ଭୁବନେଶ୍ୱର :
କାଳ ବୈଶାଖୀ ଯୋଗୁଁ ବିଦ୍ୟୁତ ତାର ଉପରେ ଗଛ ଡାଳ ପଡି ପ୍ରଭାବିତ ହୋଇଥିବା ବନ୍ଦେ ଭାରତ ଏକ୍ସପ୍ରେସର ସେବା ଆସନ୍ତାକାଲି ଠାରୁ ସ୍ୱାଭାବିକ ହେବ l
ଗତକାଲି କାଳ ବୈଶାଖୀ ଯୋଗୁଁ ରେଳ ଧାରଣା ବିଦ୍ୟୁତ ତାର ଉପରେ ଗଛ ଡାଳ ପଡି ବିଦ୍ୟୁତ ସରବରାହ ପ୍ରଭାବିତ ହୋଇଥିଲା l
ଫଳରେ, ଘଣ୍ଟାପ୍ରତି 130 କିମି ବେଗରେ ଯାଉଥିବା ପୁରୀ-ହାଓଡା ବନ୍ଦେ ଭାରତ ଏକ୍ସପ୍ରେସ ମଧ୍ୟ ପ୍ରଭାବିତ ହୋଇଥିଲା ଏବଂ ବିଦ୍ୟୁତ ନଥିବା ଯୋଗୁଁ ଏହା ବିଳମ୍ବିତ ହୋଇଥିଲା l
ବର୍ତ୍ତମାନ, ହାଓଡ଼ା-ପୁରୀ-ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ ଆସନ୍ତା କାଲିଠାରୁ ସେବା ପ୍ରଦାନ କରିବା ପାଇଁ ପ୍ରସ୍ତୁତ ହୋଇ ରହିଛି ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି |











