ସୂଚନା ଓ ଲୋକସଂପର୍କ ବିଭାଗର କ୍ରିକେଟ ଦଳକୁ ସମ୍ବର୍ଦ୍ଧନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଇସ୍ପାତ ଓ ଖଣି ବିଭାଗ ସଚିବାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳୀ ଆଲୋକ

ଭୁବନେଶ୍ୱର: ଇସ୍ପାତ ଓ ଖଣି ବିଭାଗ ଦ୍ୱାରା ଆୟୋଜିତ ଅନ୍ତର୍ବିଭାଗୀୟ ସଚିବାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୩ରେ ସୂଚନା ଓ ଲୋକସଂପର୍କ ବିଭାଗର କି୍ରକେଟ ଦଳ ଉପବିଜେତା ହୋଇଛିା ବିଭାଗୀୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସଭାରେ ଖେଳାଳୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲାା ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଆହୁରି ଭଲ ଖେଳି ଚମ୍ପିଆନ୍ ହେବା ପାଇଁ ପରାମର୍ଶ ଦେଇଥିଲୋ ଜଣେ ଭଲ ଖେଳାଳୀ ବିଭାଗୀୟ କାର୍ଯ୍ୟ ମଧ୍ୟ ସୁଚାରୁ ରୂପେ ସଂପାଦିତ କରିଥାଏା କ୍ର୍ରୀଡ଼ା, କଳା ଏବଂ ସରକାରୀ କାର୍ଯ୍ୟରେ ଉତ୍କର୍ଷ ପ୍ରଦର୍ଶନ କରି ବିଭାଗ ପାଇଁ ସୁନାମ ଆଣିଲେ ସେମାନଙ୍କୁ ଅଧିକ ପ୍ରୋତ୍ସାହିତ କରାଯିବ ବୋଲି ସେ କହିଥିଲୋ ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡ଼ା ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଭାଗୀୟ ଖେଳାଳୀମାନେ କ୍ରମାଗତ ତିନିବର୍ଷ ଧରି ସଚିବାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳିବାର ଯୋଗ୍ୟତା ଅର୍ଜନ କରିଥିବାରୁ ବିଭାଗର ସୁନାମ ବହୁଗୁଣିତ ହୋଇଛି ବୋଲି ପ୍ରକାଶ କରିଥିଲୋ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ  ଏହି ଟୁର୍ଣ୍ଣାମେଣ୍ଟରେ ବିଜେତା ହୋଇଥିଲାା ସୂଚନା ଓ ଲୋକସଂପର୍କ ବିଭାଗ କ୍ୱାଟର ଫାଇନାଲରେ ଗୃହ ବିଭାଗ ଏବଂ ସେମିଫାଇନାଲରେ ଅର୍ଥ ବିଭାଗକୁ ପରାସ୍ତ କରି ଫାଇନାଲ୍ ଖେଳିବାର ଯୋଗ୍ୟତା ଅର୍ଜନ କରିଥିଲାା ସୂଚନା ଓ ଲୋକସଂପର୍କ ବିଭାଗର ଉଦୀୟମାନ ତାରକା ଶ୍ରୀ ଆଲୋକ କୁମାର ମହାରଣା ଏହି ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳୀ ବିବେଚିତ ହୋଇଥିଲୋ ଏହି ଟୁର୍ଣ୍ଣାମେଣ୍ଟରେ ୪୦ଟି ଦଳ ଅଂଶଗ୍ରହଣ କରିଥିଲେ ଏବଂ ୭୫ଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲାା ସୂଚନା ଓ ଲୋକସଂପର୍କ ବିଭାଗ ଅମିତ ମହାପାତ୍ରଙ୍କ ନେତୃତ୍ୱରେ ଶୁଭ୍ରଜିତ ମଲ୍ଲିକ, ଆଲୋକ ମହାରଣା, ଶିବାନନ୍ଦ ବେହେରା, ନିହାର ରଞ୍ଜନ ଘଡେଇ, ଅଜୟ ନିଆଳ, ତ୍ରିଲୋଚନ ବାରିକ, ସୌରଭ ପ୍ରଧାନ, ରଘୁନାଥ ପରିଡ଼ା, ସୁକାନ୍ତ ସାହୁ ଓ ଗଣେଶ ଭୋଇ ଏହି ଟୁର୍ଣ୍ଣାମେଣ୍ଟରେ ଉତ୍ତମ ପ୍ରଦର୍ଶନ କରି ବିଭାଗ ପାଇଁ ଗୌରବ ଆଣିପାରିଥିବାରୁ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ସେମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲୋ କାର୍ଯ୍ୟକ୍ରମକୁ ମୌସୁମୀ ଦାଶ ସଂଯୋଜନା କରିଥିଲୋ

0
0
0
s2sdefault