ହେଡଲାଇନସ୍:

୪୮୩ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କଲେ ନୟାଗଡ଼ ବିଧାୟକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପ୍ରଶାସକ, ଡାକ୍ତର, ଇଂଜିନିୟର, ଶିକ୍ଷକ ହେବାକୁ ହଁ, ନେତା ହେବାକୁ ନାଁ !

ଓଡ଼ଗାଁ (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଲକ ନିକଟସ୍ଥ କଲ୍ୟାଣୀ ମଣ୍ଡପ ଠାରେ ଶନିବାର ଅନୁଷ୍ଠିତ ଓଡ଼ଗାଁ ଏନ୍ଏସି ଓ ମଣ୍ଡଳସ୍ତରୀୟ ମେଧା ସମ୍ମାନ ୨୦୨୩ ଉତ୍ସବରେ ଯୋଗଦେଇ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନେ ପ୍ରଶାସକ, ଶିକ୍ଷକ, ଯନ୍ତ୍ରୀ, ଡାକ୍ତର ହେବାକୁ ହଁ କରିଥିବା ବେଳେ ନେତା ହେବାକୁ ନାଁ କରିଥିଲେ। ପରେ ପକ୍ଷୀ ଓ ଅନ୍ୟ ପ୍ରାଣୀ ମାନଙ୍କ ନେତା ରହିଥିବା ବେଳେ ବିଦ୍ୟାଳୟ ଶ୍ରେଣୀ କକ୍ଷରେ ମନିଟର, ଘରେ ବାପା ମା'ଙ୍କ ଠାରୁ ଆରମ୍ଭ କରି କ୍ରୀଡା, ବ୍ୟବସାୟ ପଞ୍ଚାୟତ ଠାରୁ ପାର୍ଲିଆମେଣ୍ଟ ଯାଏଁ ଓ ଅନ୍ୟାନ୍ୟ କ୍ଷେତ୍ରରେ ନେତୃତ୍ୱର ଭୂମିକା ସମ୍ପର୍କରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୟାଗଡ଼ ବିଧାୟକ ଡଃ ଅରୁଣ କୁମାର ସାହୁ ବିସ୍ତୃତ ଭାବେ ବୁଝାଇବା ପରେ ସମସ୍ତ ମେଧାବୀ ଛାତ୍ରଛାତ୍ରୀଗଣ, ଶିକ୍ଷକ, ଅଭିଭାବକ, ଜନ ପ୍ରତିନିଧି ଏବଂ ଅନ୍ୟମାନେ ଗ୍ରହଣ କରିଥିଲେ। ଠିକ୍ ସେତେବେଳେ ସ୍ଥାନଟି ଶ୍ରେଣୀ କକ୍ଷ ପରି ମନେ ହେଉଥିଲା ।

ବିଧାୟକଙ୍କ ଚିନ୍ତାଧାରାରୁ ନିଃସୃତ ମେଧା ସମ୍ମାନ କାର୍ଯ୍ୟକ୍ରମ ଏକ ସ୍ବାଗତଯୋଗ୍ୟ ପରିକଳ୍ପନା ବୋଲି ଅନ୍ୟତମ ଅତିଥି ସମାଜସେବୀ ଦିବାକର ନାୟକ କହିଥିଲେ। ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ମେଧା ସମ୍ମାନ ୨୦୨୩ ବୈଠକରେ ଜିଲ୍ଲା ପରିଷଦ ସଭ୍ୟ ବିରଜାଲକ୍ଷ୍ମୀ ସାହୁ, ଝିଲି ପ୍ରଧାନ ଜିଲ୍ଲା ଶିକ୍ଷାଧିକାରୀ ଅକ୍ରୁର ବାରିକ, ବ୍ଳକ ଉପାଧ୍ୟକ୍ଷା ମୀରା ନାୟକ ବିଡ଼ିଓ ସନ୍ତୋଷ କୁମାର ଜେନା ଯୋଗଦେଇ ଥିବା ବେଳେ ବ୍ଲକ ବିଜେଡି ସଭାପତି ସୁର୍ଯ୍ୟ ନାରାୟଣ ଚୌଧୁରୀ, ଜିଲ୍ଲା ବିଜେଡି ଉପସଭାପତି ନିତ୍ୟାନନ୍ଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିବା ବେଳେ ବ୍ଲକ ଶିକ୍ଷାଧିକାରୀ ଗୀତାଞ୍ଜଳି ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଶିକ୍ଷକ ଭାବଗ୍ରାହୀ ମହାପାତ୍ର, ରଞ୍ଜନ କୁମାର ଦାଶ,ପଞ୍ଚାନନ ପଣ୍ଡା ସହଯୋଗ କରିଥିଲେ।

0
0
0
s2sdefault