49 କୋଟି ଟଙ୍କା ଅଟକଳ ମୂଲ୍ୟରେ ସାଲେପୁର- ଛତିଆ ରାସ୍ତା ର ଉନ୍ନତିକରଣ କାର୍ଯ୍ୟର ଶୁଭ ଶିଳାନ୍ୟାସ କଲେ ବିଧାୟକ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାହାଙ୍ଗା, ସାଲେପୁର ଏବଂ ଆଖପାଖ ଅଞ୍ଚଳର ଜନସାଧାରଣ ବିଶେଷ ଉପକୃତ ହେବେ :ବିଧାୟକ ପ୍ରତାପ ଜେନା

ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ଦୃଢ଼ ପ୍ରଚେଷ୍ଟା ପାଇଁ ମାହାଙ୍ଗା ଏବଂ ସାଲେପୁର ଅଞ୍ଚଳବାସୀଙ୍କ ପାଇଁ ଗମନାଗମନ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡି ହେବାକୁ ଯାଉଛି - ବିଧାୟକ ପ୍ରଶାନ୍ତ ବେହେରା

(ମାହାଙ୍ଗା -ଦେବେନ୍ଦ୍ର ଷଡ଼ଙ୍ଗୀ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ, ନିର୍ମଳ ଶାସନ ରେ ଅନୁପ୍ରାଣିତ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଦୃଢ ପ୍ରଚେଷ୍ଟା, ଉଦ୍ୟମ ଯୋଗୁଁ ମାହାଙ୍ଗା ବ୍ଲକ ଏବଂ ସାଲେପୁର ବ୍ଲକ ଅଂଚଳବାସୀ ଙ୍କ ପାଇଁ ଗମନାଗମନ କ୍ଷେତ୍ରରେ ଆଉ ଏକ ନୂତନ ଅଧ୍ୟାୟ ଯୋଡି ହେବାକୁ ଯାଉଛି l ଏହି ଅବସରରେ ସମଗ୍ର ଅଞ୍ଚଳବାସୀଙ୍କ ମହଲରେ ଆନନ୍ଦ ଖେଳିଯାଇଛି l ଏହି ରାସ୍ତା ହେବା ଦ୍ୱାରା ମାହାଙ୍ଗା, ସାଲେପୁର ସମେତ ବହୁ ନିର୍ବାଚନ ମଣ୍ଡଳୀର ଜନସାଧାରଣ ଗମନାଗମନ କ୍ଷେତ୍ରରେ ବିଶେଷ ଉପକୃତ ହେବେ l ଏହା ନେଇ ଏକ ଶିଳାନ୍ୟାସ ଉତ୍ସବ ମାହାଙ୍ଗା ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ବିଧାୟକ ପ୍ରତାପ ଜେନା ଏବଂ ସମ୍ମାନିତ ଅତିଥି ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗଦାନ କରି ରାସ୍ତାର ଉନ୍ନତିକରଣ କାର୍ଯ୍ୟ ପାଇଁ ଶୁଭ ଶିଳାନ୍ୟାସ କରିଥିଲେ l

ଏହି ଅବସରରେ ବିଧାୟକ ଶ୍ରୀ ଜେନା ଏବଂ ବିଧାୟକ ଶ୍ରୀ ବେହେରା ଙ୍କୁ ଏକ ବିରାଟ ବାଇକ ରାଲି ଦ୍ୱାରା ମାହାଙ୍ଗା ଖନ୍ଦୋଳ ଠାରୁ ସଭା ସ୍ଥଳକୁ ପାଛୋଟି ନିଆଯାଇଥିଲା l ଓଡିଶା ସରକାର ପୂର୍ତ୍ତ ବିଭାଗ ଅଧୀନରେ 49 କୋଟି ଟଙ୍କା ମୂଲ୍ୟରେ ସାଲେପୁର- ଛତିଆ ରାସ୍ତା ଉନ୍ନତିକରଣ ହେବାକୁ ଯାଉଛି ଯାହାଦ୍ୱାରା ମାହାଙ୍ଗା, ସାଲେପୁର ଏବଂ ଆଖପାଖ ଅଞ୍ଚଳର ବହୁ ନିର୍ବାଚନ ମଣ୍ଡଳୀ ଜନସାଧାରଣ ଗମନାଗମନ କ୍ଷେତ୍ରରେ ବିଶେଷ ଉପକୃତ ହେବେ ବୋଲି ବିଧାୟକ ପ୍ରତାପ ଜେନା ପ୍ରକାଶ କରିଥିଲେ l ଅପରପକ୍ଷରେ ମାହାଙ୍ଗା ବ୍ଲକ ଅଂଚଳର ଜନସାଧାରଣ ଙ୍କ ବହୁ ଦିନର ଦାବି ଯାହାଥିଲା ଲୋକମାନଙ୍କ ଦୁଃଖ ତାହା ଆଜି ସୁଖରେ ପରିଣତ ହେବାକୁ ଯାଉଛି, ମାହାଙ୍ଗା ବ୍ଲକ ପଶୁଲୁଣ୍ଡା ସ୍ଥିତ ଗୋବରୀ ଉପରେ ଏକ ନୂଆ ବ୍ରିଜ ନିର୍ମାଣ ପାଇଁ ଶୁଭ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଶିଳାନ୍ୟାସ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷା ଦୀପା ମଲିକ, ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ପୂର୍ବତନ ବ୍ଲକ ଅଧକ୍ଷ ସରତ ନାୟକ, ନର୍ମଦା ନାୟକ, ବିଧାୟକ ଙ୍କ ବ୍ୟକ୍ତିଗତ ସହଯୋଗୀ ଉମାଶଙ୍କର ବିଶ୍ୱାଳ, ଯୁବ ସଂଗଠକ ଅମୀୟ କୁମାର ନାୟକ, ଜିଲ୍ଲାପରିଷଦ, ସରପଞ୍ଚ, ସମିତିସଭ୍ୟ, ବିଭାଗୀୟ ଅଧିକାରୀ ଙ୍କ ସମେତ ମାହାଙ୍ଗା ଏବଂ ସାଲେପୁର ନିର୍ବାଚନ ମଣ୍ଡଳୀର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସମଗ୍ର ମାହାଙ୍ଗା ଏବଂ ସାଲେପୁର ଅଂଚଳର ହଜାର ହଜାର ସଂଖ୍ୟାରେ ଜନସାଧାରଣ ଯୋଗଦାନ କରି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ l ତେବେ ଏଭଳି ସଫଳ ଅଧ୍ୟାୟ ମାହାଙ୍ଗା ଏବଂ ସାଲେପୁର ଅଞ୍ଚଳବାସୀଙ୍କ ପାଇଁ ଯୋଡି ହୋଇଥିବାରୁ ବହୁ ବୁଦ୍ଧିଜୀବୀ, ଯୁବକ, ଜନସାଧାରଣ ବିଧାୟକ ପ୍ରତାପ ଜେନା ଏବଂ ବିଧାୟକ ପ୍ରଶାନ୍ତ ବେହେରା ଙ୍କୁ କୃତଜ୍ଞତା ଜଣାଇଛନ୍ତି l

0
0
0
s2sdefault