ହେଡଲାଇନସ୍:

ଆମ୍ରି ହସପିଟାଲରେ ଲାଇଭ୍ ଏଣ୍ଡୋସ୍କୋପି ସର୍ଜରୀ କର୍ମଶାଳା ଲାପକନ ୨୦୨୩ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ବର : ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଗାଇନୋକୋଲୋଜିକାଲ୍ ଏଣ୍ଡୋସ୍କୋପିଷ୍ଟ୍ (ଆଇଏଜିଇ), ଓଡ଼ିଶା ଚାପ୍ଟର ଆନୁକୂଲ୍ୟରେ ୨୭ ମେ ୨୦୨୩ରେ ଆମ୍ରି ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଏକ ନିଆରା ଲାଇଭ୍ ଏଣ୍ଡୋସ୍କୋପି ସର୍ଜରୀ କର୍ମଶାଳା ଲାପକନ ୨୦୨୩ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଆଇଏଜିଇ ସଭାପତି ତଥା ବିଶିଷ୍ଟ ସ୍ତ୍ରୀ ରୋଗ ବିଶେଷଜ୍ଞ ପ୍ରଫେସର (ଡାକ୍ତର) ପିସି ମହାପାତ୍ର, ଆଇଏଜିଇର ଓଡ଼ିଶା ଚାପ୍ଟର ସଭାପତି, ପ୍ରଫେସର (ଡାକ୍ତର) ତୁଷାର କର ଓ ସମ୍ପାଦକ (ଓଡ଼ିଶା ଚାପ୍ଟର) ପ୍ରମୁଖ ଉପସ୍ଥିତ ଥିଲେ। ସଂଗଠନ ସମ୍ପାଦକ ଡ. ହରପ୍ରୀତ କୌର, ଯୁଗ୍ମ ସମ୍ପାଦକ ଡ. ମୋନିକା ଗୁପ୍ତା ଓ ଡ. ଶିବାନୀ ଦେବୀଙ୍କ ସମେତ କୋଷାଧ୍ୟକ୍ଷ ଡ. ଭାରତ ଭୂଷଣଙ୍କୁ ନେଇ ଗଠିତ କର୍ମଶାଳା ଆୟୋଜନ କମିଟି କେବଳ ଲାଇଭ୍ ଅସ୍ତ୍ରୋପଚାର ନୁହେଁ, ଏହାର ତଦାରଖର ଅନ୍ୟାନ୍ୟ ଦିଗକୁ ପରିଚାଳନା ଓ ସଂଯୋଜନା କରିଥିଲେ।
ଆମ୍ରି ଭୁବନେଶ୍ୱରର ପ୍ରସୂତି ଓ ସ୍ତ୍ରୀ ରୋଗ ସର୍ଜରୀ ବିଭାଗର ବରିଷ୍ଠ ପରାମର୍ଶଦାତା ଡାକ୍ତର କୌର କହିଛନ୍ତି ଯେ "ଲାପକନ୍ ୨୦୨୩ରେ ଓଡ଼ିଶା ଓ ଭାରତର ଅନ୍ୟାନ୍ୟ ଅଞ୍ଚଳର ଜାତୀୟ ସ୍ତରରେ ଖ୍ୟାତିସମ୍ପନ୍ନ ସର୍ଜନମାନେ ଫାଇବ୍ରଏଡ୍ ଏବଂ ଏଣ୍ଡୋମେଟ୍ରିଓସିସ୍ ରୋଗୀଙ୍କ ଅସ୍ତ୍ରୋପଚାର କରିଥିଲେ, ଯାହା ଉପସ୍ଥିତ ଅନ୍ୟ ଡାକ୍ତରମାନେ ଦେଖିଥିଲେ। କର୍ମଶାଳାରେ ଉପସ୍ଥିତ ସମସ୍ତ ପ୍ରତିନିଧି ଓ ସର୍ଜନଙ୍କ ସହ ଆମର ଗଭୀର ଓ ଫଳପ୍ରଦ ବାର୍ତ୍ତାଳାପ ହୋଇଥିଲା। ଆଶା ଅନୁଯାୟୀ, ଆମେ ବହୁ ସଂଖ୍ୟକ ସର୍ଜନ ଏବଂ ଏହି ବିଭାଗ ସହ ଜଡ଼ିତ ଅନ୍ୟ ଡାକ୍ତରଙ୍କ ସକ୍ରିୟ ଅଂଶଗ୍ରହଣ କରିଥିଲୁ ।" ସେ ଆହୁରି ମଧ୍ୟ କହିଛନ୍ତି ଯେ "ଏହି କର୍ମଶାଳାର ଉଦ୍ଦେଶ୍ୟ ହେଉଛି ଏଣ୍ଡୋସ୍କୋପିକ୍ ଅସ୍ତ୍ରୋପଚାରର ବିଭିନ୍ନ ଦିଗ ପ୍ରଦର୍ଶନ କରିବା ଏବଂ ଏହି କ୍ଷେତ୍ରରେ ଟ୍ରେଣ୍ଡ ବିକଶିତ କରିବା। ଏହା ଦ୍ବାରା ଉଭୟ ଅଭ୍ୟାସ କରୁଥିବା ସର୍ଜନ ଓ ଆଶାୟୀ ଡାକ୍ତରମାନେ ବିଭିନ୍ନ ଅସ୍ତ୍ରୋପଚାର କୌଶଳ ସମ୍ପର୍କରେ ସଚେତନ ହୋଇପାରିବେ। ଆମେ ବିଶ୍ୱାସ କରୁ ଯେ ଏହି କର୍ମଶାଳା ଏଣ୍ଡୋସ୍କୋପିକ୍ ଅସ୍ତ୍ରୋପଚାର ସହିତ ଜଡିତ ମାମଲା ଏବଂ ସମସ୍ୟା ବିଷୟରେ ଆଲୋଚନା କରିବା ପାଇଁ ଏକ ଶିକ୍ଷଣୀୟ ପ୍ଲାଟଫର୍ମ ହୋଇଛି ଯାହା ଦ୍ୱାରା ଡାକ୍ତରମାନେ ଅସ୍ତ୍ରୋପଚାର ଦକ୍ଷତା ରେ ଉନ୍ନତି ଆଣିପାରିବେ। ଏହା ରୋଗୀଙ୍କ ଫଳାଫଳକୁ ସକାରାତ୍ମକ ଭାବେ ପ୍ରଭାବିତ କରିବାରେ ସହାୟକ ହେବ" ବୋଲି ଡାକ୍ତର କୌର କହିଛନ୍ତି।

0
0
0
s2sdefault