ହେଡଲାଇନସ୍:

ବାଘୁଆ ଛକ ନିକଟ ଯୁଆଆଡା ଚଢ଼ାଉ, ୨ ଅଟକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୨୧।୦୫(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ପୋଲିସ ରବିବାର ସନ୍ଧ୍ୟାରେ ୭ ସମୟରେ ରୋହିବାଙ୍କ ପଞ୍ଚାୟତ ବାଘୁଆଛକ ନିକଟ ୨୧ ନମ୍ବର ରାଜ୍ୟ ରାଜପଥ ପାର୍ଶ୍ବରେ ଥିବା ପେଟ୍ରୋଲ ଟାଙ୍କି ପଛପାଖ କାଜୁ ଜଙ୍ଗଲ ମଧ୍ୟରେ ଓଡ଼ଗାଁ ଥାନା ସବଇନ୍ସପେକ୍ଟର ସ୍ବାଗତ ଦାସଙ୍କ ନେତୃତ୍ୱରେ ଚଢ଼ାଉ ହୋଇଥିଲା । ଚଢାଉକରି ଜୁଆ ଆଡାରୁ ୨ ଜଣଙ୍କୁ ଧରିବା ବେଳେ ଅନ୍ୟମାନେ ସେଠାରୁ ଛତ୍ରଭଙ୍ଗ ଦେଇ ଚାଲିଯାଇଥିଲେ । ଅନ୍ଧାରରେ ଜଙ୍ଗଲ ମଧ୍ୟରୁ ସେମାନଙ୍କୁ ଗୋଡାଇ ଧରିବା ସଂମ୍ଭବ ହୋଇନଥିଲା । ଅଟକ ୨ଜଣ ହେଲେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ଦୁଃଖା ପାତ୍ର ଏବଂ ରିତୁ ପ୍ରଧାନ । ସୂଚନା ଥାଉକି ଦୁଃଖା ପାତ୍ର ନାମରେ ଭଞ୍ଜନଗର ଥାନାରେ ଅଭିଯୋଗ ଥିବାରୁ କିଛି ମାସ ପୂର୍ବେ ଓଡ଼ଗାଁ ପୋଲିସ ତାକୁ ଭଞ୍ଜନଗର ପୋଲିସକୁ ହସ୍ତାନ୍ତର କରିଥିଲେ । ସେଠାରୁ ଜାମିନ ମିଳିବା ପରେ ରୋହିବାଙ୍କ ଆସି ତା ପୁରୁଣା କାର୍ଯ୍ୟ ଆରମ୍ଭ କରିଥିଲା।

0
0
0
s2sdefault