ହେଡଲାଇନସ୍:

ବରଗଡ଼ ଜିଲ୍ଲାରେ ପୁଣି ହତ୍ୟାକାଣ୍ଡ : ୪ ଜଣ ମୃତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ସ୍ୱାମୀ ସ୍ତ୍ରୀ ଓ ଦୁଇ ଛୁଆ ଙ୍କୁ ନିର୍ମମ ହତ୍ୟା

  • ପୁତୁରା ଓ ତାର ପରିବାର କୁ ହତ୍ୟା କଲା କାକା

ବରଗଡ :-ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ଝିକଝିକି ଗାଁ ର ଏକ ଘର ଭିତରେ ୪ ଜଣ ଙ୍କ ମୃତଦେହ ଠାବ ହେବା ଘଟଣା ପୁରା ବରଗଡ଼ ଜିଲ୍ଲାକୁ ଦୋହଲାଇ ଦେଇଥିଲା । ହତ୍ୟାକାଣ୍ଡ ବାବଦରେ ଜଣାପଡିବା ପରେ ପୋଲିସ ପହଂଛି ଖୋଳତାଡ଼ ଆରମ୍ଭ କରିଥିଲା । ପରିବାରିକ କଲହରୁ ହତ୍ୟା କରାଯାଇଥିବା ସୂଚନା ହସ୍ତଗତ ହୋଇଥିବା ବେଳେ ଚାରି ମୃତଦେହ ଗୋଟିଏ ପରିବାର । । ଘଟଣାସ୍ଥଳ ରେ ଭଟଲି ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ହତ୍ୟା ଅଭିଯୋଗରେ ମୃତକ ଗୁରୁଦେବ ବାଗଙ୍କ କାକା ଶିବ ବାଗକୁ ପୋଲିସ ଅଟକ ରଖିଛି । ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ଝିକଝିକି ଗାଁ ର ଏହି ଘଟଣା ବର୍ତମାନ ପୁରା ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ପାରିବାରିକ କଳହ କୁ ନେଇ ଅଭିଯୁକ୍ତ ଏହିଭଳି ଜଘନ୍ୟ କାଣ୍ଡ ଘଟାଇ ଥାଇ ପାରେ ବୋଲି ସ୍ଥାନୀୟ ଲୋକଙ୍କର ମଧ୍ୟରେ ଆଲୋଚନା ଚାଲିଥିବା ବେଳେ ଏହି ହତ୍ୟାକାଣ୍ଡ ର ପ୍ରକୃତ କାରଣ ତଦନ୍ତ ପରେ ଜଣା ପଡିବ ।ମୃତ ବ୍ୟକ୍ତି ହେଲେ ୧ :- ଗୁରୁଦେବ ବାଗ । ୨ :- ଶିବାଗ୍ରୀ ବାଗ ( ପତ୍ନୀ ) ୩ :- ଚୂରାମଣୀ ବାଗ ( ପୁଅ ୧୫ ବର୍ଷ ) ୪ :- ଶ୍ରାବଣୀ ବାଗ ( ଝିଅ ୧୦ ବର୍ଷ )

0
0
0
s2sdefault