ହେଡଲାଇନସ୍:

ଶ୍ରୀମଦ୍ ଭାଗବତରେ ଭାରତୀୟ ଦର୍ଶନର ସାରମର୍ମ ନିହିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୋପବନ୍ଧୁ ପାଠାଗାରରେ 'ଅନ୍ତିମ ଜୀବନର ଆତ୍ମ ଚିନ୍ତନ ଓ ଶ୍ରୀମଦ୍ ଭାଗବତ' ଆଲୋଚନା ଚକ୍ର।

ରାଉରକେଲା(ବସନ୍ତ କୁମାର ଜେନା):- ରାଉରକେଲା ଅବସରପ୍ରାପ୍ତ କର୍ମଚାରୀ ସଂଘ, ଉତ୍କଳ ସ୍ନେହୀ ମହିଳା ସମିତି ଏବଂ ରୋଟାରୀ କ୍ଳବ୍ ରିଭରସାଇଡ୍ ର ମିଳିତ ଆନୁକୂଲ୍ୟରେ ଗୋପବନ୍ଧୁ ପାଠାଗାରର ସତ୍ୟବାଦୀ ପ୍ରକୋଷ୍ଠରେ ଅନୁଷ୍ଠିତ ଆଧ୍ୟାତ୍ମିକ ଆଲୋଚନା ଚକ୍ରରେ ଭାଗ ନେଇ ସ୍ବାମୀ ଡକ୍ଟର ଅଦ୍ଵୈତାନନ୍ଦ ମହାରାଜ ଶ୍ରୀମଦ୍ ଭାଗବତର ମାହାତ୍ମ୍ୟ ଆଲୋଚନା କରି କହିଲେ -
ବେଦ, ବେଦାନ୍ତ, ମହାପୁରାଣ, ପୁରାଣ ପ୍ରଭୃତି ରଚନା କରିବା ପରେ ମଧ୍ୟ ବ୍ୟାସଦେବଙ୍କର ଆତ୍ମ ତୃପ୍ତି ହୋଇନଥିଲା। ଶେଷରେ ଭାଗବତ ରଚନା କରି ସେ ଆତ୍ମ ସନ୍ତୋଷ ଲାଭ କରିଥିଲେ। ଭାଗବତର ଭାଷ୍ୟକାର ଥିଲେ ଶୁକ ମୁନି। ଭକ୍ତି ନଅ ପ୍ରକାର, ମାତ୍ର ଭକ୍ତ ଚାରି ପ୍ରକାର- ଆର୍ତ, ଅର୍ଥାର୍ଥୀ, ଜୀଜ୍ଞାସୁ ଏବଂ ଜ୍ଞାନୀ । ଈଶ୍ୱରଙ୍କୁ ସ୍ମରଣ କରିବା ଜୀବନର ଶ୍ରେଷ୍ଠ ସମ୍ପଦ। ଏକ ଭକ୍ତି ର୍ବିଶିଷ୍ୟତେ। ଶୁଦ୍ଧ ଭକ୍ତ ଜ୍ଞାନୀ ଈଶ୍ୱରଙ୍କର ଅତ୍ୟନ୍ତ ପ୍ରିୟ। ନାମ ସଂକୀର୍ତ୍ତନ ଦ୍ବାରା ପ୍ରାଣୀଙ୍କର ସକଳ କଳୁଷ ଦୂରୀଭୂତ ହୋଇଥାଏ।
ଜୀବନର ସକଳ ମୁହୂର୍ତ୍ତରେ ପରମାତ୍ମାଙ୍କ ନାମ ସ୍ମରଣ କରିବା ଦ୍ୱାରା ମନୁଷ୍ୟର କଲ୍ୟାଣ ସାଧିତ ହୋଇଥାଏ।

ପାଠାଗାରର ସଭାପତି ଇଂ. ନବଘନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାରେ କବି ରାଜୀବ ପାଣି ଅତିଥି ପରିଚୟ ପ୍ରଦାନ କରିଥିଲେ। କଳ୍ପତରୁ ଆଶ୍ରମର ପ୍ରତିଷ୍ଠାତ୍ରୀ ଶ୍ରୀମତୀ ସରୋଜିନୀ ପତି ସ୍ବାଗତ ଭାଷଣ ସହ ଆଲୋଚ୍ୟ ବିଷୟରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ସବିତା ସାହୁ, ଡଃ.
ଗିରିଜା ଶଙ୍କର ଗୋସ୍ବାମୀ, ଲକ୍ଷ୍ମଣ ନାଥ ଦାସ, ହରିହର ନାୟକ, ସିଦ୍ଧିନାଥ ଜ୍ୟୋତିଷି ପ୍ରମୁଖ ସହାୟତା କରିଥିବା ବେଳେ ଡ଼ାକ୍ତର ଗୋକୁଳାନନ୍ଦ ସାହୁ, ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର, ମହେନ୍ଦ୍ର କୁମାର ପଟ୍ଟନାୟକ, ମିହିର ରାୟ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ରାଜକୁମାର ମହାନ୍ତି, ଡାକ୍ତର ଶ୍ରୀମତୀ ଗୀତାଞ୍ଜଳି ପତ୍ରୀ, ଅଚ୍ୟୁତାନନ୍ଦ ପଟେଲ, ସୁରେନ୍ଦ୍ର କୁମାର ପଣ୍ଡା, ଉମେଶ ଚନ୍ଦ୍ର ଜେନା, କୈଳାଶ ଚନ୍ଦ୍ର ସାମଲ, ଡା.ସତ୍ୟ ନାରାୟଣ ମିଶ୍ର, ଦିବାକର ପାଣିଗ୍ରାହୀ, ବିଶ୍ବନାଥ ଜେନା, ଗୋପାଳ ପ୍ରସାଦ ଜେନା, ଶରତ ଧଳ, ବିଭୂତି ଭୂଷଣ ଦାସ, ଶରତ କୁମାର ମହାନ୍ତି, ଜି.କେ.ରାୟ, ଦେବରାଜ ଗଉଡ଼, ସ୍ନେହ ଲତା ପଟ୍ଟନାୟକ, ପ୍ରଭାତୀ ଗୋଶ୍ବାମୀ, ଗୀତା ସେନାପତି, ବିଚିତ୍ରାନନ୍ଦ ସାହୁ, ଅଜୟ କୁମାର ମହାନ୍ତି, ରାଧାମୋହନ ନାୟକ, କିଶୋରୀ ମୋହନ କର, ଅଶୋକ କୁମାର ପଟ୍ଟନାୟକ, ଭଗବାନ ପାଢ଼ୀ, ଗୋବିନ୍ଦ ଗୋପାଳ, ସୁଷମା ପାଣି, ଗଙ୍ଗାଧର ପୁହାଣ, ଡାକ୍ତର ଗୋଷ୍ଠ ଚନ୍ଦ୍ର ପତ୍ରୀ, ପ୍ରଦ୍ୟୁମ୍ନ କୁମାର ମିଶ୍ର, ଜ୍ୟୋସ୍ନା ରାଣୀ ପାତ୍ର, ହୃଷୀକେଶ ବଳିୟାର ସିଂହ, ଜେ.ଏମ୍.ପ୍ରହରାଜ, ବିଭୂତି ଭୂଷଣ ସାହୁ, ଡାକ୍ତର ଏସ.ବି.ନେପାକ, କୈଳାଶ ଚନ୍ଦ୍ର ମହାନ୍ତି, ଗଣେଶ କୁମାର ସାହୁ, ରାଜେଶ କୁମାର ସାହୁ, ବସନ୍ତ କୁମାର ପାଠୀ, ରାଘବ ପଣ୍ଡିଆ, ଏ.ପି.ଉପାଧ୍ୟାୟ, ଧ୍ରୁବ ଚରଣ ନାୟକ, ନୟନା ଶୁକ୍ଳ, କୀର୍ତ୍ତନ ଗୋପାଳ ପ୍ରମୁଖ ଶତାଧିକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ଶେଷରେ ଡାକ୍ତର ଗୋକୁଳାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault