ହେଡଲାଇନସ୍:

ମିଲେଟ ପୁନରୁଦ୍ଧାରର କାରଣ : ଚାଷୀଙ୍କ ଉନ୍ନତି ଓ କୃଷିର ସ୍ଥାୟିତ୍ୱ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପୁଷ୍ଟିକର ଶସ୍ୟର ପ୍ରତିପୋଷଣ, ଚାଷୀଙ୍କ ସଶକ୍ତିକରଣ ଏବଂ ବିଶ୍ୱ ଖାଦ୍ୟ ବିବିଧତାର ସମୃଦ୍ଧିକରଣ

ଭୁବନେଶ୍ୱର : ମିଲେଟ ହେଉଛି କାଙ୍ଗୁ, ଖିରା ଭଳି ବିଭିନ୍ନ କ୍ଷୁଦ୍ର ଡାଲି ଜାତୀୟ ଶସ୍ୟ ସମୁହ ଯାହାକି ଶୁଷ୍କ ପରିବେଶରେ ଅତି ଉନ୍ନତ ଭାବରେ ବଢିବାରେ ସକ୍ଷମ । ଏକ ଉତ୍ତମ ଶସ୍ୟ ଭାବରେ ମିଲେଟ ଅତ୍ୟାବଶ୍ୟକ ପୁଷ୍ଟିକରତାର ଉତ୍ସ ଭାବରେ କାର୍ଯ୍ୟ କରେ ।
ଆନ୍ତର୍ଜାତିକ ମିଲେଟ ବର୍ଷ ୨୦୨୩ ପରିପ୍ରେକ୍ଷୀରେ ଓଡ଼ିଶା ସରକାର ସହଭାଗୀମାନଙ୍କର ସହଯୋଗରେ ମିଲେଟକୁ ଏକ ସୁଲଭ ଖାଦ୍ୟ ବିକଳ୍ପ ଯାହାକି ଅତ୍ୟନ୍ତ ସ୍ୱାସ୍ଥ୍ୟକର ଏବଂ ପରିବେଶ ଅନୁକୂଳ ତାହାର ପ୍ରସାର ପାଇଁ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି ।
ଏସିଆ ଓ ଆଫ୍ରିକା ମହାଦେଶରେ ମିଲେଟ ଚାଷର ବହୁଳତା ଦେଖାଯାଏ । ଭାରତ ଏହାର ବୃହତ ଉତ୍ପାଦନକାରୀ ରାଷ୍ଟ୍ର ହୋଇଥିବା ବେଳେ ଚୀନ, ନାଇଜେରିଆ ଦେଶଗୁଡିକ ତା’ ପଛକୁ ରହିଛନ୍ତି । ଏହି ଫସଲଗୁଡିକ ପ୍ରଥମରୁ ଘରୋଇ ବ୍ୟବହାରରେ ପ୍ରାଥମିକତା ପାଇବା ସହ ପାରମ୍ପରିକ ଖାଦ୍ୟ ଭାବରେ ଏସିଆ ଏବଂ ଅଫ୍ରିକାର ସାହାରା ଉପାଞ୍ଚଳରେ ମାନ୍ୟତା ପାଇଥିଲା । ପ୍ରତିକୂଳ ପରିସ୍ଥିତିରେ ଏହି ଶସ୍ୟଗୁଡିକ ନିଜର ସ୍ଥିରତା ଓ ପରିବେଶ ଅନୁକୂଳତାକୁ ବାରମ୍ବାର ପ୍ରମାଣିତ କରିଛନ୍ତି । ପ୍ରତିକୂଳ ଜଳବାୟୁରେ ବଢିପାରିବାର କ୍ଷମତା ଏହି ଶସ୍ୟକୁ ଖାଦ୍ୟ ନିରାପତ୍ତା ଓ ଆର୍ଥôକ ଅଭିବୃଦ୍ଧିରେ ଯଥେଷ୍ଟ ଯୋଗଦାନ ଦେଇପାରୁଛି ।
ମିଲେଟକୁ ଆମ ରୋଷଶାଳର ଅଂଶ ଭାବରେ ଗ୍ରହଣ କରିବାର ନିମ୍ନଲିଖିତ ପାଞ୍ଚଟି ମୁଖ୍ୟ କାରଣ ରହିଛି:
୧. ମିଲେଟ ଏକ ସନ୍ତୁଳିତ ଆହାର ଭାବରେ ପ୍ରମୁଖ ଭୂମିକା ଗ୍ରହଣ କରିପାରେ
ଏହି ପ୍ରାଚୀନ ଶସ୍ୟ ଆଣ୍ଟିଅକ୍ସିଡେଣ୍ଟ, ମିନେରାଲ୍ସ ଏବଂ ପ୍ରୋଟିନରେ ଭରପୁର । ଏହା ବିଭିନ୍ନ ପରିମାଣ ଓ ପ୍ରକାରର ଡାଏଟାରୀ ଫାଇବର ଯୋଗାଇଥାଏ ଯାହାକି ବ୍ଲଡ ପ୍ରେସର, ବ୍ଲଡ ସୁଗାର ଏବଂ ଲିପିଡ ନିୟନ୍ତ୍ରଣରେ ବିଶେଷ ଭାବରେ ଲାଭଦାୟକ ହୋଇଥାଏ । ଅଧିକନ୍ତୁ ଏହା ଗ୍ଲୁଟେନ ଫ୍ରି, ଲୋ ଗ୍ଲାଇସେମିକ ଇଣ୍ଡେକ୍ସ ହୋଇଥିବା କାରଣରୁ ଡାଏବେଡିସ, ହାଇ ବ୍ଲଡ ପ୍ରେସର, ପାଚନ ଜନିତ ରୋଗୀ ମାନଙ୍କର ପ୍ରଥମ ପସନ୍ଦ ପାଲଟିଛି । ଏହା ସହିତ ଭରପୂର ଆଇରନ ରହିଛି ମିଲେଟରେ । ବିଶ୍ୱ ବଜାରରେ ମିଳୁଥିବା ବିଶୋଧିତ ଶସ୍ୟ ତୁଳନାରେ ମିଲେଟ ପୁଷ୍ଟିକର ଏବଂ ଉତ୍ତମ ଖାଦ୍ୟ ବିକଳ୍ପ ଭାବରେ ଅଧିକ ଗ୍ରହଣୀୟ ହୋଇଛି । ଏଣୁ ମିଲେଟ ପ୍ରସ୍ତୁତ ରେସିପିକୁ ନିଜର କରନ୍ତୁ ।
୨. ପରିବର୍ତିତ ଜଳବାୟୁକୁ ସଫଳତାର ସହ ସାମ୍ନାକରେ ମିଲେଟ
ମିଲେଟ ସ୍ୱଳ୍ପ ଜଳରେ ବଢ଼ିପାରୁଥିବାରୁ ଏହା ମରୁଡ଼ି ଭଳି ପରିସ୍ଥିତିକୁ ମୁକାବିଲା କରିପାରେ । ପୁଣି ଫସଲରେ ଲାଗୁଥିବା କୀଟ ତଥା ରୋଗପୋକକୁ ଏହା ନିଜର ଅନ୍ତର୍ନିହିତ ରୋଗ ପ୍ରତିରୋଧୀ ଶକ୍ତି ଦ୍ୱାରା ନିୟନ୍ତ୍ରଣ କରିପାରିଥାଏ । ଫଳରେ ଏହା ଯେକୌଣସି ପ୍ରତିକୂଳ ଜଳବାୟୁରେ ମଧ୍ୟ ସ୍ୱାଭାବିକ ଭାବରେ ବଢ଼ିପାରେ । ଏହା ବଢ଼ିବା ଲାଗି କେବଳ ସର୍ବନିମ୍ନ ପରିମାଣର ଜଳ ନୁହେଁ; କମ୍ ପରିମାଣ ଜୈବସାର ତଥା ରକ୍ଷଣାବେକ୍ଷଣ ଆବଶ୍ୟକ କରିଥାଏ । ଜଳବାୟୁ ଜନିତ ସଂକଟକୁ ସାମ୍ନା କରିପାରେ । ଫଳରେ ମାଣ୍ଡିଆ ସ୍ଥାନୀୟ କୃଷି ବ୍ୟବସ୍ଥାକୁ ଅଧିକ ସମ୍ପନ୍ନ କରିବା ସହିତ ସ୍ଥିରତା ପ୍ରଦାନ କରିଥାଏ । ଏଥିସହିତ ମାଣ୍ଡିଆରେ ଅନୁର୍ବର ତଥା ଚାଷ ଅନୁପଯୋଗୀ ମାଟିରେ ବଢ଼ିବାର କ୍ଷମତା ରହିଥିବାରୁ ଏହା ମୃତିକା ଅବକ୍ଷୟକୁ ରୋଗିବା ସହିତ ଶୁଖିଲା ଶୁଷ୍କ ଭୂମିରେ ଏକ ଆବରଣ ସୃଷ୍ଟିକରି ଜୈବ ବିବିଧତା ରକ୍ଷା କରିଥାଏ ।
୩. କ୍ଷୁଦ୍ର ଚାଷୀମାନଙ୍କର ଜୀବିକା ବୃଦ୍ଧିରେ ମିଲେଟର ପ୍ରଭାବଶାଳୀ ସହଯୋଗ
ଖାଦ୍ୟରେ ଅନ୍ୟ ଡାଲି ଜାତୀୟ ଶସ୍ୟର ବହୁଳତା ମିଲେଟର ଉତ୍ପାଦନ ଏବଂ ଚାହିଦା ହ୍ରାସ କରିଛି । ମିଲେଟର ପୋ୍ରାତ୍ସାହନ ଏବଂ ବ୍ୟବହାର ବୃଦ୍ଧି ଦ୍ୱାରା କମ ଗୁରୁତ୍ୱ ବହନ କରିଆସିଥିବା ଏହି ଶସ୍ୟକୁ ପୁନର୍ଜୀବିତ କରିବାରେ ସାହାଯ୍ୟ କରିବା ସହ ଚାଷୀକୂଳ ପାଇଁ ନୂତନ ଆଶା ସୃଷ୍ଟି କରିପାରିବା ।
୪. ବହୁମୁଖୀ ମିଲେଟକୁ ବିଭିନ୍ନ ଉପାୟରେ ବ୍ୟବହାର କରା୍ାଇପାରିବ
ମିଲେଟରେ ଦେଖାଯାଉଥିବା ଜେନେଟିକ ଉପାଦାନଗୁଡିକ ପାଇଁ ଔଷଧୀୟ ଓ ଚିକିତ୍ସା କ୍ଷେତ୍ରରେ ବହୁ ସୁଯୋଗର ସମ୍ଭାବନା ରହିଛି । ଏହାର ବ୍ୟବହାର ବୃଦ୍ଧି କରି ଆଞ୍ଚଳିକ ଓ ଆନ୍ତର୍ଜାତିକ ବଜାରରେ ଅତିରିକ୍ତ ଚାହିଦା ସୃଷ୍ଟି କରାଯାଇପାରିବ ଏବଂ ଏହାର ବାଣିଜ୍ୟ ପରିସରର ବିଶେଷ ବୃଦ୍ଧି ମଧ୍ୟ ହୋଇପାରିବ ।
୫. ବିଶ୍ୱ ଖାଦ୍ୟ ବ୍ୟବସ୍ଥାରେ ବିବିଧତା ବଢ଼ାଏ ମିଲେଟ୍ସ
ସମ୍ପ୍ରତି ବିଶ୍ୱ ଶସ୍ୟ ବାଣିଜ୍ୟରେ ମିଲେଟ୍ ୩ ପ୍ରତିଶତରୁ କମ୍ ଯୋଗଦାନ ଦେଉଛି । ସାମଗ୍ରୀକ ଦୃଷ୍ଟିରୁ ଦେଖିଲେ ଏହା ଅତି ନଗଣ୍ୟ । ମାତ୍ର ଯେବେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହେବ ଆଉ ବିଶ୍ୱର ଖାଦ୍ୟବଜାର ପ୍ରଭାବିତ ହୋଇ ଖାଦ୍ୟାଭାବ ଭଳି ପରିସ୍ଥିତି ସୃଷ୍ଟି ହେବ ସେହି ସମୟରେ ମାଣ୍ଡିଆ ଏକ ମୂଲ୍ୟବାନ ବିକଳ୍ପ ଭାବରେ କାର୍ଯ୍ୟ କରିବ । ମାଣ୍ଡିଆର ଏହି ବର୍ଦ୍ଧିତ ବିବିଧତା ବିଶ୍ୱ ବାଣିଜ୍ୟ ବଜାରର ସ୍ଥିରତାକୁ ସୁଦୃଢ଼ କରିବା ସହିତ ଅନ୍ୟ ଶସ୍ୟ ଉପରେ ଆମ ନିର୍ଭରଶୀଳତାକୁ ହ୍ରାସ କରିବ ।

 

0
0
0
s2sdefault