ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ , କଟକ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ଯକ୍ଷ- ତଥା-ଜିଲ୍ଲା ଦୌରାଜଜ୍ ଶ୍ରୀ ପ୍ରଣବ କୁମାର ରାଉତରାୟଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସପ୍ତାହ ବ୍ୟାପି ଯଥା ୨୨.୦୫.୨୦୨୩ ରୁ ୨୯.୦୫.୨୦୨୩ ପର୍ଯ୍ୟନ୍ତ ଭିନ୍ନ କ୍ଷମ ମାନଙ୍କ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଚାଲୁଅଛି।
ଏହି ସପ୍ତାହବ୍ୟାପି ସଚେତନତା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା କିପରି ଭିନ୍ନକ୍ଷମ ବ୍ୟକ୍ତିମାନେ ତ୍ବରିତ ନ୍ୟାୟ ପାଇପାରିବେ ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରହିଥିବା ବିଭିନ୍ନ ଯୋଜନା ଯେପରି ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା , ଇନ୍ଦିରା ଗାନ୍ଧୀ ଜାତୀୟ ଭିନକ୍ଷମ ଭତ୍ତା , ମଧୁବାବୁ ପେନସନ ଯୋଜନା , ବାଣୀଶ୍ରୀ ବୃଦ୍ଧି , ବିବାହ ପ୍ରୋତ୍ସାହନ , ଚାକିରି ଓ ଦକ୍ଷତା ବୃଦ୍ଧି ପାଇଁ ଥିବା ଯୋଜନା , ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ , ବିଜୁ ପକ୍କା ଘର ଯୋଜନା , ଜନନୀ ସୁରକ୍ଷା ଯୋଜନା , ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଭୁକ୍ତ ହୋଇ ଲାଭବାନ ହୋଇପାରିବେ। ଏହି ସଚେତନତା କାର୍ଯ୍ୟକ୍ରମରେ ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀ ରବି ନାରାୟଣ ବେହେରା ଓ ଜିଲ୍ଲାର ବିଭିନ୍ନ ପ୍ରଶାସନିକ ଅଧିକାରୀ ମାନେ ଯଥା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ ଓ ବିଭିନ୍ନ ବ୍ଳକର ଗୋଷ୍ଠି ସାମାଜିକ ସୁରକ୍ଷା ଅଧିକାରୀ ବିଭିନ୍ନ ବ୍ଲକ ମାନଙ୍କରେ ବାସ କରୁଥିବା ଭିନ୍ନକ୍ଷମ ମାନଙ୍କ ଘର କୁ ଘର ବୁଲି ସମସ୍ୟା ପଚାରି ବୁଝୁଥିବା ବେଳେ କିପରି ତ୍ଵରିତ ପଦକ୍ଷେପ ନିଆଯାଇପାରିବ ସେ ବିଷୟରେ ଉଚିତ ପଦକ୍ଷେପ ନିଆଯାଉଛି। ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ତିନି ଚକିଆ ଗାଡ଼ି , ଆଶା ବାଡି , ଶ୍ରବଣ ଯନ୍ତ୍ର ସମେତ ଆଧାର କାର୍ଡ , ରାସନ କାର୍ଡ ସହିତ ଭିନ୍ନକ୍ଷମ ମାନଙ୍କ ପାଇଁ ରହିଥିବା ବିଭିନ୍ନ ଭତ୍ତା ବଣ୍ଟନ କରାଯାଇଅଛି।
ଏହି କାର୍ଯ୍ୟକ୍ରମରେ ପ୍ରାଧିକରଣର ସଚିବ ଶ୍ରୀ ବେହେରା ଉପସ୍ଥିତ ରହି ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ପାଇଁ ରହିଥିବା ମାଗଣା ଆଇନ ସେବା କିପରି ପାଇପାରିବେ ସଚେତନତା କରାଇବା ସହିତ ଉପସ୍ଥିତ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କର ରହିଥିବା ବିଭିନ୍ନ ଆଇନଗତ ସମସ୍ୟା ସମାଧାନ କରାଯାଉଛି।
ପ୍ରକାଶ ଥାଉ କି, ମଇ ୨୨ ତାରିଖରୁ ଚାଲୁଥିବା ଏହି ସପ୍ତାହବ୍ୟାପି ସଚେତନତା କାର୍ଯ୍ୟକ୍ରମ ଆସନ୍ତା ୨୯ ମଇ ତାରିଖ ପର୍ଯ୍ୟନ୍ତ ଚାଲୁରହିବ। ତେଣୁ ସମସ୍ତ ଜନସାଧାରଣ ତଥା ନିଜ ନଜି ବ୍ଳକ ଅଧିନରେ ଥିବା ଭିନକ୍ଷମ ବ୍ୟକ୍ତି ମାନଙ୍କୁ ପ୍ରାଧିକରଣ ତରଫରୁ ଅନୁରୋଧ କରାଯାଇଛି ଯେ ଏହି ସଚେତନତା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ଲାଭ ନିଅନ୍ତୁ।
ରାଜ୍ୟ
ଭିନ୍ନକ୍ଷମ ମାନଙ୍କ ପାଇଁ ସପ୍ତାହ ବ୍ୟାପି ସଚେତନତା କାର୍ଯ୍ୟକ୍ରମ
- Hits: 547











