ହେଡଲାଇନସ୍:

ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ଆର୍ଥିକ ସହାୟତା ଯୋଗାଇଦେଲେ ବିଧାୟିକା ବର୍ଷା ସିଂ ବରିହା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼ :- କିଛିମାସ ପୂର୍ବରୁ ପଦ୍ମପୁର ନିର୍ବାଚନ ମଣ୍ଡଳୀ ,ପାଇକମାଲ ବ୍ଲକ ମାଣ୍ଡୋସିଲି ଗ୍ରାମର ନିପୁ କୁମ୍ଭାର ନାମକ ଜଣେ ଯୁବକ ଦୁର୍ଘଟଣା ର ଶିକାର ହୋଇ ଗଭୀର ଭାବରେ ଆହତ ହୋଇଥିଲେ । ଚିକିତ୍ସା ପରେ ଭଲ ହୋଇ ଘରକୁ ଫେରିବା ପରେ ସେ ନିଜର କାମ କରିବା ପାଇଁ ସକ୍ଷମ ହୋଇ ପାରୁନଥିଲେ । ଯାହା ଫଳରେ ତାଙ୍କର ଆବଶ୍ୟକୀୟ ଔଷଧ ଓ ପରିବାର ଭରଣ ପୋଷଣ ପାଇଁ ପ୍ରକାରର ସମସ୍ୟା ଦେଖାଦେଇଥିଲା । କିଛି ଆର୍ଥିକ ସହାୟତା ପାଇଁ ସାମାଜିକ ଗଣମାଧ୍ୟମ ଜରିଆରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ଙ୍କୁ ନିବେଦନ କରିଥିଲେ । ସାମାଜିକ ଗଣମାଧ୍ୟମ ରୁ ନିପୁ ଙ୍କର ବାବଦରେ ଜାଣିବା ପରେ ବିଧାୟିକା ଆଜି ପାଇକମାଲ ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଗୌତମ ସିଂ ଓ ଉପସଭାପତି ଶ୍ରୀ ଭୋଜରାଜ ଭୋଇ ଙ୍କର ହାତରେ ଲିପୁ ଙ୍କୁ ଆର୍ଥିକ ସହାୟତା ପଠେଇବା ସହିତ ନିପୁ ଙ୍କର ଶୀଘ୍ର ଆରୋଗ୍ୟ କାମନା କରିଥିଲେ । ବିଧାୟିକା ଙ୍କର ନିକଟରୁ ଆର୍ଥିକ ସହାୟତା ପାଇବା ପରେ ନିପୁ ଓ ତାଙ୍କ ପରିବାର , ଏହି ଦୁର୍ଦ୍ଦିନରେ ବିଧାୟିକା ଙ୍କର ଏହି ସାହାଯ୍ୟ ତାଙ୍କୁ ଚିରଦିନ ମନେ ରହିବ , ଭଗବାନ ବିଧାୟିକା ଙ୍କୁ ଆହୁରି ଲୋକଙ୍କ ସେବା କରିବା ପାଇଁ ସକ୍ଷମ କରନ୍ତୁ ବୋଲି କହିଛନ୍ତି ।

0
0
0
s2sdefault