(ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ, ନିର୍ମଳ ଶାସନ ରେ ଅନୁପ୍ରାଣିତ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିକାଶର ସୂତ୍ରଧର ବିଧାୟକ ପ୍ରତାପ ଜେନା ଙ୍କ ନୀତି, ଆଦର୍ଶ କାର୍ଯ୍ୟ ଶୈଳୀ ରେ ଅନୁପ୍ରାଣିତ ହୋଇ ମାହାଙ୍ଗା ବ୍ଲକ ରାହାଣିଆ ଗ୍ରାମପଞ୍ଚାୟତର ସରପଞ୍ଚ ହେମନ୍ତ କୁମାର ମଲିକ ଙ୍କ ସମେତ ଶତାଧିକ ବିଜେପି-କଂଗ୍ରେସ କର୍ମୀ ଦଳ ପରିତ୍ୟାଗ କରି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି l ତେବେ ଗତ କିଛି ଦିନ ହେବ ମାହାଙ୍ଗା ର ବିଭିନ୍ନ ପଂଚାୟତ ଅଞ୍ଚଳର ଶତାଧିକ ବିରୋଧୀ ବିଜେପି-କଂଗ୍ରେସ କର୍ମୀ ଦଳ ପରିତ୍ୟାଗ କରି ବିଧାୟକ ଶ୍ରୀ ଜେନା ଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି l ଅପରପକ୍ଷରେ ଏହି ମିଶ୍ରଣ ପର୍ବ କୁ ବିରୋଧୀ ଦଳ ନେତାମାନେ ସହ୍ୟ କରିନପାରି ଔଷଧ ବଦଳରେ ତାଟିଆ କାମୁଡିବା କଥା ବୋଲି ବିଜେଡି ସଭାପତି ରାଜକିଶୋର ଜେନା ପ୍ରକାଶ କରିଛନ୍ତି, ଏପରିକି ବିରୋଧୀ ଯେତେ ଯାହା ହୀନ ଚକ୍ରାନ୍ତ କଲେ ମଧ୍ୟ ମାହାଙ୍ଗା ଅଞ୍ଚଳ ର ବିକାଶର ସାରଥୀ ହେଉଛନ୍ତି ବିଧାୟକ ପ୍ରତାପ ଜେନା ଆଉ ଯେତେ ଯାହା ବାଧା ଉପୁଜିଲେ ବି ମାହାଙ୍ଗା ର ବିକାଶ ପାଇଁ ବିଜୁ ଜନତା ଦଳ ଅଙ୍ଗିକାରବଦ୍ଧ ବୋଲି ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସମାଜସେବୀ ଯୁଗଳକିଶୋର ସାମଲ ଙ୍କ ସଭାପତିତ୍ୱ ରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ବିଜୁ ଜନତା ଦଳରେ ସାମିଲ ହୋଇଥିବା ଶତାଧିକ ବିଜେପି-କଂଗ୍ରେସ କର୍ମୀମାନଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ l
ଅନ୍ୟମାନଙ୍କ ମଧ୍ୟରେ ଅତିଥି ଭାବେ ବ୍ଲକ ଅଧକ୍ଷା ଦୀପା ମଲିକ, ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ପୂର୍ବତନ ବ୍ଲକ ଅଧକ୍ଷ ଶରତ ନାୟକ, ଜିଲ୍ଲାପରିଷଦ ଜଗବନ୍ଧୁ ସେଠୀ,ସରପଞ୍ଚ ହେମନ୍ତ କୁମାର ମଲିକ, ପର୍ଯ୍ୟବେକ୍ଷକ ବିନୟ କୁମାର ବଳ, ଅଭୟ କୁମାର ବିଶ୍ୱାଳ, ଅମୀୟ କୁମାର ବଳ ଙ୍କ ସମେତ ବହୁ ବିଶିଷ୍ଟ ଅତିଥିମାନେ ଯୋଗଦାନ କରିଥିଲେ l ଏହି ମିଶ୍ରଣ ପର୍ବ ରେ ମିଶିଥିବା ସମସ୍ତ ବିଜେପି-କଂଗ୍ରେସ କର୍ମୀମାନେ ଆଗାମୀ ଦିନରେ ବିଧାୟକ ଶ୍ରୀ ଜେନା ଙ୍କ ସହ ରହି ପଞ୍ଚାୟତର ଉନ୍ନତିମୂଳକ କାର୍ଯ୍ୟରେ ସାମିଲ ହେବେ ବୋଲି ଶପଥ ନେଇଥିଲେ l








