ବରଗଡ :- ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କେ ଗଣ୍ଡପାଲି ଗ୍ରାମର ନବୀନ କାଣ୍ଡ ଗତକାଲି ବିଳମ୍ବିତ ରାତ୍ରିରେ ତାଙ୍କର ନିଶ୍ୱାସ ନେବାରେ ଅସୁବିଧା ହେବାରେ ତାଙ୍କର ବାପା ଛାଲୁ କାଣ୍ଡ ଓ ତାଙ୍କର ଭାଇ ଲଳିତ କାଣ୍ଡ ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ମାତ୍ର ଏଠାକୁ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ରିସିଭ ଡେଥ ହୋଇଥିବା କହି ବିଭାଗୀୟ ଡାକ୍ତର ମୃତ ନବୀନ ଙ୍କ ଶବ ବ୍ୟବଚ୍ଛେଦ କରିବା ବିଷୟରେ କହିଥିଲେ ତେବେ ବ୍ୟବଚ୍ଛେଦ ଅପେକ୍ଷାରେ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିଥିବା ବେଳେ ଖବରପାଇଁ ସେଠାରେ ସାମାଜିକ ଅନୁଷ୍ଠାନ ସଂକଲ୍ପ ପରିବାର ର ସଦସ୍ୟ ମାନେ ପହଞ୍ଚି ପରିବାର ଲୋକଙ୍କୁ ଚକ୍ଷୁଦାନ ବିଷୟରେ ବୁଝାଇଥିଲେ । ପରିବାର ଲୋକେ ସେଥିରେ ରାଜି ହେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିଥିବା ଦୃଷ୍ଟିଦାନ ଚକ୍ଷୁ ବ୍ୟାଙ୍କ କର୍ମଚାରୀଙ୍କ ପ୍ରଭାସିନୀ ସ୍ୱାନ ମୃତ ନବୀନଙ୍କ ଚକ୍ଷୁର କାର୍ଣ୍ଣିୟା ସୁରକ୍ଷିତ ଭାବରେ ସଂଗ୍ରହ କରିଥିଲେ । ପ୍ରକାଶଥାଉଜେ ସଂଗ୍ରହ କରାଯାଇଥିବା ଚକ୍ଷୁ ସାହାଯ୍ୟରେ ଦୁଇଜଣ ଦୃଷ୍ଟିହୀନ ବ୍ୟକ୍ତି ଉପକୃତ ହୋଇପାରିବେ । ସେମାନେ ପୁନର୍ବାର ଏ ରଙ୍ଗୀନ ଦୁନିଆକୁ ଦେଖିପାରିବେ । ଏଣୁ ବଞ୍ଚିଥିବା ଅବସ୍ଥାରେ ରକ୍ତଦାନ କରିବା ସହିତ ମୃତ୍ୟବରଣ କରିବା ପରେ ଚକ୍ଷୁଦାନ କରିବା ନେଇ ସଂକଲ୍ପ ପରିବାର ର ବିକାଶ ଅଗ୍ରୱାଲ ନିଜର ମତ ରଖିଛନ୍ତି ।
ରାଜ୍ୟ
ମୃତ୍ୟୁ ପରେ ଚକ୍ଷୁଦାନ କରି ଅମର ହୋଇଗଲେ ନବୀନ
- Hits: 839











