-
କାନ୍ତକବି ଶ୍ରୀ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ରଚିତ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ
-
ପ୍ରବାସୀ ଓଡ଼ିଆଙ୍କ ନିମିତ୍ତ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଗଠନ
-
ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଠାରେ ସ୍ମାରକୀ ଓ ସଂଗ୍ରହାଳୟ ସ୍ଥାପନ ଓ ପଦ୍ମଭୂଷଣ ମନୋଜ ଦାସ ସ୍ମାରକୀ ବାଲେଶ୍ୱର ଜିଲ୍ଲାର ଶଙ୍ଖାରୀଠାରେ ନିର୍ମାଣାଧୀନ
-
୪୫୧୦୨ ଜଣ କଳାକାରଙ୍କୁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ
-
ବିଭାଗ ଅଧିନସ୍ଥ ବିଭିନ୍ନ ଅନୁଷ୍ଠାନଗୁଡିକର ପୁରସ୍କାର ରାଶିକୁ ୫୧ଟି ବର୍ଗରେ ୧୫.୧୦ ଲକ୍ଷରୁ ୭୩ଟି ବର୍ଗରେ ୧କୋଟି ୩୭ ଲକ୍ଷ ଟଙ୍କାକୁ ବୃଦ୍ଧି
ଭୁବନେଶ୍ୱର: ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ବିଗତ ଚାରିବର୍ଷର କାର୍ଯ୍ୟକ୍ରମଗୁଡିକର ସମୀକ୍ଷା କରିଛନ୍ତିା ଏହି ସମୀକ୍ଷା ପରେ ଗୀତଗୋବିନ୍ଦ ସଦନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର କହିଛନ୍ତି ଯେ, ୨୦୧୯ ମସିହା ନିର୍ବାଚନ ପ୍ରତିଶୃତି ଅନୁଯାୟୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର କାର୍ଯ୍ୟ ଅବ୍ୟାହତ ଅଛିା ଐତିହ୍ୟ କ୍ୟାବିନେଟରେ ହୋଇଥିବା ଅଧିକାଂଶ ନିଷ୍ପତ୍ତିଗୁଡ଼ିକର ଅନୁପାଳନ କରାଯାଇଅଛିା ଓଡ଼ିଆ ଭାଷା ଇତିମଧ୍ୟରେ ଶାସ୍ତ୍ରୀୟ ମାନ୍ୟତା ମଧ୍ୟ ପ୍ରାପ୍ତ କରିଅଛିା କାନ୍ତକବି ଶ୍ରୀ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ରଚିତ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ୨୦୨୦ ମସିହାରେ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ କରାଯାଇଅଛିା
ଏଥି ସହିତ ୫-"ଟି'ର ରୂପାନ୍ତରିକରଣ କାର୍ଯ୍ୟ ଗୁଡ଼ିକ ମଧ୍ୟରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଜନହିତକର ଯୋଜନାମାନଙ୍କ ମଧ୍ୟରେ ଅନ୍ୟତମ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାକୁ ସମ୍ପୂର୍ଣ୍ଣ ଭାବେ କମ୍ପ୍ୟìଟରୀକରଣ କରାଯାଇ ହିତାଧିକାରୀମାନଙ୍କୁ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ସହାୟତା ରାଶି ସିଧାସଳଖ ପ୍ରଦାନ କରାଯାଉଅଛିା ଏହି ଯୋଜନାରେ ଅଦ୍ୟାବଧି ୪୫୧୦୨ ଜଣ କଳାକାର ଲାଭାନ୍ୱିତ ହୋଇଛନ୍ତିା ଏଥିନିମନ୍ତେ ଏହି ବିଭାଗକୁ ୨୦୨୧ ମସିହାରେ ସ୍କଚ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଅଛିା ସାଂସ୍କୃତିକ ଦଳ ଗୁଡ଼ିକର ଚୟନ ଓ ପରିବେଷଣ ନିମିତ୍ତ ଏକ ଅନଲାଇନ ପୋର୍ଟାଲର ବ୍ୟବସ୍ଥା କରାଯାଇଅଛିା ଏହାଦ୍ୱାରା ଆବେଦନ କରିଥିବା ୮୦୦୦ ସାଂସ୍କୃତିକ ଦଳମାନଙ୍କ ମଧ୍ୟରୁ ଅଡିସନ ମାଧ୍ୟମରେ ୨୨୩୫ ଦଳଙ୍କୁ ଚୟନ କରାଯାଇ ପଞ୍ଜୀକୃତ କରାଯାଇଅଛି ଏବଂ ସେମାନଙ୍କର ପାରିଶ୍ରମିକ ଅନଲାଇନ ମାଧ୍ୟମରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରଦାନ କରାଯାଉଅଛିା ବିଭାଗ ଅଧୀନରେ ଥିବା ସମସ୍ତ ମଣ୍ଡପ ଯଥା ରବୀନ୍ଦ୍ର ମଣ୍ଡପ, ଭଞ୍ଜକଳା ମଣ୍ଡପ ଏବଂ ଉତ୍କଳ ମଣ୍ଡପଗୁଡ଼ିକର ବୁକିଂ ବ୍ୟବସ୍ଥାକୁ ସଂପୂର୍ଣ୍ଣ ଭାବରେ ଅନଲାଇନ ମାଧ୍ୟମରେ କରାଯାଉଅଛିା
ବିଭାଗର ଅଧୀନରେ ଥିବା ହରେକୃଷ୍ଣ ମହାତାବ ରାଜ୍ୟ ଗ୍ରନ୍ଥାଗାର, ଓଡ଼ିଶା ରାଜ୍ୟ ଅଭିଲେଖାଗାର, ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଥିବା ପୁରୁଣା ପୁସ୍ତକ, ନଥିପତ୍ର, ଅଭିଲେଖାଗାରର ତଥ୍ୟ ଏବଂ ପରିବେଷିତ ସଙ୍ଗୀତ ଓ ନୃତ୍ୟଗୁଡ଼ିକୁ ଡିଜିଟାଇଜେସନ କରାଯାଉଅଛିା ରାଜ୍ୟ ଗ୍ରନ୍ଥାଗାରରେ ଅଦ୍ୟାବଧି ୨୦୪୦୦୦ ପୁସ୍ତକ କମ୍ପ୍ୟìଟରୀକରଣ କରାଯାଇଅଛିା ଏଥି ସହିତ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ, ଓଡ଼ିଶା ସଙ୍ଗୀତ ନାଟକ ଏକାମେୀ ଏବଂ ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡ଼ିକର ଗଚ୍ଛିତ ଥିବା ମୁଲ୍ୟବାନ ତଥ୍ୟଗୁଡ଼ିକର ମଧ୍ୟ କମ୍ପ୍ୟìଟରୀକରଣ କରାଯାଉଅଛିା
ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି କ୍ରମେ ରାଜ୍ୟର ପ୍ରତିଷ୍ଠିତ ବରପୁତ୍ରମାନଙ୍କର ଜନ୍ମଗ୍ରାମକୁ ଆଦର୍ଶ ଗ୍ରାମ ରୂପେ ଘୋଷଣା କରାଯାଇ ସେହି ଗ୍ରାମର ଭିତ୍ତିଭୂମି ସଦୃଢ କରିବା ସହିତ ବରପୁତ୍ରମାନଙ୍କର ଜନ୍ମ ଓ ତିରୋଧାନ ତିଥିକୁ ଆଡମ୍ବରରେ ପାଳନ କରାଯାଉଅଛିା ବରପୁତ୍ରମାନଙ୍କର ଅବୟବ ପ୍ରତିମୂର୍ତ୍ତି ରାଜ୍ୟର ବିଭିନ୍ନ ପ୍ରାନ୍ତରେ ସ୍ଥାପନ କରାଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚନ କରାଯାଉଅଛିା ରାଜ୍ୟର ୭୨୦୦ ଭାଗବତ ଟୁଙ୍ଗୀକୁ ପୁନରୁଦ୍ଧାର କରାଯାଇଅଛି ଏବଂ ପ୍ରତି ଭାଗବତ ଟୁଙ୍ଗିକୁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଅଛିା
ରାଜ୍ୟର ପ୍ରତିଷ୍ଠିତ ବରପୁତ୍ରମାନଙ୍କର ଜନ୍ମସ୍ଥାନକୁ ସ୍ମାରକୀ ଓ ସଂଗ୍ରହାଳୟରେ ପରିଣତ କରି ରାଜ୍ୟବାସୀଙ୍କୁ ଉତ୍ସର୍ଗୀକୃତ କରାଯାଉଅଛିା ଏହି କ୍ରମରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋଠାରେ ଏକ ସ୍ମାରକୀ ଓ ସଂଗ୍ରହାଳୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପଣ କରାଯାଇଅଛି ଏବଂ ପଦ୍ମଭୂଷଣ ସ୍ୱର୍ଗତ ମନୋଜ ଦାସ ସ୍ମାରକୀ ବାଲେଶ୍ୱର ଜିଲ୍ଲାର ଶଙ୍ଖାରୀଠାରେ ନିର୍ମାଣାଧୀନ ଅଛିା ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପରିସରରେ ଏକ ସ୍ଥାପତ୍ୟ ପାର୍କ ଏବଂ ୩ଗୋଟି ଏକାଡେମିକ ବ୍ଲକ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଉନ୍ମୋଚିତ ହୋଇଅଛିା
ଓଡ଼ିଶାର ପ୍ରାଚୀନ ପାରମ୍ପରିକ ଲୋକନୃତ୍ୟ ଓ ଲୋକଗୀତଗୁଡ଼ିକୁ ସଂରକ୍ଷଣ, ପ୍ରଚାର ଓ ପ୍ରସାର କରାଯାଉଅଛିା ଏହି କ୍ରମରେ ମୟୂରଭଞ୍ଜର ବାରିପଦାଠାରେ ଏକ ଛଉ ନୃତ୍ୟ ପ୍ରଶିକ୍ଷଣ ପ୍ରତିଷ୍ଠାନ କରାଯାଇ ଛଉ ନୃତ୍ୟର ପ୍ରଚାର ପ୍ରସାର କରାଯାଉଅଛିା ରାଜ୍ୟର ସମସ୍ତ ଜିଲ୍ଲାମାନଙ୍କରେ ମହୋତ୍ସବ ପାଳନ ସହିତ ପ୍ରଥମଥର ପାଇଁ ସମ୍ବଲପୁରର ଐତିହାସିକ ହୀରାକୁଦଠାରେ ହୀରାକୁଦ ମହୋତ୍ସବ ଏବଂ କନ୍ଧମାଳରେ ଡଙ୍ଗର ମହୋତ୍ସବ, ଓଡ଼ିଶା ସଙ୍ଗୀତ ନାଟକ ଏକାମେୀ ଦ୍ୱାରା କରାଯାଇଅଛିା ଏତଦ୍ବ୍ୟତୀତ ବାଙ୍ଗାଲୋରଠାରେ ଓଡ଼ିଶା ଉତ୍ସବ ମଧ୍ୟ ପାଳନ କରାଯାଇଅଛିା
ଓଡ଼ିଶା ସାହିତ୍ୟ ଏକାମେୀ ଦ୍ୱାରା ୩୮ ଗୋଟି ପୁସ୍ତକ ଓଡ଼ିଆ ଭାଷାରୁ ଅନ୍ୟ ଭାରତୀୟ ଭାଷାମାନଙ୍କୁ ଏବଂ ଅନ୍ୟ ଭାରତୀୟ ଭାଷାରୁ ଓଡ଼ିଆ ଭାଷାକୁ ଅନୁବାଦ କରାଯାଇଅଛିା ଓଡ଼ିଆ ଭାଷା ପ୍ରତିଷ୍ଠାନ ଦ୍ୱାରା ୨୦୧୦ରୁ ବନ୍ଦ ଥିବା ଶିଶୁଲେଖାର ପୁନଃ ମୁଦ୍ରଣ କରାଯାଇ ଏହାର ୫୦ ହଜାର କପି ରାଜ୍ୟର ସମସ୍ତ ଉଚ୍ଚପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ବିନା ମୂଲ୍ୟରେ ୩୧୪ ଗୋଟି ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ପ୍ରଦାନ କରାଯାଇଅଛିା ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଗାନ୍ଧୀ ଗ୍ୟାଲେରୀ, କଳିଙ୍ଗ ଆର୍ଟ ଗ୍ୟାଲେରୀ ସହ ଆଉ ୫ଗୋଟି ନୂତନ ଗ୍ୟାଲେରୀ ପ୍ରତିଷ୍ଠା କରାଯାଇଅଛିା ଓଡ଼ିଶା ରାଜ୍ୟ ପ୍ରନିତତ୍ତ୍ୱ ଦ୍ୱାରା ୨୧୪ ଗୋଟି ପ୍ରାଚୀନ କୀର୍ତ୍ତିରାଜିକୁ ସଂରକ୍ଷଣ କରାଯିବା ସହିତ ରାଇବଣିଆ ଐତିହାସିକ ଦୁର୍ଗର ସଂରକ୍ଷଣ କାର୍ଯ୍ୟ ମଧ୍ୟ ଜାରି ରହିଛିା
ବିଭିନ୍ନ ଅନୁଷ୍ଠାନଗୁଡିକର ପୁରସ୍କାର ରାଶି ପୂର୍ବରୁ ୫୧ଟି ବର୍ଗରେ ୧୫.୧୦ ଲକ୍ଷରୁ ୭୩ଟି ବର୍ଗରେ ୧କୋଟି ୩୭ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଅଛିା ଓଡ଼ିଶା ସାହିତ୍ୟ ଏକାମେୀ ଦ୍ୱାରା ପୁରସ୍କାର ପ୍ରଦାନ ନିମନ୍ତେ ୯ଗୋଟି ବର୍ଗରୁ ୧୧ଗୋଟି ବର୍ଗକୁ ବୃଦ୍ଧି କରାଯାଇଅଛି ଏବଂ ଏଥିସହିତ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର ରାଶି ୧ ଲକ୍ଷରୁ ୫ଲକ୍ଷକୁ, ସାହିତ୍ୟ ଏକାମେୀ ପୁରସ୍କାର ୫୦ ହଜାରରୁ ୨ ଲକ୍ଷକୁ ଏବଂ ସାରସ୍ୱତ ସାଧକ/ସାଧିକା ସମ୍ବର୍ଦ୍ଧନା ପୁରସ୍କାର ରାଶି ୩୦ ହଜାରରୁ ୧ ଲକ୍ଷକୁ ବୃଦ୍ଧି କରାଯାଇଅଛିା ସେହିଭଳି ଓଡ଼ିଶା ଲଳିତକଳା ଏକାମେୀ ଦ୍ୱାରା ପ୍ରଦାନ କରାଯାଉଥିବା ଧର୍ମପଦ ପୁରସ୍କାର ରାଶି ୧ ଲକ୍ଷରୁ ୫ ଲକ୍ଷକୁ, ଓଡ଼ିଶା ଲଳିତକଳା ଏକାମେୀ ପୁରସ୍କାର ୫୦ ହଜାରରୁ ୨ ଲକ୍ଷକୁ ଏବଂ କଳା ସମ୍ବର୍ଦ୍ଧନା ପୁରସ୍କାର ରାଶି ୨୦ ହଜାରରୁ ୧ ଲକ୍ଷକୁ ବୃଦ୍ଧି କରାଯାଇଅଛିା ସେହିପରି ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀ ପକ୍ଷରୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନର ପୁରସ୍କାର ରାଶି ୧ ଲକ୍ଷରୁ ୫ଲକ୍ଷକୁ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀ ପୁରସ୍କାର ୫୦ ହଜାରରୁ ୨ ଲକ୍ଷକୁ ବୃଦ୍ଧି କରାଯାଇଅଛିା ନୂତନ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କ୍ରମେ ସୁନନ୍ଦା ପଟ୍ଟନାୟକ ସମ୍ମାନ ପୁରସ୍କାର ରାଶି ନିମିତ୍ତ ୨ ଲକ୍ଷ ୫୦ ହଜାର ଓ ସରକାରଙ୍କ ଅନୁମୋଦନ କ୍ରମେ ୨୦୨୨-୨୩ ନିମିତ୍ତ କବିଚନ୍ଦ୍ର କାଲୀଚରଣ ପଟ୍ଟନାୟକ ପୁରସ୍କାର ରାଶି ୫୦ ହଜାର ପ୍ରଦାନ କରାଯାଇଅଛିା
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ବାହାରେ ଏବଂ ବିଦେଶରେ ରହୁଥିବା ଓଡ଼ିଆମାନଙ୍କର ଏକତା, ଉତ୍କଳୀୟ ପରମ୍ପରା, କଳା, ସଂସ୍କୃତି ଓ ଐତିହ୍ୟକୁ ଋଦ୍ଧିମନ୍ତ କରିବା ନିମନ୍ତେ ବିଭାଗ ଅଧୀନରେ ଏକ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଗଠନ କରାଯାଇଅଛିା ଏହାଦ୍ୱାରା ରାଜ୍ୟ ତଥା ଦେଶ ବାହାରେ ବସବାସ କରୁଥିବା ଓଡ଼ିଆମାନଙ୍କ ସହିତ ସାଂସ୍କୃତିକ ଆଦାନ ପ୍ରଦାନ ସହ ଉତ୍କଳୀୟ ସଂସ୍କୃତିକୁ ପ୍ରଚାର ପ୍ରସାର କରାଯାଇପାରିବା
ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ କହିଲେ ଯେ ପାରମ୍ପରିକ ଲୋକକଳାର ପୁନରୁଦ୍ଧାର ଐତିହ୍ୟପୀଠଗୁଡ଼ିକର ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛିା ବିଭାଗର ବ୍ୟୟ ଅଟକଳ ୨୦୦୦ ମସିହାରେ ୨ କୋଟି ୨୬ ଲକ୍ଷ ଟଙ୍କା ଥିବାବେଳେ ତାହା ଆଜି ୧୬୭ କୋଟି ଟଙ୍କାରେ ପହଞ୍ଚିଥିବାର ସେ ସୂଚନା ଦେଇଥିଲୋ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲୀପ କୁମାର ରାଉତରାୟଙ୍କ ସହିତ ଅତିରିକ୍ତ ଶାସନ ସଚିବ ଶ୍ରୀ ମଧୁସୂଦନ ଦାଶ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବୋଧ ଆଚାର୍ଯ୍ୟ, ଉପନିର୍ଦ୍ଦେଶକ ଶ୍ରୀ ଦେବାନନ୍ଦ ବରିହା, ସୁଚିସ୍ମିତା ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲୋ











