ହେଡଲାଇନସ୍:

ନିମ୍ନ ମାନର କାର୍ଯ୍ୟ ଅଭିଯୋଗ, ଚୁପ୍ କାହିଁକି ଅଧିକାରୀ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାସୁଦେବପୁର - ବାସୁଦେବପୁର ବ୍ଲକ ରେ ଅନେକ ସ୍ଥାନ ରେ ଚାଲିଛି ସରକାରୀ ଅର୍ଥ ରେ ବିଭିନ୍ନ ନିର୍ମାଣକାର୍ଯ୍ୟ। ଜନ ସାଧାରଣ ଙ୍କ ଅର୍ଥ ରେ ହେଉଥିବା କାର୍ଯ୍ୟ କେତେ ଯେ ନିମ୍ନ ମାନର ସେକଥା କହିଲେ ରାତି ପାହିଯିବ ସିନା ହେଲେ କଥା ସରିବନି । ରାଜ୍ୟ ସରକାରଙ୍କ ର ବିଭିନ୍ନ ଅଧିକାରୀ ଙ୍କ ପ୍ରତେକ୍ଷ ତତ୍ୱାବଧାନ ରେ ହେଉଥିବା କାମ ଗୁଡ଼ିକ ନିମ୍ନ ମାନର ଯାହା ଜନ ସାଧାରଣ ଙ୍କ ଅଭିଯୋଗ ପରେ ବି ପ୍ରଶାସନିକ ଅଧିକାରୀମାନଙ୍କ ଚୁପ୍, ସାଧାରଣ ରେ ସୃଷ୍ଟି କରିଛି ଅନେକ ପ୍ରଶ୍ନ। ଲକ୍ଷ ଲକ୍ଷ, କୋଟି କୋଟି ଟଙ୍କାର କାମ କୁ ଖୁବ୍ ଚତୁରତାର ସହ ସାରି ଦେଉଛନ୍ତି। ଅନେକ ସ୍ଥାନ ରେ କାମ ଆରମ୍ଭ ହୁଏ ସରି ବି ଯାଏଁ ହେଲେ ଫଳକ ନ ଥାଏ। ଏ ମିତି ଦୃଶ୍ୟ ଦେଖା ଦେଇଛି ଜଗନ୍ନାଥ ପୁର ପଞ୍ଚାୟତ ଓ ଚୂଡ଼ାମଣି, ଶାଶୁଭୁଆସୁଣୀ ପଞ୍ଚାୟତର କାମରେ , ଯାହା ସାଧାରଣରେ ସୃଷ୍ଟି କରିଛି ପ୍ରଶ୍ନବାଚୀ |

ଚୂଡ଼ାମଣି ଓ ଶାଶୂ ଭୁଆସୁଣୀ ପଞ୍ଚାୟତ ରେ ଆଡି ଆ କୁ ଯାଇଥିବା ରାସ୍ତା ର ପାର୍ଶ୍ଵ ରେ ପଥର ପେକିଂ କାମ ର ଦୃଶ୍ୟ, ସମୁଦ୍ର ନିକଟ ବର୍ଟି ହେଇ ଥିବାରୁ ରାସ୍ତା କୁ ସୁରକ୍ଷିତ ରଖିବା ପାଇଁ ସରକାର ଙ୍କ ଅନେକ ଟଙ୍କା ବ୍ୟୟ ରେ କାମ ହେଉଥିବା ବେଳେ ନିମ୍ନ ମାନର ବୋଲି ସାଧାରଣ ରେ ଅଭିଯୋଗ ହେଉଛି, ସେହିପରି ଜଗନ୍ନାଥ ପୁ ର ପଞ୍ଚାୟତ ରେ ହେଉଥିବା ପୋଲ ନିର୍ମାଣ ର କାର୍ଯ୍ୟ ନିମ୍ନ ମାନର ବୋଲି ଅଭିଯୋଗ କରିଛନ୍ତି ପଞ୍ଚାୟତ ବାସୀ, । ଏ ବାବଦରେ ଅଧିକାରୀ ଙ୍କୁ ଜଣାଇ ଛନ୍ତି ବୋଲି ମଧ୍ୟ କହିଛନ୍ତି।ହେଲେ ଏମିତି ଯଦି  ନିମ୍ନ ମାନର କାର୍ଯ୍ୟ ହେଉଛି , ଅଧିକାରୀ ଚୁପ୍ ରହୁଛନ୍ତି ଯାହା ସାଧାରଣ ରେ ପ୍ରଶ୍ନ ଉଠିଛି, ଯଦି ଏହିଭଳି ସବୁ ଚାଲେ , ସମସ୍ତେ ନୀରବ ରୁହନ୍ତି ତେବେ କହିବା କାହାକୁ ଶୁଣିବ କିଏ?ଏ ବାବଦରେ ଆମ ପ୍ରତିନିଧି ଜେ ଇ ଙ୍କ ସହ ଯୋଗାଯୋଗ କରିଥିଲେ, ସେ ଘଟଣା ସମ୍ପର୍କ ରେ ରେ ଅବଗତ ହେଲା ପରେ ସମ୍ପୂର୍ଣ ନଜର ଦେବେ ବୋଲି କହିଛନ୍ତି।

0
0
0
s2sdefault