ମୁମ୍ବଇ: ଭାରତର ଅନ୍ୟତମ ଅଗ୍ରଣୀ ଜେନେରାଲ ବୀମାକାରୀ ଏସ୍ବିଆଇ ଜେନେରାଲ ଇନ୍ସୁ୍ୟରାନ୍ସ ‘ଏସ୍ବିଆଇ ଜେନେରାଲ ସିୟୋରିଟି ବଣ୍ଡ୍ ବୀମା (ସର୍ତ୍ତମୂଳକ ଓ ନିଃସର୍ତ୍ତ)’ ବୀମା ଉତ୍ପାଦ ପ୍ରଚଳନ ସମ୍ପର୍କରେ ଘୋଷଣା କରିଛି । ବିଡ୍ ଆହ୍ୱାନ ପର୍ଯ୍ୟାୟ ଅଥବା ପ୍ରକଳ୍ପର କାର୍ଯ୍ୟକାରିତା ପର୍ଯ୍ୟାୟରେ ଠିକାଦାରଙ୍କ ଦ୍ୱାରା ସର୍ତ୍ତାବଳୀ ଉଲ୍ଲଂଘନ କ୍ଷେତ୍ରରେ ସୁରକ୍ଷା ଯୋଗାଇଦେବାକୁ ଏହି ଉତ୍ପାଦ ଡିଜାଇନ କରାଯାଇଛି ।
ଏହି ସିୟୋରିଟି ବୀମା ଉତ୍ପାଦରେ ବିଡ୍ ବଣ୍ଡ୍, ଆଡଭାନ୍ସ ପେମେଣ୍ଟ ବଣ୍ଡ୍, ପରଫରମାନ୍ସ ବଣ୍ଡ୍ ଏବଂ ରିଟେନ୍ସନ ମନି ବଣ୍ଡ୍ ଭଳି ବହୁବିଧ ବଣ୍ଡ୍ ରହିଛି । ଏଥିସହିତ ଉତ୍ପାଦ ଦୁଇ କିସମରେ ଉପଲବ୍ଧ ହେଉଛି, ଯଥା- ସର୍ତ୍ତମୂଳକ ଏବଂ ନିଃସର୍ତ୍ତ । ସର୍ତ୍ତମୂଳକ ବଣ୍ଡ୍ କ୍ଷେତ୍ରରେ ଦାବି ଉପସ୍ଥାପନ ସମୟରେ ଧାର୍ଯ୍ୟ ସର୍ତ୍ତ ପୂରଣ କ୍ଷେତ୍ରରେ ହିତାଧିକାରୀଙ୍କୁ ଏକ ନିର୍ଦ୍ଧାରିତ ଅର୍ଥ ପରିମାଣ ପ୍ରଦାନ କରାଯାଉଛି, ସେହି ସମୟରେ ନିଃସର୍ତ୍ତ ବଣ୍ଡ୍ କ୍ଷେତ୍ରରେ ହିତାଧିକାରୀ ପ୍ରାୟତଃ ବିନା ସର୍ତ୍ତରେ ଅର୍ଥ ଦାବି ଉପସ୍ଥାପନ କରିପାରିବେ ।
ଭିତ୍ତିଭୂମି ବିକାଶ ତ୍ୱରାନ୍ୱିତ କରିବାକୁ ସରକାରଙ୍କ ଦୂରଦୃଷ୍ଟି ପରିପ୍ରେକ୍ଷୀରେ ଏହି ଉତ୍ପାଦ ବିକଶିତ କରାଯାଇଛି । ସିୟୋରିଟି ବୀମା ପ୍ରକଳ୍ପ ମାଲିକଙ୍କୁ ସିୟୋରିଟି ବଣ୍ଡ୍ ଆକାରରେ ଏକ ଭରସା ଦେଇଥାଏ ଯେ ଚୁକ୍ତି ହୋଇଥିବା ସର୍ତ୍ତ ମୁତାବକ ଠିକାଦାର ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ । ଏହି ଉତ୍ପାଦ ଠିକାଗତ ଖିଲାପି କ୍ଷେତ୍ରରେ ଅଣ-ପ୍ରଦର୍ଶନ ଏବଂ ଆର୍ଥିକ ପ୍ରସଙ୍ଗରେ ଠିକାଦାରଙ୍କୁ ବୀମାଭୁକ୍ତ କରିବାକୁ ଡିଜାଇନ କରାଯାଇଛି । ଏହା ଠିକାଦାରଙ୍କୁ ତାଙ୍କୁ ପ୍ରଦାନ କରାଯାଇଥିବା ପ୍ରକଳ୍ପ କାର୍ଯ୍ୟଗୁଡିକ ପୂର୍ଣ୍ଣାଙ୍ଗ କରିବାର ସୁନିଶ୍ଚିତତାରେ ସହାୟକ ହୋଇଥାଏ ଏବଂ ଏହାଦ୍ୱାରା ହିତାଧିକାରୀଙ୍କୁ ଆର୍ଥିକ ନିରାପତ୍ତା ପ୍ରଦାନ କରିଥାଏ । ନିର୍ଦ୍ଦିଷ୍ଟ ପ୍ରକଳ୍ପ କ୍ଷେତ୍ରରେ ପ୍ରକଳ୍ପ ମାଲିକଙ୍କୁ ଏହା ମାନସିକ ଶାନ୍ତି ପ୍ରଦାନ କରିବା ସହିତ ସିୟୋରିଟି ବଣ୍ଡ୍ଗୁଡିକ ପ୍ରକଳ୍ପଗୁଡିକ ସଫଳତା ଏବଂ ଦକ୍ଷତାର ସହିତ କାର୍ଯ୍ୟକାରୀ କରିବା ଦିଗରେ ସହାୟକ ହୋଇଥାଏ ।
ଆନନ୍ଦ ପେଜାୱାର, ହୋଲ୍-ଟାଇମ୍ ଡାଇରେକ୍ଟର, ଏସ୍ବିଆଇ ଜେନେରାଲ ଇନ୍ସୁ୍ୟରାନ୍ସ କହିଛନ୍ତି, “ଚଳିତ ବର୍ଷଗୁଡିକରେ ଭିତ୍ତିଭୂମି କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ପରିଲକ୍ଷିତ ହେଉଛି ଏବଂ ଏହା ଭାରତର ଅର୍ଥନୈତିକ କାର୍ଯ୍ୟକଳାପରେ ସାମଗ୍ରିକ ଅଭିବୃଦ୍ଧି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖୁଛି । ଏସ୍ବିଆଇ ଜେନେରାଲରେ ଆମେ ଆମ ଗ୍ରାହକଙ୍କୁ ନବୋନ୍ମେଷୀ ଆପଦ ସମାଧାନ ଯୋଗାଇବା କ୍ଷେତ୍ରରେ ଆଗରେ ରହିଛୁ । ଏସ୍ବିଆଇ ଜେନେରାଲ ସିୟୋରିଟି ବଣ୍ଡ୍ ବୀମା ଜରିଆରେ ଆମେ ଦୃଢ ନିଶ୍ଚିତ ଯେ ଏହି ଉତ୍ପାଦ ଭିତ୍ତିଭୂମି କ୍ଷେତ୍ର ନିମନ୍ତେ ଏକ ପ୍ରଭାବୀ ସାଧନ ଭାବରେ କାର୍ଯ୍ୟ କରିବ । ସିୟୋରଟି ବଣ୍ଡ୍ଗୁଡିକ ଆର୍ଥିକ ନିରାପତ୍ତା, ଆପଦ ପ୍ରଶମନ ଏବଂ ଏକ ଠିକା ରାଜିନାମାରେ ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ ମାନସିକ ଶାନ୍ତି ପ୍ରଦାନ କରୁଛି । ସେଗୁଡିକ ବିଶ୍ୱାସଭାବ ସୃଷ୍ଟି ସହିତ ସ୍ଥିରତା, ଦକ୍ଷତାର ସହିତ ପ୍ରକଳ୍ପ ସମାପନ କରି ରାଷ୍ଟ୍ରର ସାମଗ୍ରିକ ବିକାଶ ଏବଂ ସମୃଦ୍ଧି ଦିଗରେ ଅବଦାନ ରଖୁଛି ।”
ରାଜ୍ୟ
ଏସ୍ବିଆଇ ଜେନେରାଲ ଇନ୍ସୁ୍ୟରାନ୍ସ ଉନ୍ମୋଚନ କଲା ସିୟୋରିଟି ବଣ୍ଡ୍ ଇନ୍ସୁ୍ୟରାନ୍ସ
- Hits: 220











