ପୋଖରୀ ପୁନରୁଦ୍ଧାର ଅର୍ଥ ଆତ୍ମସାତ୍‌ ଅଭିଯୋଗ ଆଣିଲେ ଗ୍ରାମବାସୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସାରସକଣା ରୁ ଦିପୁ ମହାପାତ୍ର: ମୟୁରଭଂଜ ଜିଲ୍ଲା ସାରସକଣା ବ୍ଲକ ଝାରପୋଖରିଆ ପଞ୍ଚାୟତ ଘିଆଯୋଡି ଗ୍ରାମରେ । ମନରେଗା ଯୋଜନାରେ ଘିଆଯୋଡି ଇଂଲିସ୍ ମିଡିୟମ୍ ସ୍କୁଲ ନିକଟରେ ଏକ ପୋଖରୀ ପୁନରୁଦ୍ଧାର ନିମନ୍ତେ ୨୦୨୧-୨୨ ବର୍ଷ ପାଇଁ ୬ ଲକ୍ଷ ଟଙ୍କାରେ ବ୍ୟୟ ଅଟକଳ କରାଯାଇ ଥିଲା | ମାତ୍ର ଦୁଃଖ ଓ ପରିତାପର ବିଷୟ ଉକ୍ତ ପୋଖରୀରେ ଆଦୌ କାମ ନକରି ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବିଲ୍ କରାଯାଇ ବିଭାଗୀୟ ଅଧିକାରୀମାନେ ଆତ୍ମସାତ୍‌ କରିଥିବା ଅଭିଯୋଗ ଆଣିଲେ ଗ୍ରାମବାସୀ । ତେବେGs କୁ ଏ ବାବଦରେ ପଚାରିବାରୁ ସେ କାମ ହୋଇଛି ବୋଲି କହିଥିଲେ ଏହି ଗ୍ରାମର ଲୋକେ ଆଦିବାସୀ ଓ ଅତ୍ୟନ୍ତ ଗରୀବ ଶ୍ରେଣୀର ଅଟନ୍ତି ଏବଂ ସେମାନେ ଏହି ପୋଖରୀ ଉପରେ ପଶୁ ପକ୍ଷୀ ପାଣି ପିଇବା ଠାରୁ ଆରମ୍ବ କରି ଗାଧୁଆ ଓ ଦଶାହ କାର୍ଯ୍ୟ ଉପରେ ନିର୍ଭର କରିଥାନ୍ତି କିନ୍ତୁ କାମ ହେବାର ଦୁଇ ବର୍ଷ ପରେ ଅଭିଯୋଗ କରିବା କୁ ନେଇ ସାଧାରଣରେ ଚର୍ଚ୍ଚାର ହେଉଛି ତେବେ ଆଜି ଗ୍ରାମ ର ୫୦ରୁ ଉର୍ଦ୍ଧ ଲୋକ ସାରସକଣା ବ୍ଲକ କୁ ଆସି ବିଡ଼ିଓ କୁ ଦାବିପତ୍ର ଦେଇଥିଲେ ଓ ବିଡ଼ିଓ ଏ ବାବଦରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ

0
0
0
s2sdefault