୨୦୨୪ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସରକାରରେ ବିଜୁ ଜନତା ଦଳ ପାଇଁ ପୁର୍ନବାର ଶୁଭଙ୍କର ବିଧାୟକ ହେବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା
ମାହାଙ୍ଗା(ଦେବେନ୍ଦ୍ର ଷଢଙ୍ଗୀ) : ଆଗାମୀ ୨୦୨୪ ନିର୍ବାଚନ ମିଶନ ପାଇଁ ମାହାଙ୍ଗା ରେ ତୃଣମୂଳ ସ୍ତରରେ ଛାତ୍ର, ଯୁବ, ମହିଳା,ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ବିଜୁ ଜନତା ଦଳ କର୍ମୀ ମାନଙ୍କ ମଧ୍ୟରେ ଦଳୀୟ ସାଂଗଠନିକ ଦକ୍ଷତା ଦିନକୁ ଦିନ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନାଙ୍କ ପାଇଁ ବୃଦ୍ଧି ହେବାରେ ଲାଗିିଛି । ଫଳରେ ପୂର୍ବ ନିର୍ବାଚନ ଠାରୁ ଆଗାମୀ ୨୦୨୪ ନିର୍ବାଚନରେ ବିଜୁ ଜନତା ଦଳ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସପକ୍ଷରେ ମାହାଙ୍ଗାରେ ବିଧାୟକ ପ୍ରତାପ ଜେନାଙ୍କ ଦୃଢ ନେତୃତ୍ୱ , ବିକାଶମୂଳକ କାର୍ଯ୍ୟ ହିଁ ବୃହତ ସଂଖ୍ୟାରେ ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଜନସାଧାରଙ୍କ ସ୍ନେହ ଓ ଭଲପାଇବା ପାଇଁ ବିଜେଡ଼ି ରେକଡ ସଂଖ୍ୟକ ଭୋଟରେ ବିଜୟ ହେବ ବୋଲି ଏବେ ଠାରୁ ବହୁ ବରିଷ୍ଠ ନାଗରିକ, ରାଜନୀତିଜ୍ଞ ମତପ୍ରକାଶ କରିଛନ୍ତି । ଅପରପକ୍ଷରେ ବିଜୁ ଜନତା ଦଳ ପାଇଁ ଜଣେ ଶୁଭଙ୍କର ବିଧାୟକ ଭାବେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ସମେତ କିଶୋରନଗର ନିର୍ବାଚନ ମଣ୍ଡଳୀ ଅଂଚଳବାସୀଙ୍କ ପାଇଁ ବିକାଶମୂଳକ କାର୍ଯ୍ୟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିଆସିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା । ଯାହାପାଇଁ ମାହାଙ୍ଗାରେ ବିଧାୟକ ଶ୍ରୀ ଜେନାଙ୍କୁ ଟକ୍କର ଦେଲା ଭଳି ପ୍ରତିଦ୍ୱନ୍ଦୀ ଏପର୍ଯ୍ୟନ୍ତ ସୃଷ୍ଟି ହୋଇନାହାଁନ୍ତି ବୋଲି ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀର କୋଣ ଅନୁକୋଣରେ ଏବେ ଠାରୁ ଚର୍ଚ୍ଚା ଜୋର ଧରିଲାଣି । ଯାହାର ନଗ୍ନ ଉଦାହରଣ ଦେଖିବାକୁ ମିଳିଥିଲା ରାହାଣିଆ, ମଉଦା, କୁସୁପୁର ଗ୍ରାମପଂଚାୟତରେ । ଏହି ପଂଚାୟତର ଶତାଧିକ ବିଜେପି-କଂଗ୍ରେସ କର୍ମୀ , ବିଜେପି ସରପଂଚ ଦଳ ପରିତ୍ୟାଗ କରି ବିଜୁ ଜନତା ଦଳରେ ବିଧାୟକ ପ୍ରତାପ ଜେନାଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଯୋଗଦାନ କରିଥିଲେ । ଯାହାଦ୍ୱାରା ବିରୋଧୀ ବିଜେପି ଓ କଂଗ୍ରେସ କୁ ଶକ୍ତ ଧକ୍କା ଲାଗିଥିଲା ଏବଂ ବିଜେଡ଼ି ତାର ବଳକୁ ଗୋଟାଇ ମାହାଙ୍ଗାରେ ନିଜର ଶକ୍ତି ପ୍ରଦର୍ଶନ କରପାରିଛି । ସେହିପରି ଆଜି ମାହାଙ୍ଗା ଗୌଡ଼ପଡ଼ା ଡ଼ାକବଙ୍ଗଳା ପରିସରରେ ମାହାଙ୍ଗା ବିଜୁ ଜନତା ଦଳ ପକ୍ଷରୁ ବିଧାୟକ ପ୍ରତାପ ଜେନାଙ୍କ ନିର୍ଦ୍ଦେଶ କ୍ରମେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମାହାଙ୍ଗା ବ୍ଲକ ୩୭ଟି ଗ୍ରାମ ପଂଚାୟତରୁ ମୋଟ ୩୭ ଜଣ ବିଜୁ ଛାତ୍ର ଜନତା ଦଳ ସଭାପତି , ୩୭ ଜଣ ସମ୍ପାଦକ, ୪ଟି ଜିଲ୍ଲାପରିଷଦ ଜୋନ ରୁ ୪ଜଣ ସଭାପତି, ବ୍ଲକ କମିଟିରେ ୫୦ ଜଣ, ଜଣେ ସଭାପତି, ୧୫ ଜଣ ଉପସଭାପତି, ୩୩ ଜଣ ସାଧାରଣ ସମ୍ପାଦକ, ଜଣେ ସୋସିଆଲ ମିଡ଼ିଆ ର କର୍ମକର୍ତା ମାନଙ୍କ ନାମ ଘୋଷଣା ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ ବିଜେଡ଼ି ସଭାପତି ରାଜକିଶୋର ଜେନା, ବ୍ଲକ ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ଯୁବ ଜନତା ଦଳ ସଭାପତି ଶରତ ମହାପାତ୍ର, କଟକ ଜିଲ୍ଲା ବିଜେଡ଼ି ଉପସଭାପତି ପ୍ରଶାନ୍ତ ପଟ୍ଟନାୟକ, ବିଜୁ ଛାତ୍ର ଜନତା ଦଳ ବ୍ଲକ ସଭାପତି ହିତେଶ କୁମାର ରାଉତ, ଜିଲ୍ଲା ପରିଷଦ ଜଗବନ୍ଧୁ ସେଠୀ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ସୁସ୍ମିତା ଦାସ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ, ସରପଂଚ ଙ୍କ ପ୍ରତିନିଧି ଭବାନୀଶଙ୍କର ସାମଲ, ଯୁବନେତା ଅମୀୟ ନାୟକ,କିଶୋର ରାଉତ, ରାଜେଶ ରାଉତ, ପ୍ରଦୀପ୍ତ ବିଶ୍ୱାଳ ଙ୍କ ସମେତ ବହୁ ବିଶିଷ୍ଟ ବିଜେଡ଼ି ନେତୃବୃନ୍ଦ ଯୋଗଦାନ କରି ବିଧାୟକ ପ୍ରତାପ ଜେନାଙ୍କ ନିର୍ଦ୍ଦେଶ କ୍ରମେ ୩୭ଗୋଟି ପଂଚାୟତରୁ ବିଜୁ ଛାତ୍ର ଜନତା ଦଳ ର ସଂଗଠନକୁ ମଝବୁତ କରିବା ପାଇଁ ସଭାପତି , ସମ୍ପାଦକ, ଜିଲ୍ଲାପରିଷଦ ଜୋନ୍ ସଭାପତି କୁ ମିଶାଇ ମୋଟ ୨୭୦ ଜଣଙ୍କ ନାମ ଘୋଷଣା କରାଯାଇଛି । ତେବେ ସମସ୍ତ ବିଜୁ ଛାତ୍ର ଜନତା ଦଳ ନୂତନ କର୍ମକର୍ତା ମାନେ ବିଧାୟକ ଶ୍ରୀ ଜେନାଙ୍କୁ କୃତଜ୍ଞତା ଓ ଅଭିନନ୍ଦନ ଜଣାଇଛନ୍ତି ।