ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଭାଗକୁ ଲୋକଙ୍କ ସେବାରେ ଅଧିକ କ୍ରିୟାଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଖୁବଶୀଘ୍ର ପୂରଣ ହେବ ପ୍ରତ୍ୟେକ ପରିବାରକୁ ପାନୀୟ ଜଳ ଯୋଗାଣ ଲକ୍ଷ୍ୟ : ଶ୍ରୀ ଅମାତ


ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଗତ ୪ ବର୍ଷ ମଧ୍ୟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଲକ୍ଷ୍ୟ ଓ ସଫଳତା ଏବଂ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ନେଇ ସମୀକ୍ଷା କରିଥିଲୋ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଶ୍ରୀ ପ୍ରଦୀପ କୁମାର ଅମାତ ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦିଆଯାଇଥିବା ସଫଳତାର ବିବରଣୀ ଏବଂ ସମଗ୍ର ରାଜ୍ୟରେ ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକମାନଙ୍କ ସୁବିଧା ପାଇଁ ବିଭାଗ ପକ୍ଷରୁ ଗତ ୪ ବର୍ଷ ମଧ୍ୟରେ ନିଆଯାଇଥିବା ବିଭିନ୍ନ ରୂପାନ୍ତରୀକରଣ ପଦକ୍ଷେପ ସମ୍ପର୍କରେ ଉପସ୍ଥାପନ କରିଥିଲୋ
ପରେ ଗୀତଗୋବିନ୍ଦ ସଦନଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଅମାତ କହିଲେ ଯେ ଗ୍ରାମୀଣ ବାସଗୃହ ଯୋଜନା ଅଧିନରେ ଗତ ୪ ବର୍ଷ ମଧ୍ୟରେ ଗ୍ରାମାଞ୍ଚଳରେ କଚ୍ଚା ଘରେ ବାସ କରୁଥିବା ୧୧ ଲକ୍ଷରୁ ଉର୍ଧ୍ଵ ପରିବାରଙ୍କୁ ପକ୍କାଘର ଯୋଗାଇ ଦିଆଯାଇଛିା ଏତଦବ୍ୟତୀତ, ୩୫ ଲକ୍ଷରୁ ଉର୍ଧ୍ଵ ହିତାଧିକାରୀଙ୍କୁ ଘର ମରାମତି ଏବଂ ଗୃହ ନିର୍ମାଣ କାର୍ଯ୍ୟ ଶୀଘ୍ର ସମାପ୍ତ କରିଥିବା ବାବଦରେ ପ୍ରାୟ ୨୧୫୦ କୋଟି ଟଙ୍କା ପ୍ରଦାନ କରାଯାଇଛିା ଆମ ଗାଁ ଆମ ବିକାଶ ଯୋଜନାରେ ୫୪,୦୦୦ ରୁ ଅଧିକ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି ଏବଂ ଏହି ପ୍ରକଳ୍ପଗୁଡ଼ିକ ପାଇଁ ୧୫୦୦ କୋଟି ଟଙ୍କା ମଞ୍ଜୁର କରଯାଇଛିା ଏତଦବ୍ୟତୀତ, ଗ୍ରାମ ପଞ୍ଚାୟତ ସ୍ତରରେ ପାଖାପାଖି ୭୮୦୦ ଟି ମିଶନ ଶକ୍ତି ଗୃହ ନିର୍ମାଣ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଅମାତ କହିଛନ୍ତିା
ମନ୍ତ୍ରୀ ଶ୍ରୀ ଅମାତ ପୁଣି କହିଲେ ଯେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଗ୍ରାମାଞ୍ଚଳର ପ୍ରତ୍ୟେକ ଘରକୁ ଟ୍ୟାପ ଦ୍ୱାରା ଦୈନିକ ମୁଣ୍ଡପିଛା ୭୦ ଲିଟର ବିଶୁଦ୍ଧ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରାଯାଇଛିା ୫୭୦୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ୨୦୬ ଟି ମେଗା ପାନୀୟ ଜଳ ପ୍ରକଳ୍ପ ସହିତ ୧୩୦୦୦ ସିଙ୍ଗଲ ଭିଲେଜ ପାଇପ ଜଳ ଯୋଗାଣ ପ୍ରକଳ୍ପ ଅନୁମୋଦନ କରାଯାଇଛିା ଅଦ୍ୟାବଧି, ଗ୍ରାମାଞ୍ଚଳର ପ୍ରାୟ ୬୧ ପ୍ରତିଶତ ପରିବାର ଏହି ଯୋଜନାରେ ଉପକୃତ ହୋଇପାରିଛନ୍ତିା ୧୪,୦୦୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ରୋଜଗାରକ୍ଷମ କରାଇବା ନିମନ୍ତେ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନାରେ ସାମିଲ କରାଯାଇଛିା ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ୭୭୦ କୋଟି ଟଙ୍କାର ବ୍ୟବସାୟ ହୋଇଥିବାବେଳେ ୨୦୦ କୋଟି ଟଙ୍କାରୁ ଉର୍ଧ୍ଵ ଲାଭ ହୋଇଛିା ପ୍ରାୟ ୮୦୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ନର୍ସରୀ ପ୍ରସ୍ତୁତି, ପୁଷ୍ଟି ବଗିଚା ଆଦି କାର୍ଯ୍ୟରେ ସାମିଲ ହୋଇଥିବାବେଳେ, ସେମାନଙ୍କୁ ଆୟ କିମ୍ବା ସେବା ଶୁଳ୍କ ବାବଦରେ ୧୦୬୫ କୋଟି ଟଙ୍କା ପ୍ରଦାନ କରାଯାଇଛିା ଏହି କାର୍ଯ୍ୟକ୍ରମ ଓରମାସ ଏବଂ ମିଶନ ଶକ୍ତି ବିଭାଗ ସହଯୋଗରେ କରାଯାଉଛିା
ଗତ ୪ ବର୍ଷ ମଧ୍ୟରେ ୮୨ ହଜାର ଯୁବକଙ୍କୁ ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ତାଲିମ ପ୍ରଦାନ କରି ସେମାନଙ୍କୁ ସ୍ୱାବଲମ୍ବୀ କରିବା ସହ ଯୁବକମାନଙ୍କୁ ସଶକ୍ତ କରିବାର ଲକ୍ଷ୍ୟ ହାସଲ କରାଯାଇଛିା ଗ୍ରାମାଞ୍ଚଳରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ୧୨ ହଜାରରୁ ଅଧିକ ଖେଳ ପଡ଼ିଆ ଏବଂ ମିନି ଷ୍ଟାଡିୟମର ନିର୍ମାଣ କରାଯାଇଛିା ଏଥି ସହ, ରାଜ୍ୟର ବିଭିନ୍ନ ଗ୍ରାମ ପଞ୍ଚାୟତରେ ପ୍ରାୟ ୮ ହଜାର ଖେଳ ପଡ଼ିଆ ନିର୍ମାଣ ମଧ୍ୟ କରାଯାଇଛିା ୫-"ଟି' ହାଇସ୍କୁଲ ରୂପାନ୍ତରଣ ଅଭିଯାନରେ ୭,୮୦୦ରୁ ଉର୍ଧ୍ଵ ବିଦ୍ୟାଳୟକୁ ରୂପାନ୍ତରିତ କରାଯାଇ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଯୋଗାଇ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଅମାତ ପ୍ରକାଶ କରିଛନ୍ତିା
ବିଭାଗ ପକ୍ଷରୁ ଗତ ୪ ବର୍ଷ ମଧ୍ୟରେ ନିଆଯାଇଥିବା ଅନ୍ୟାନ୍ୟ ପ୍ରମୁଖ ସଫଳତା ସମ୍ପର୍କରେ ମଧ୍ୟ ମନ୍ତ୍ରୀ ଶ୍ରୀ ଅମାତ ଆଲୋକପାତ କରି କହିଲେ ଯେ ମନରେଗା କାର୍ଯ୍ୟନ୍ୱୟନରେ ଓଡ଼ିଶା ଅନ୍ୟତମ ଶ୍ରେଷ୍ଠ ରାଜ୍ୟ ଭାବେ ପରିଗଣିତ ହୋଇଛିା ମନରେଗା ଏବଂ ଅନ୍ୟାନ୍ୟ ବିକାଶମୂଳକ ଯୋଜନା ସମନ୍ୱୟରେ ଦୀର୍ଘସ୍ଥାୟୀ ସମ୍ପତ୍ତି ସୃଷ୍ଟି କରିବା ଦିଗରେ ଆମର ପ୍ରୟାସକୁ ଜାତୀୟ ସ୍ତରରେ ପ୍ରଶଂସା କରାଯାଇଛିା ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ ଗ୍ରାମୀଣ ଭିତ୍ତିଭୂମି ନିର୍ମାଣ ନିମନ୍ତେ ୧୨ ଲକ୍ଷରୁ ଊ–ର୍ ପ୍ରକଳ୍ପ କାମ ସମାପ୍ତ ହୋଇଛିା ଏହି ପ୍ରକଳ୍ପଗୁଡିକ ମଧ୍ୟରେ ଜଳ ସଂରକ୍ଷଣ, ଜଳବିଭାଜିକା ଉନ୍ନୟନ, ପଶୁପାଳନ କେନ୍ଦ୍ର, ଫାର୍ମ ପୋଖରୀ, ଅଙ୍ଗନବାଡି କେନ୍ଦ୍ର, ଖେଳ ପିଆ, ଜମିର ଉନ୍ନତିକରଣ ଇତ୍ୟାଦି ଅନ୍ତର୍ଭୁକ୍ତା ସିଏଫସି/ଏସଏଫସି ବା ରାଜ୍ୟ ଅର୍ଥ କମିଶନ/ କେନ୍ଦ୍ର ଅର୍ଥ କମିଶନ ଗ୍ରାଣ୍ଟ ଅଧୀନରେ ୧୫ ,୫୯୦ କୋଟି ଟଙ୍କା ବ୍ୟୟ ଅଟକଳରେ ୮ ଲକ୍ଷରୁ ଅଧିକ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛିା ଏହି ପ୍ରକଳ୍ପଗୁଡିକ ମଧ୍ୟରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ରକ୍ଷଣାବେକ୍ଷଣ, ଗ୍ରାମୀଣ ହାଟ, ବର୍ଷା ଜଳ ସଂରକ୍ଷଣ, ଜଳ ନିଷ୍କାସନ ବ୍ୟବସ୍ଥା, ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ଖେଳ ପଡିଆ, ଗ୍ରାମୀଣ ପାଠାଗାର, ଗୋଷ୍ଠୀ ଗୃହ ଆଦିର ନିର୍ମାଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଅନ୍ତର୍ଭୁକ୍ତା
ମନ୍ତ୍ରୀ ଶ୍ରୀ ଅମାତ କହିଲେ ଯେ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ଅନ୍ତର୍ଗତ ୧୨୬୧ କୋଟି ଟଙ୍କା ବ୍ୟୟ ଅଟକଳରେ ୪,୧୭୬ ଟି ପ୍ରକଳ୍ପ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛିା ଏଥିରେ ସ୍ୱାସ୍ଥ୍ୟ ଉପ କେନ୍ଦ୍ର, ବ୍ଲକ ସାଧାରଣ ସ୍ୱାସ୍ଥ୍ୟ କେନ୍ଦ୍ରର ନିର୍ମାଣ ଓ ରକ୍ଷଣାବେକ୍ଷଣ, ବାୟୋ ମେଡିକାଲ ବର୍ଜ୍ୟ ପରିଚାଳନା କେନ୍ଦ୍ର ଆଦି ଅନ୍ତର୍ଭୁକ୍ତା କୋଭିଡ-୧୯ ଲକଡାଉନ ସମୟରେ ପ୍ରବାସୀ ଶ୍ରମିକମାନଙ୍କୁ ସଙ୍ଗରୋଦ୍ଧ ସୁବିଧା ଯୋଗାଇ ଦେବା ନିମନ୍ତେ ଗ୍ରାମ ପଞ୍ଚାୟତ ସ୍ତରରେ ୧୭,୦୦୦ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ବ୍ୟବସ୍ଥା କରାଯାଇଥିଲାା ହକି ବିଶ୍ୱକପ୍କୁ ଗ୍ରାମାଞ୍ଚଳରେ ଲୋକପ୍ରିୟ କରାଇବା ନିମନ୍ତେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଭୂମିକା ଗ୍ରହଣ କରିଥିଲାା ବିଭାଗ ପକ୍ଷରୁ ଗ୍ରାମ ପଞ୍ଚାୟତ ଓ ବ୍ଲକ ସ୍ତରରେ ବିଭିନ୍ନ ଗ୍ରାମୀଣ କ୍ରୀଡ଼ା ପ୍ରତିଯୋଗିତା ଏବଂ ପଲ୍ଲୀଶ୍ରୀ ମେଳା ଆଦି ଆୟୋଜନ ମଧ୍ୟ କରାଯାଇଥିଲାା ଏହି ବିଭାଗ, ଯୋଜନା କାର୍ଯ୍ୟକାରିତାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରିବା ସହ ବିଭାଗ ପକ୍ଷରୁ ପ୍ରକଳ୍ପ ଓ ହିତାଧିକାରୀଙ୍କ ସମସ୍ତ ତଥ୍ୟ ସର୍ବସାଧାରଣରେ ଉପଲବ୍ଧ ହେଉଛିା
ବିଭାଗର ଏହି ଉଦ୍ୟମ ବିଭିନ୍ନ ସ୍ତରରେ ବିଧିବଦ୍ଧ ଭାବେ ସ୍ୱୀକୃତି ଲାଭ କରିଛିା ଶ୍ରେଷ୍ଠ ଜିଲ୍ଲା ଓ ଶ୍ରେଷ୍ଠ ବ୍ଲକ ପୁରସ୍କାର ସମେତ ୬ ଟି ପୁରସ୍କାର ଜିତି ଓଡ଼ିଶା ଜାତୀୟ ପଞ୍ଚାୟତ ପୁରସ୍କାର, ୨୦୨୩ ରେ ଦ୍ୱିିତୀୟ ସ୍ଥାନରେ ରହିଥିଲାା ଦକ୍ଷତା ବିକାଶ ତାଲିମରେ ମଧ୍ୟ ରାଜ୍ୟ ପ୍ରଥମ ସ୍ଥାନ ଅଧିକାର କରିଛିା ଗ୍ରାମୀଣ ଗୃହ ନିର୍ମାଣ ଓ ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ମଡେଲକୁ ଅନ୍ୟ ରାଜ୍ୟରେ ଅନୁକରଣ କରିବା ପାଇଁ ବିଧିବଦ୍ଧ ଭାବେ ସ୍ୱୀକୃତି ମିଳିଛିା ତୃଣମୂଳସ୍ତରରେ ସମସ୍ତ ସେବା ଯୋଗାଣକୁ ସୁନିଶ୍ଚିତ କରିବା ସହ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗରେ ହିତାଧିକାରୀଙ୍କ ପାଖରେ ସମସ୍ତ ସେବା ଉପଲବ୍ଧ କରିବା ପାଇଁ ଲାଗି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସର୍ବଦା ପ୍ରତିଶ୍ରୁତିବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ଅମାତ ପ୍ରକାଶ କରିଛନ୍ତିା
ମିଶନ ମୋଡରେ ରାଜ୍ୟର ପ୍ରତି ବ୍ଲକ୍ରେ ମାର୍କେଟିଂ ଲିଙ୍କେଜ୍ ସହିତ ଗ୍ରାମୀଣ ଶିଳ୍ପ ଉଦ୍ୟାନ ପ୍ରତିଷ୍ଠା କରାଯିବା ଏକ ବର୍ଷ ମଧ୍ୟରେ ମିଶନ ଶକ୍ତି କାଫେ ସମସ୍ତ ବ୍ଲକରେ ନିର୍ମାଣ ଓ କାର୍ଯ୍ୟକ୍ଷମ କରାଯିବା ଅବ୍ୟବହୃତ ସରକାରୀ କ୍ୱାଟର ଓ ଅଟ୍ଟାଳିକାକୁ ମିଶନ ଶକ୍ତି ଏସ୍ଏଚ୍ଜିଙ୍କ ଉତ୍ପାଦନ କାର୍ଯ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରାଯିବା ଓର୍ମାସକୁ ଗ୍ରାମାଞ୍ଚଳବାସୀଙ୍କ ଉପକାର ପାଇଁ ଅଧିକ କ୍ରିୟାଶୀଳ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଅମାତ ପ୍ରକାଶ କରିଥିଲୋ
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ବିଗତ ବର୍ଷମାନଙ୍କରେ ଜାତୀୟ ସ୍ତରରେ ଅନେକବାର ପୁରସ୍କୃତ ହୋଇ ରାଜ୍ୟ ପାଇଁ ସୁନାମ ଆଣିଛିା ଜାତୀୟ ସ୍ତରରେ ଗଞ୍ଜାମ ଶ୍ରେଷ୍ଠ ଜିଲ୍ଲା ପରିଷଦ ଏବଂ ହିଞ୍ଜିଳିକାଟୁ ଶ୍ରେଷ୍ଠ ବ୍ଲକ୍ ମନୋନୀତ ହୋଇ ଜାତୀୟ ପଞ୍ଚାୟତ ପୁରସ୍କାର ପାଇଛିା ବିଭାଗରେ ଆଶାତୀତ ସ୍ୱଚ୍ଛତା ବୃଦ୍ଧି କରାଯାଇଛିା ୫-"ଟି' ପଦକ୍ଷେପଗୁଡ଼ିକରେ ନିଆଯାଇଥିବା କାର୍ଯ୍ୟାନ୍ୱୟନ ସନ୍ତୋଷଜନକ ବୋଲି ମୁଖ୍ୟମନ୍ତ୍ରୀ ସମୀକ୍ଷା ଅବସରରେ ପ୍ରକାଶ କରିଥିଲେ ବୋଲି ମନ୍ତ୍ରୀ ଶ୍ରୀ ଅମାତ ସୂଚନା ଦେଇଥିଲୋ
ଏହି ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ବିଭାଗର ଅନ୍ୟ ସଫଳତା ବିଷୟରେ ଉଲେଖ କରିବା ସହ ବିଭାଗକୁ ଲୋକଙ୍କ ସେବାରେ ଅଧିକ କ୍ରିୟାଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିବା ପରାମର୍ଶ ସମ୍ପର୍କରେ ସୂଚନା ଦେଇଥିଲେ |

0
0
0
s2sdefault