ହେଡଲାଇନସ୍:

ରାଜଭବନରେ ବିଭିନ୍ନ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ହେବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ପୃକ୍ତ ରାଜ୍ୟର ଲୋକେ ଯୋଗାଯୋଗ କରିବାକୁ ନିବେଦନ

ଭୂବନେଶ୍ୱର: "ଏକ ଭାରତ: ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ'ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସାଧନ ନିମନ୍ତେ ଓ ରାଜ୍ୟ ରାଜ୍ୟ ମଧ୍ୟରେ ଭାବଗତ ସଂପର୍କର ଅଭିବୃଦ୍ଧି ପାଇଁ ପ୍ରତ୍ୟେକ ରାଜ୍ୟର ପ୍ରତିଷ୍ଠା ଦିବସ ରାଜଭବନରେ ପାଳନ କରାଯିବ । ପ୍ରତିଷ୍ଠା ଦିବସରେ ସଂପୃକ୍ତ ରାଜ୍ୟର କଳା, ସଂସ୍କୃତି, ପରମ୍ପରା, ସାହିତ୍ୟ, ସଂଗୀତ ଆଦିର ପ୍ରଦର୍ଶନ ଓ ବ୍ୟାଖ୍ୟାନ ସହ ଓଡ଼ିଶାରେ ରହୁଥିବା ଲୋକମାନଙ୍କ ସହ ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଜଭବନ ପକ୍ଷରୁ ସଂପୃକ୍ତ ରାଜ୍ୟର ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ କରାଯିବ । ଚଳିତ ମାସ ୩୦ ତାରିଖରେ "ଗୋଆ ଦିବସ' ଏବଂ ଜୁନ୍ ୨ ତାରିଖରେ "ତେଲେଙ୍ଗାନା ଦିବସ' ପାଳିତ ହେବ । ଏହିପରି ଅନ୍ୟ ରାଜ୍ୟମାନଙ୍କର ପ୍ରତିଷ୍ଠା ଦିବସ ମଧ୍ୟ ପାଳନ କରାଯିବ । ଓଡ଼ିଶାରେ ରହୁଥିବା ବିଭିନ୍ନ ରାଜ୍ୟର ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ରାଜଭବନକୁ ମେଲ୍ ଯୋଗେ (This email address is being protected from spambots. You need JavaScript enabled to view it.)ରେ ସୂଚନା ପ୍ରଦାନ କରିବା ପାଇଁ ନିବେଦନ କରାଯାଉଛି ।

0
0
0
s2sdefault