ହେଡଲାଇନସ୍:

ଜିଲ୍ଲାପାଳ ଙ୍କର ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ: ସମୁଦାୟ 128 ଗୋଟି ମାମଲାର ଶୁଣାଣି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ପଞ୍ଚାୟତ ସମିତି ସଭାଗୃହରେ ଆଜି ବରଗଡ଼ ଜିଲ୍ଲାପାଳ ଶ୍ରୀମତୀ ମନୀଷା ବାନାର୍ଜୀ ଙ୍କର ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯକ୍ରମ ରେ ସମୁଦାୟ 128 ଗୀତି ଅଭିଯୋଗ ର ଶୁଣାଣି ହୋଇଥଲା । ପାଇକମାଲ ବ୍ଲକ ତଥା ଆଖପାଖ ଅଞ୍ଚଳର ଅନେକ ଲୋକ ନିଜ ନିଜର ସମସ୍ୟାର ଅଶୁ ସନଧାନ ପାଇଁ ଜିଲ୍ଲାପାଳ ଙ୍କ ନିକଟକୁ ପହଂଛି ଥିବା ବେଳେ ଜିଲ୍ଲାପାଳ ସମସ୍ତଙ୍କ ଅଭିଯୋଗ ଗୁଡିକର ଶୁଣାଣି କରି ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଅଭିଯୋଗ ଗୁଡିକ ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ କଡା ନିର୍ଦେଶ ଜାରି କରିଥିଲେ । ପୂର୍ବ ନିର୍ଦ୍ଧାରିତ ଏହି କାର୍ଯକ୍ରମ ବାବଦରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରି ମାନଙ୍କୁ ସୂଚନା ପ୍ରଦାନ କରାଯାଇଥିଲେ ସୁଦ୍ଧା କିଛି ଅଧିକାରୀ ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ କୁ ଆସିନଥିବା ଦେଖିବାକୁ ମିଳିଛି । ଉଦାହରଣର ସ୍ୱରୂପ ବରଗଡ଼ ଡ଼ି ସି ପି ୟୁ ।

ଏହି କାର୍ଯ୍ୟକ୍ରମ କୁ ଆସିଥିବା ଅଧିକାଂଶ ଲୋକଙ୍କ ଅଭିଯୋଗ ଗୁଡିକ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ହସ୍ତାନ୍ତର କରି ଅଭିଯୋଗ ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରି ତାଙ୍କୁ ସୂଚନା ପ୍ରଦାନ କରିବାକୁ ନିର୍ଦେଶ ଦେଇଥିଲେ । । ଏହି କାର୍ଯ୍ୟକ୍ରମ ରେ ବରଗଡ଼ ପିଡ଼ି ଡ଼ି ଅର ଡ଼ି ଏ , ଆରକ୍ଷୀ ଅଧିକ୍ଷକ ଶ୍ରୀ ମିନା , ଉପାଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଭୁତି ଭୂଷଣ ଭୋଇ , ଉପଜିଲ୍ଲାପାଳ ଶ୍ରୀ ସଦାକର କୁମ୍ଭାର , ଙ୍କର ସମେତ ଅଧିକାଂଶ ଅଧିକାରୀ ଉପସ୍ଥିତ ଥିଲେ ।

0
0
0
s2sdefault