ହେଡଲାଇନସ୍:

ନିର୍ବାଚନ ପରେ ପ୍ରତିନିଧି କ୍ଷମତା ଲୋଭରେ ଭୁଲିଯାଉଛନ୍ତି ନିଜ କର୍ତ୍ତବ୍ୟ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ପରିତ୍ୟକ୍ତ ହୋଇ ପଡ଼ିଛି ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପାଣି ପଞ୍ଚାୟତ ଅଫିସ

ଓଡ଼ଗାଁ,୨୩।୫(ଶ୍ରୀକାନ୍ତ କୁମାର ମିଶ୍ର): ନିର୍ବାଚନ ପରେ ପ୍ରତିନିଧି କ୍ଷମତା ଲୋଭରେ ଭୁଲି ଯାଉଛନ୍ତି ନିଜ କର୍ତ୍ତବ୍ୟ । କଳେ ବଳେ କୌଶଳେ ବିଜୟ ହାସଲ କରି କ୍ଷମତା ଦଖଲ କରିବା ପରେ ନିଜ କର୍ତ୍ତବ୍ୟକୁ ଭୁଲିଯିବାର ନଗ୍ନ ନମୁନା ଏବେ ଦେଖିବାକୁ ମିଳିଛି ଓଡ଼ଗାଁ ବ୍ଳକ ଆରଡା ଛକ ଠାରେ ଥିବା ୯ ପାଣିପଞ୍ଚାୟତର ଶୀର୍ଷ କମିଟି ତଥା ପାଣିପଞ୍ଚାୟତ କାର୍ଯ୍ୟାଳୟ। ସରକାରଙ୍କ ଜଳସମ୍ପଦ ବିଭାଗ ଦ୍ବାରା ଜଳର ଉଚିତ ବିନିଯୋଗ କରି ଗ୍ରାମାଞ୍ଚଳ ଚାଷୀମାନଙ୍କୁ ଅଧିକ ଲାଭବାନ କରାଇବା ପାଇଁ କୃଷକମାନଙ୍କର, କୃଷକମାନଙ୍କ ଦ୍ବାରା ଏବଂ କୃଷି ଓ କୃଷକମାନଙ୍କ ବିକାଶ ନିମନ୍ତେ ୨୦୦୨ ମସିହାରେ ଗଠିତ ହୋଇଥିଲା ଓଡ଼ିଶା ପାଣି ପଞ୍ଚାୟତ । ତେବେ ପାଣିପଞ୍ଚାୟତ ଶୀର୍ଷ କମିଟି ଫାଟକରେ ମାଡିଥିବା ଲଟାରୁ ଫାଟକ ଖୋଲିବା ଏବଂ କାର୍ଯ୍ୟାଳୟଟି କିପରି ବ୍ୟବହାର ହୋଇଥାଏ, ତାର ପ୍ରମାଣ ସ୍ଥାନୀୟ ଚାଷୀମାନଙ୍କ ସହିତ ନୟାଗଡ଼ ଜିଲ୍ଲା ଓ ଓଡ଼ଗାଁ ବ୍ଳକ ପ୍ରଶାସନ ସହିତ ନୟାଗଡ଼- ଓଡ଼ଗାଁ ୨୧ନମ୍ବର ରାଜ୍ୟ ରାଜପଥ ଦେଇ ଗମନାଗମନ କରୁଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରମାଣିତ ଦେବାରେ କୌଣସି ଅସୁବିଧା ନାହିଁ । କାର୍ଯ୍ୟାଳୟ ପରିସରରେ ଘାସ ସହିତ ଅନାବନା ଗଛ ମାଡି ରହିଥିବାରୁ କାର୍ଯ୍ୟାଳୟଟି ସମସ୍ତଙ୍କ ପାଇଁ ଅନୁପଯୁକ୍ତ ପରି ମନେହୁଏ । ଚାଷୀ ମାନଙ୍କ ଦକ୍ଷତା ବୃଦ୍ଧି ଓ ସେମାନଙ୍କ ଆୟକୁ ଦ୍ୱିଗୁଣିତ କରି ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଏଠାକାର ଶୀର୍ଷ କମିଟିର କାର୍ଯ୍ୟ ପ୍ରଣାଳୀ ସ୍ବତଃ ବାରିହୋଇ ପଡେ । ୨୦୨୧ ମସିହାରେ ପାଣିପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନିର୍ବାଚିତ ପ୍ରତିନିଧି ମାନେ କଳେବଳେ ପରିଶ୍ରମ କରି ନିର୍ବାଚିତ ହେଉଥିବା ବେଳେ ଦିନେ ହେଲେ ଏହି କାର୍ଯ୍ୟାଳୟକୁ ଆସିନାହାନ୍ତି । ଏଣୁ ଶୀର୍ଷ କମିଟି ତାର ଲକ୍ଷ୍ୟ ହାସଲ କରିବା ନେଇ ସାଧାରଣରେ ସନ୍ଦେହ ଉପୁଜିଛି । ସୂଚନା ଥାଉକି ୧୯୯୮ ମସିହାରେ ଏହି କାର୍ଯ୍ୟାଳୟ ପ୍ରତିଷ୍ଠା ହୋଇଥିଲା ‌ ୨୦୦୬ ମସିହାରେ ଉକ୍ତ କାର୍ଯ୍ୟାଳୟକୁ ପାଣିପଞ୍ଚାୟତ ଶୀର୍ଷ କମିଟିକୁ ହସ୍ତାନ୍ତର କରାଯାଇଥିଲା । ରବି ଏବଂ ଖରିବ ଫସଲ ପାଇଁ ଜଳଯୋଗାଣର ଖସଡା ପ୍ରସ୍ତୁତ କରିବା ଏହାର ମୁଖ୍ୟ କାର୍ଯ୍ଯ । ହେକ୍ଟର ପିଛା ୧ଶହ ଲେଖାଏଁ ହିସାବରେ ପ୍ରତି ପାଣିପଞ୍ଚାୟତ କମିଟି ରାଜ୍ୟ ସରକାରଙ୍କ ଠାରୁ ଅନୁଦାନ ପାଇଥାନ୍ତି । ତାର ଶତକଡା ୧୫ ଭାଗ ଶୀର୍ଷ କମିଟିକୁ ଯାଇଥାଏ । ଏ ସମ୍ପର୍କରେ ଶୀର୍ଷ କମିଟି ସଭାପତି ସୁଧାକର ଷଡ଼ଙ୍ଗୀ କହନ୍ତି, କାର୍ଯ୍ୟାଳୟଟି ମରାମତି କରାଯାଇଥିଲା ‌। ଏପର୍ଯ୍ୟନ୍ତ ବ୍ୟୟ ହୋଇଥିବା ଅର୍ଥ ମିଳିନାହିଁ । ବର୍ଷରେ ଅତି କମରେ ୧୨ ଗୋଟି ସଭା କରିବାକୁ ଥିବା ବେଳେ ତାହା ଶରଣକୁଳ ମଧ୍ୟମ ଜଳସେଚନ ଯୋଜନା ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କରାଯାଉଛି । ତେବେ ୧୫ ଦିନ ମଧ୍ୟରେ ଶୀର୍ଷ କାର୍ଯ୍ୟାଳୟ ସ୍ବଭାବିକ ନହେଲେ ଓଡ଼ଗାଁ ବ୍ଳକ କଂଗ୍ରେସ ପକ୍ଷରୁ ରାଜରାସ୍ତାରେ ଆନ୍ଦୋଳନ କରାଯିବ ବୋଲି ବ୍ଳକ ସଭାପତି ପୂର୍ଣ୍ଣଚନ୍ଦ୍ର ନାଏକ ଚେତାବନୀ ଦେଇଛନ୍ତି ।

0
0
0
s2sdefault