ ମହାନ୍ତି, ପିଣ୍ଡୁ କୁମାର ପ୍ରଧାନ, ରୁଦ୍ର ନାରାୟଣ ସାହୁଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଡେପୁଟି କଲେକ୍ଟର ସିଗ୍ଧା ସେଠୀ ସିଭିଲ ସର୍ଭିସରେ କୃତକାର୍ଯ୍ୟ ହୋଇଥିବାରୁ ତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।
ରାଜ୍ୟ
ମାଟ୍ରିକ ଜିଲ୍ଲା ଟପର ଏବଂ ଓଇଏସ ପ୍ରତିଭୂଙ୍କୁ ଜିଲ୍ଲାପରିଷଦ ପକ୍ଷରୁ ସମ୍ବର୍ଦ୍ଧନା
- Hits: 328











